ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ):ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ରୌପ୍ୟ ଜୟନ୍ତୀରୁ ବିଗୁଲ ଫୁଙ୍କିଛି। ୨୦୨୪ ନିର୍ବାଚନରେ ବିଜୟଲାଭ କରି ବିଜେଡି ସମଗ୍ର ଦେଶରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟରେ ବିଜେଡି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ମହିଳାମାନଙ୍କୁ ଅଧିକରୁ ଅଧିକ ସାମିଲ ସହ ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କୁ ସାମିଲ କରି ଦଳକୁ ଆହୁରି ମଜଭୁତ ଲାଗି ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୋମବାର ପୁରୀ ତାଳବଣିଆଠାରେ ଅନୁଷ୍ଠିତ ବିଜେଡିର ୨୫ବର୍ଷ ପୂର୍ତ୍ତି ଦିବସରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନକୁ ବଖାଣିବା ସହ ଲୋକଙ୍କ ସେବା ପାଇଁ ସଙ୍କଳ୍ପ ନେବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ବିଭିନ୍ନ ନେତା ଅଭିଭାଷଣ ରଖିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ପରିଚାଳନା କରିଥିଲେ। ଏହି ସମାରୋହରେ ପ୍ରାରମ୍ଭିକ ସୂଚନା ଦେଇ ପ୍ରଣବ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନର ଓଡ଼ିଶା ଗଢ଼ିବା ପାଇଁ ୧୯୯୭ ଆଜିର ଦିନରେ ବିଜୁ ଜନତା ଦଳ (ବିଜେଡି)ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଅର୍ଥନୈତିକ ଅଭିବୃଦ୍ଧିଠୁ ନେଇ କୃଷି, ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, କଳା, ସଂସ୍କୃତି, ଭାଷାର ସୁରକ୍ଷା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁଛି। ବିଜେଡି ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ପାଲଟିଥିବାବେଳେ ପ୍ରିୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଏବଂ ଓଡ଼ିଶା ବିଶ୍ବ ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଲୋକଙ୍କ ସେବା ନିମନ୍ତେ ଦଳ ତିଆରି ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିପାରୁଛି। ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରି ପାରିଛି।
ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଆଜି ହେଉଛି ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ସେହିପରି ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଲେ, ସେଦିନ ବିଜୁବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶାରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା, ସମୟର ଆହ୍ବାନରେ ନବୀନବାବୁ ତାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ତାହା ପୂରଣ କରିଛନ୍ତି। ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ଜିତାଇ ତାଙ୍କ ପ୍ରିୟ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ତେଣୁ ୨୫ ବର୍ଷର ଏହି ସଫଳତାର ଯାତ୍ରାକୁ ବଜାୟ ରଖି ନବୀନବାବୁଙ୍କ ନେତୃତ୍ୱରେ ବିକାଶ ଓ ସମୃଦ୍ଧିର ନୂଆ ଇତିହାସ ଲେଖିବାକୁ ସେ ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ୧୯୯୨ ମସିହାରେ ପ୍ରଥମେ ବିଜୁବାବୁ ପଞ୍ଚାୟତ ସ୍ତରରେ ୩୩% ଆସନ ସଂରକ୍ଷଣ କରି ମହିଳାମାନଙ୍କୁ ରାଜନୀତିରେ ନେତୃତ୍ୱ ନେବା ଲାଗି ସୁଯୋଗ ଦେଇଥିଲେ। ନବୀନବାବୁ ଏହି ଧାରାକୁ ଆଗକୁ ନେଇ ୫୦% ଆସନରେ ମହିଳାଙ୍କୁ ସୁଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମା’ମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇ ଦେଇଛନ୍ତି। ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ପ୍ରଶଂସା କରି କହିଲେ ମୁଁ ତାଙ୍କଠାରୁ ଗୋଟିଏ କଥା ଶିଖିଛି, ତାହା ହେଲା- ‘କଥା କମ୍‌, କାମ ବେଶି।’ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ସୁଦାମ ମାରାଣ୍ଡି, ଅରୁଣ ସାହୁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ପ୍ରସନ୍ନ ପାଟ୍ଟଶାଣୀ,ରମେଶ ମାଝୀଙ୍କ ସମେତ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୁରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହେଶ୍ବର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ ଓ ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶକୁ ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri