ଏୟାର ଇଣ୍ଡିଆରେ ସାମିଲ ହେବ ଆଉ ୧୦ ବିମାନ

ନୂଆଦିଲ୍ଲୀ,୮।୮: କୋଭିଡ କଟକଣା ଓ ଅନ୍ୟାନ୍ୟ କାରଣ ପାଇଁ ଏୟାର ଇଣ୍ଡିଆ ସଞ୍ଚାଳନରୁ ବାହାରେ ଥିବା ୧୦ ବୃହତ୍‌ ବିମାନଙ୍କୁ ପୁଣି ଥରେ ସେବାରେ ନିୟୋଜିତ କରାଯିବ ବୋଲି ରବିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ୨୦୨୩ ପୂର୍ବରୁ କିମ୍ବା ପ୍ରାରମ୍ଭରୁ କମ୍ପାନୀ ଉକ୍ତ ବୃହତ୍‌ ବିମାନକୁ ପୁଣି ଥରେ ସେବାରେ ସାମିଲ କରିବେ ବୋଲି ଜଣାପଡିଛି। ସେହିଭଳି ଭାରତରେ କମ୍ପାନୀର ବୃହତ୍‌ ନେଟୱର୍କ ରହିଛି, ସାରା ଦେଶରେ ୩୦ରୁ ଅଧିକ ବିମାନ ଉଡ଼ାଣ କରୁଥିବାବେଳେ ସଞ୍ଚାଳନରୁ ବାହାରେ ଥିବା କମ୍ପାନୀର ୧୦ ବୃହତ୍‌ ବିମାନକୁ ପୁଣିଥରେ ଯାତ୍ରୀ ସେବାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏୟାର ଇଣ୍ଡିଆର ଏହି ବୃହତ୍‌କାୟ ବିମାନଗୁଡିକର ଇନ୍ଧନ ଟ୍ୟାଙ୍କ ବହୁତ ବଡ଼ ହୋଇଥିବାରୁ ସେଗୁଡିକୁ ଭାରତ-ଆମେରିକା ଓ ଭାରତ-କାନାଡା ମଧ୍ୟରେ ଦୀର୍ଘ ଦୂରତାର ଅନ୍ତର୍ଦ୍ଦେଶୀୟ ମାର୍ଗରେ ଉଡାଣ କରାଇବା ସହଜ ହେବ। ବର୍ତ୍ତମାନ ଏୟାର ଇଣ୍ଡିଆର ୪୩ଟି ବୃହତ୍‌କାୟ ବିମାନ ରହିଛି। ସେଥିରୁ ୩୩ଟି ସଞ୍ଚାଳିତ ହେଉଥିବା ବେଳେ ୧୦ଟି ସଞ୍ଚାଳନରୁ ବାହାରେ ରହିଛି। ତେବେ ବର୍ତ୍ତମାନ ଏୟାର ଇଣ୍ଡିଆ ୨୮ଟି ବିମାନ ସଞ୍ଚାଳିତ କରୁଛି। ଏୟାର ଇଣ୍ଡିଆର କହିବା ଅନୁଯାୟୀ ୨୦୨୩ ଆରମ୍ଭ ସୁଦ୍ଧା ଏହାର ସମସ୍ତ ବିମାନ ସଞ୍ଚାଳନରେ ସାମିଲ କରାଯିବ। ସେହିପରି ଅଗଷ୍ଟ ୩୧ ପରେ ଦିଲ୍ଲୀ ଓ କାନାଡାର ଭାଙ୍କୋଭର ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ଏବେ ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ସପ୍ତାହକୁ ୩ଟି ବିମାନ ସଞ୍ଚାଳିତ ହେଉଛି। ତେବେ ଭାରତ ଓ କାନାଡା ମଧ୍ୟରେ ଯାତାୟାତ ବୃଦ୍ଧିକୁ ନଜରରେ ରଖି ଦିଲ୍ଲୀ-ଭାଙ୍କୋଭର ମାର୍ଗରେ ବିମାନ ସଂଖ୍ୟା ବୃଦ୍ଧି କରିବାକୁ କମ୍ପାନୀ ବିଚାର କରୁଛି। ଦିଲ୍ଲୀ-ଭାଙ୍କୋଭର ବିମାନ ସଂଖ୍ୟା ବୃଦ୍ଧି ଅନ୍ତର୍ଜାତୀୟ ନେଟୱର୍କ ପରିସର ସମ୍ପ୍ରସାରଣରେ ପ୍ରଥମ ପଦକ୍ଷେପ ହେବ ବୋଲି ରବିବାର ଏୟାର ଇଣ୍ଡିଆର ନବନିଯୁକ୍ତ ସିଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri