ଏୟାର ଇଣ୍ଡିଆରେ ସାମିଲ ହେବ ଆଉ ୧୦ ବିମାନ

ନୂଆଦିଲ୍ଲୀ,୮।୮: କୋଭିଡ କଟକଣା ଓ ଅନ୍ୟାନ୍ୟ କାରଣ ପାଇଁ ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ୧୦ ବୃହତ୍‌ ବିମାନଙ୍କୁ ପୁଣି ଥରେ ସେବାରେ ନିୟୋଜିତ କରାଯିବ ବୋଲି ରବିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୩ ପୂର୍ବରୁ କିମ୍ବା ପ୍ରାରମ୍ଭରୁ କମ୍ପାନୀ ଉକ୍ତ ବୃହତ୍‌ ବିମାନକୁ ପୁଣି ଥରେ ସେବାରେ ସାମିଲ କରିବେ ବୋଲି ଜଣାପଡିଛି। ସେହିଭଳି ଭାରତରେ କମ୍ପାନୀର ବୃହତ୍‌ ନେଟୱର୍କ ରହିଛି, ସାରା ଦେଶରେ ୩୦ରୁ ଅଧିକ ବିମାନ ଉଡ଼ାଣ କରୁଥିବାବେଳେ ସଞ୍ଚାଳନରୁ ବାହାରେ ଥିବା କମ୍ପାନୀର ୧୦ ବୃହତ୍‌ ବିମାନକୁ ପୁଣିଥରେ ଯାତ୍ରୀ ସେବାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏୟାର ଇଣ୍ଡିଆର ଏହି ବୃହତ୍‌କାୟ ବିମାନଗୁଡିକର ଇନ୍ଧନ ଟ୍ୟାଙ୍କ ବହୁତ ବଡ଼ ହୋଇଥିବାରୁ ସେଗୁଡିକୁ ଭାରତ-ଆମେରିକା ଓ ଭାରତ-କାନାଡା ମଧ୍ୟରେ ଦୀର୍ଘ ଦୂରତାର ଅନ୍ତର୍ଦ୍ଦେଶୀୟ ମାର୍ଗରେ ଉଡାଣ କରାଇବା ସହଜ ହେବ। ବର୍ତ୍ତମାନ ଏୟାର ଇଣ୍ଡିଆର ୪୩ଟି ବୃହତ୍‌କାୟ ବିମାନ ରହିଛି। ସେଥିରୁ ୩୩ଟି ସଞ୍ଚାଳିତ ହେଉଥିବା ବେଳେ ୧୦ଟି ସଞ୍ଚାଳନରୁ ବାହାରେ ରହିଛି। ତେବେ ବର୍ତ୍ତମାନ ଏୟାର ଇଣ୍ଡିଆ ୨୮ଟି ବିମାନ ସଞ୍ଚାଳିତ କରୁଛି। ଏୟାର ଇଣ୍ଡିଆର କହିବା ଅନୁଯାୟୀ ୨୦୨୩ ଆରମ୍ଭ ସୁଦ୍ଧା ଏହାର ସମସ୍ତ ବିମାନ ସଞ୍ଚାଳନରେ ସାମିଲ କରାଯିବ। ସେହିପରି ଅଗଷ୍ଟ ୩୧ ପରେ ଦିଲ୍ଲୀ ଓ କାନାଡାର ଭାଙ୍କୋଭର ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ଏବେ ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ସପ୍ତାହକୁ ୩ଟି ବିମାନ ସଞ୍ଚାଳିତ ହେଉଛି। ତେବେ ଭାରତ ଓ କାନାଡା ମଧ୍ୟରେ ଯାତାୟାତ ବୃଦ୍ଧିକୁ ନଜରରେ ରଖି ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ବିମାନ ସଂଖ୍ୟା ବୃଦ୍ଧି କରିବାକୁ କମ୍ପାନୀ ବିଚାର କରୁଛି। ଦିଲ୍ଲୀ-ଭାଙ୍କୋଭର ବିମାନ ସଂଖ୍ୟା ବୃଦ୍ଧି ଅନ୍ତର୍ଜାତୀୟ ନେଟୱର୍କ ପରିସର ସମ୍ପ୍ରସାରଣରେ ପ୍ରଥମ ପଦକ୍ଷେପ ହେବ ବୋଲି ରବିବାର ଏୟାର ଇଣ୍ଡିଆର ନବନିଯୁକ୍ତ ସିଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri