୬ ଲକ୍ଷ କୋଟି ଟଙ୍କାର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୭।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ କୋଭିଡ ସଂକ୍ରମଣର ଭୟାବହତା ମଧ୍ୟରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। କାରଣ ଗତ ସପ୍ତାହର କାରବାର ଫଳାଫଳ ନିବେଶକଙ୍କ ମନରେ ଆଶା ଓ ଆଶଙ୍କା ଭରିଥିଲା। ହେଲେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଦଲାଲ ଷ୍ଟ୍ରିଟରେ ଉତ୍ସବର ମାହୋଲ ପ୍ରସ୍ତୁତ କରିଛି। ଏପରିକି ସୋମବାର ଷ୍ଟକ ମାର୍କେଟର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ୩୦ ଶେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ସେନସେକ୍ସ ପ୍ରାୟ ୭୨୧.୧୩ ଅଙ୍କ ଅର୍ଥାତ ୧.୨୦% ବୃଦ୍ଧି ସହ ୬୦,୫୬୬.୪୨ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟ-୫୦ ଶେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ୨୦୭.୮୦ ଅଙ୍କ ଅର୍ଥାତ ୧.୧୭% ବଢି ୧୮,୦୧୪.୬୦ ସ୍ତରରେ ବନ୍ଦ ହୋଇଛି। ବିଶେଷ କରି ଫର୍ମା ସେକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ସେକ୍ଟରର ସୂଚକାଙ୍କ ସବୁଜ ସଂକେତ ଉପରେ ବନ୍ଦ ହୋଇଛି। ଏପରିକି ସରକାରୀ ବ୍ୟାଙ୍କଗୁଡିକର ଶେୟାରରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ପିଏସୟୁ ବ୍ୟାଙ୍କ ଗୁଡିକର ସୂଚକାଙ୍କରେ ପ୍ରାୟ ୭% ବୃଦ୍ଧି ରେକର୍ଡ ହୋଇଛି। ଅପରପକ୍ଷରେ ବିଏସଇର ମିଡକ୍ୟାପ ଇଣ୍ଡେକ୍ସ ୨.୩% ବଢି ବନ୍ଦ ହୋଇଥିବା ବେଳେ ସ୍ମଲକ୍ୟାପ ଇଣ୍ଡେକ୍ସରେ ମଧ୍ୟ ୩% ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଶେୟାର ବଜାରରେ ଏହି ବୃଦ୍ଧି ପରେ ନିବେଶକଙ୍କ ପୁଞ୍ଜି ସୋମବାର ପ୍ରାୟ ୬ (୫.୮୭) ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଏସଇରେ ସୂଚୀବଦ୍ଧ ସବୁ କମ୍ପାନୀର ମୋଟ ବଜାର ପୁଞ୍ଜି ଆଜି ବଢି ୨୭୭.୯୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ପୂର୍ବ କାରବାର ଦିନରେ ଏହା ୨୭୨.୧୨ ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ବିଏସଇରେ ସୂଚୀବଦ୍ଧ କମ୍ପାନୀର ମୋଟ ବଜାର ପୁଞ୍ଜିରେ ୫.୮୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ସେନସେକ୍ସର ୩୦ ଶେୟାର ମଧ୍ୟରୁ ୨୪ ଶେୟାର ଆଜି ବୃଦ୍ଧି ସହ ବନ୍ଦ ହୋଇଛି। ଯେଉଁ ୫ ଶେୟାରରେ ଆଜି ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ସେଥିରେ ଏସବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫିନସର୍ଭ, ଟାଟା ଷ୍ଟିଲ ଏବଂ ଆଇଟିସି ଲିମିଟେଡ୍‌ ସାମିଲ ରହିଛି। ସେହିପରି ସେନସେକ୍ସର ମୋଟ ୬ ଶେୟାର ଆଜି ହ୍ରାସ ସହ ବନ୍ଦ ହୋଇଛି। ନେସ୍‌ଲେ ଇଣ୍ଡିଆରେ ୧.୧୭% ସହ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳୁଛି। ଏହା ସହ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ଏଚ୍‌ସିଏଲ ଟେକ୍‌, ହିନ୍ଦୁସ୍ତାନ ୟୁନିଲିଭର ଏବଂ ସନଫାର୍ମାରେ ମଧ୍ୟ ଆଜି ୦.୪୩ରୁ ୦.୧୦% ସହ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri