ଆଉ ୩୭୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨:ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଗୁରୁବାର ଏକ ବାଣିଜି୍ୟକ ଅର୍ଡର ସମ୍ପର୍କରେ ଘୋଷଣା କରିଛି। ଏପରିକି କମ୍ପାନୀ ବର୍ତ୍ତମାନ ଆଉ ୩୭୦ ବେସାମରିକ ବିମାନ ଜେଟ୍‌ କିଣିବାକୁ ଚାହୁଁଛି। ନିକଟରେ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭୦ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛି। ଏପରିକି କମ୍ପାନୀ ବର୍ତ୍ତମାନ ଆଉ ୩୭୦ ଜେଟ୍‌ କିଣିବାକୁ ଚାହୁଁଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ୩୭୦ ଜେଟ୍‌ ବିମାନ କିଣାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ନେଇ ଏୟାରଲାଇନ୍‌ ବାଣିଜି୍ୟକ ଓ ପରିବର୍ତ୍ତନ ଅଧିକାରୀ ନିପୁଣ ଅଗରୱାଲ ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଟାଟା ପକ୍ଷରୁ ୪୭୦ବିମାନ କିଣିବା ନେଇ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଫ୍ରାନ୍ସର ଏୟାରବସ୍‌ ସହ ଚୁକ୍ତି କରି ୨୫୦ ବିମାନ ଓ ଆମେରିକାର ବୋଇଂ ସହ ଚୁକ୍ତି ୨୨୦ଟି ବିମାନ କିଣିବାକୁ ଘୋଷଣା କରିଥିଲା। ବର୍ତ୍ତମାନ ସମୟରେ ଟାଟା ମୋଟ ୮୪୦ ବିମାନ କିଣିବା ନେଇ ସ୍ଥିର ହୋଇଛି। ଏ ନେଇ ନିପୁଣ ନିଜ ଲିଙ୍କଡିନରେ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୦ ବର୍ଷ ଭିତରେ ୪୭୦ ବଡ଼ ବିମାନ ସହ ୩୭୦ ଅତିରିକ୍ତ ବିମାନ ଏୟାର ବସ୍‌ ଓ ବୋଇଂଠାରୁ କିଣାଯିବା। ସେଥିମଧ୍ୟରୁ ୨୧୦ଟି ଏ୩୨୦,୩୨୧ନିଓ-ଏକ୍ସଏଲଆର ବିମାନ ଓ ୪୦ଟି ଏ୩୫୦-୯୦୦- ୧୦୦୦ କିଣାଯିବ। ବୋଇଂ ଫାର୍ମକୁ ୧୯୦ଟି ବି୭୩୭ମାକ୍ସ, ୨୦ଟି ବି୭୮୭ଏସ୍‌ ଏବଂ ୧୦ ଟି ବି୭୭୭ଏସ୍‌ କିଣିବାକୁ ଅର୍ଡର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri