Posted inଜାତୀୟ

ଏନ୍‌ଏଚ୍‌ରେ ଅବତରଣ କରିବ ବାୟୁସେନା ବିମାନ, ସେପ୍ଟେମ୍ବର ୮ରେ ମିଳିବ ପ୍ରଥମ ଏନ୍‌ଏଚ୍‌…

ନୂଆଦିଲ୍ଲୀ,୬।୯: ଦେଶରେ ଏପରି ଏକ ପ୍ରଥମ ଜାତୀୟ ରାଜପଥ ବାୟୁସେନାକୁ ପ୍ରଦାନ କରାଯିବ। ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ସେପ୍ଟେମ୍ବରରେ ରାଜସ୍ଥାନର ବାଡମେରରେ ନିର୍ମିତ ହୋଇଥିବା ଏହି ଜାତୀୟ ରାଜପଥକୁ ଲୋକାର୍ପିତ କରିବେ।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଏବଂ ବାୟୁସେନା ଅଧିକାରୀଙ୍କ ମିଳିତ ଭାବେ ଏହି ଏୟାର ଷ୍ଟ୍ରିପ ପ୍ରସ୍ତୁତ କରାଯାଇଛି। ଏହି ଏୟାର ଷ୍ଟ୍ରିପ ଆରମ୍ଭ ହେବା ପରେ ବାୟୁସେନା ଏଥିରୁ ବହୁ ଲାଭ ପାଇ ପାରିବ। ଏହାପୂର୍ବରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଏୟାର ଷ୍ଟ୍ରିପ ରହିଛି, ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରିବା ସହିତ ଉଡ଼ାଣ ମଧ୍ୟ କରିପାରିବେ। ତେବେ ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ରହିଛି।
ଯମୁନା ଏକ୍ସପ୍ରେସୱେ ବ୍ୟତୀତ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ। ଲକ୍ଷ୍ନୌ- ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କୁରେଭାର ନିକଟରେ ସରକାରଙ୍କ ନିର୍ଦ୍ଦେଶରେ ନିର୍ମିତ ଏୟାର ଷ୍ଟ୍ରିପ ଉପରେ ବାୟୁସେନା ଯୁଦ୍ଧ ବିମାନ ଅବତରଣ କରିବାକୁ ସକ୍ଷମ ହେବ। ଜରୁରୀ କାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ସରକାର ଏସବୁ ଏୟାର ଷ୍ଟ୍ରିପ ନିର୍ମାଣ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଥରେ ଟ୍ରେନର ବିମାନ ଅବତରଣ କରାଯାଇଛି।

ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ୩୩୦୦ ମିଟର ଲମ୍ବା ଏୟାର ଷ୍ଟ୍ରିପ ନିର୍ମାଣ କରାଯାଉଛି। ଏଠାରେ ଫ୍ରାନ୍ସର ଆଧୁନିକ ରାଫାଲ ବିମାନ ମଧ୍ୟ ଅବତରଣ କରିପାରିବ। ବାୟୁସେନାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଫେଲ ପାଇଁ ବି.କେ.ଟି ବାୟୁସେନା ଷ୍ଟେସନ ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ, ରାଫାଲ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଅବତରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri