୨୦୨୪ ସୁଦ୍ଧା ୧୫ କୋଟି ୫ଜି ବ୍ୟବହାରକାରୀ

ନୂଆଦିଲ୍ଲୀ,୧୭।୨:ଗତ କିଛିଦିନ ୫ଜି ସେବାକୁ ନାନା ପ୍ରକାର ଚର୍ଚ୍ଚା ଓ ଆଲୋଚନା ହେଉଥିଲା। ଏପରିକି ବର୍ତ୍ତମାନ ସମୟରେ ଦେଶର ପ୍ରମୁଖ ସହରରେ ୫ଜି ସେବା ସେବା ପହଞ୍ଚତ୍ନାହିଁ। ସାରା ଦେଶରେ ୫ଜି ସେବା ଓ ସୁବିଧା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେହିଭଳି ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟ ଦେଶବାସୀଙ୍କ ନିକଟରେ ୫ଜି ସେବା ପହଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ହେଲେ ଏହାରି ମଧ୍ୟରେ ୫ଜି ୟୁଜର୍ସଙ୍କୁ ନେଇ ସ୍ମାର୍ଟ ଫୋନ୍‌ ବ୍ରାଣ୍ଡ ନୋକିଆର ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏପରିକି ଗୁରୁବାର ନୋକିଆର ଇଣ୍ଡିଆ ମୋବାଇଲ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଡେକ୍ସ ରିପୋର୍ଟ-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ରିର୍ପୋଟେରେ ପ୍ରକାଶ କରାଯାଇଛି, ୨୦୨୪ ବେଳକୁ ଦେଶରେ ୧୫ କୋଟି ବ୍ୟବହାରକାରୀଙ୍କ ନିକଟରେ ୫ଜି ଥିବ। ଖାଲି ସେତିକି ନୁହେଁ, ୨୦୨୪ ବେଳକୁ ଦେଶରେ ୨ଜି ଗ୍ରାହକଙ୍କ ସଂଖ୍ୟା ବ୍ୟାପକ ପରିମାଣର ହ୍ରାସ ପାଇବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଟେଲିକମ୍‌ ସରଞ୍ଜାମ ପ୍ରସ୍ତୁତକାରୀ କମ୍ପାନୀ ନୋକିଆର ଆକଳନ ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ଉଭୟ ୪ଜି ଏବଂ ୫ଜି ୟୁଜର୍ସଙ୍କ ସଂଖ୍ୟା ପ୍ରାୟ ୧୦୦ କୋଟି ହେବା ସମ୍ଭାବନା ରହିଛି। ଏପରିକି ନୋକିଆର ଓଏମ୍‌ଡିଆଇଏ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ୨୦୨୪ ବେଳକୁ ଭାରତରେ ୧୫ କୋଟି ୨ଜି ୟୁଜର ଥିବେ। ବର୍ତ୍ତମାନ ଭୋଡାଫୋନ୍‌-ଆଇଡିଆ, ବିଏସ୍‌ଏନ୍‌ଏଲ୍‌ ଏବଂ ଏୟାରଟେଲର ୩୫ କୋଟି ୨ଜି ୟୁଜର ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୨ ଅକ୍ଟୋବରରେ ୫ଜି’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଥିଲା। ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଦେଶରେ ମୋଟ ୨ କୋଟି ୟୁଜର ୫ଜି ସହ ଯୋଡ଼ିହୋଇଥିବା ଜଣାପଡିଛି। ଏପରିକି ରିଲାଏନ୍ସ ଜିଓ ୨୦୨୪ ସୁଦ୍ଧା ୧୦କୋଟି ୟୁଜର୍ସଙ୍କୁ ୫ଜି ସେବା ଯୋଗାଇବା ନେଇ ଲକ୍ଷ୍ୟ ରଖିଛି। ସେହିଭଳି ସର୍ଭେ ରିପୋର୍ଟ ଅନୁସାରେ ୨୦୨୩ ଦ୍ବିତୀୟ ତ୍ରୈମାସିକ ଶେଷ ସୁଦ୍ଧା ଭାରତକୁ ପ୍ରାୟ ୧୦ କୋଟି ୫ଜି ସ୍ମାର୍ଟଫୋନ୍‌ ରପ୍ତାନି ହୋଇଥିଲା, ଯାହାକି ୨୦୨୩ ଶେଷ ସୁଦ୍ଧା ୪ଜି ସ୍ମାର୍ଟଫୋନ୍‌ ରପ୍ତାନିକୁ ଟପିଯିବ ବୋଲି କୁହାଯାଉଛି। ଅପରପକ୍ଷରେ ୨୦୨୨ରେ ଭାରତକୁ ୭କୋଟିରୁ ଅଧିକ ୫ଜି ଡିଭାଇସ୍‌ ପଠାଯାଇଛି। ବର୍ତ୍ତମାନ ସମୟରେ ୭୩ କୋଟି ୪ଜି ୟୁଜର୍ସଙ୍କ ମଧ୍ୟରେ ୮.୫କୋଟି ୟୁଜର୍ସ ୫ଜି ଯୁକ୍ତ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ଭାରତ ପୂର୍ବ ଭଳି ଡେଟା ଖର୍ଚ୍ଚ କରିବାରେ ଅନ୍ୟ ଦେଶ ତୁଳନାରେ ଶୀର୍ଷ ସ୍ଥାନରେ ରହିଛି। ୨୦୧୮ ରୁ ୨୦୨୨ ମଧ୍ୟରେ ଡେଟା ଟ୍ରାଫିକ୍‌ ୩.୨ ଗୁଣା ବଢ଼ିଛି, ଯାହାକି ୪.୫ ଏକ୍ସାବାଇଟ୍‌ରୁ ୧୪.୪ ଏକ୍ସାବାଇଟ୍‌ ପ୍ରତିମାସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

SBI କର୍ମଚାରୀଙ୍କ ବଡ଼ ଷ୍ଟ୍ରାଇକ୍‌! ଦେଶବ୍ୟାପୀ ଦୁଇଦିନ ପାଇଁ ଠପ୍‌ ପଡିଯିବ ବ୍ୟାଙ୍କ ସେବା, ଜାଣନ୍ତୁ କେବେ?

ନୂଆଦିଲ୍ଲୀ,୧୫।୫: ଦେଶର ସର୍ୱବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ଦାବି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅଲ…

ପେଟ୍ରୋଲ ପରେ ବଢିଯିବ କି ଗ୍ୟାସ ସିଲିଣ୍ଡରର ଦାମ୍‌? ଏବେ ସିଲିଣ୍ଡର ବୁକ କରିବାକୁ କେତେ ଖର୍ଚ୍ଚ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୫: ୧ ମଇ, ୨୦୨୬ ଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୯୩ ବୃଦ୍ଧି କରାଯାଇଛି। ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ,…

ପେଟ୍ରୋଲ ରେଟ୍‌ ବଢିବା ପରେ କେଉଁଠି ଶସ୍ତାରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୫: ଆଜି, ୧୫ ମଇ ଠାରୁ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩.୧୪ ବୃଦ୍ଧି…

ବଢିଲା ପେଟ୍ରୋଲ ରେଟ୍‌: ମାର୍କେଟକୁ ଆସିଲା ୪ଟି ସବୁଠୁ ଶସ୍ତା ଇଲେକ୍ଟ୍ରି କାର୍‌, ରେଟ୍‌ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ବୃଦ୍ଧି ଏବେ ଲୋକଙ୍କ ବଜେଟକୁ ବ୍ୟାହତ କରିବା ଆରମ୍ଭ କରିଛି। ଦୈନନ୍ଦିନ ଯାତ୍ରୀମାନଙ୍କ ପାଇଁ, ମାସିକ ଇନ୍ଧନ ଖର୍ଚ୍ଚ ଏକ ବଡ଼…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା ପେଟ୍ରୋଲ-ଡିଜେଲ ରେଟ୍, ଭୁବନେଶ୍ବରରେ….

ନୂଆଦିଲ୍ଲୀ,୧୫।୫: ଯାହା ଭୟ ଥିଲା ସେୟା ହିଁ ଘଟିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି । ପେଟ୍ରୋଲ ୩ଟଙ୍କା ୧୪…

LPG-କ୍ଷୀର ପରେ ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା, ଏହି ଜିନିଷର ବଢିଗଲା ଦାମ୍‌…

ନୂଆଦିଲ୍ଲୀ,୧୪।୫: ଏଲପିଜି ଗ୍ୟାସ ସିଲିଣ୍ଡର, ଅମୂଲ ଏବଂ ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି ପରେ, ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ପ୍ରକୃତରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri