୬ ଲକ୍ଷ କୋଟି ଟଙ୍କାର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୭।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ କୋଭିଡ ସଂକ୍ରମଣର ଭୟାବହତା ମଧ୍ୟରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। କାରଣ ଗତ ସପ୍ତାହର କାରବାର ଫଳାଫଳ ନିବେଶକଙ୍କ ମନରେ ଆଶା ଓ ଆଶଙ୍କା ଭରିଥିଲା। ହେଲେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଦଲାଲ ଷ୍ଟ୍ରିଟରେ ଉତ୍ସବର ମାହୋଲ ପ୍ରସ୍ତୁତ କରିଛି। ଏପରିକି ସୋମବାର ଷ୍ଟକ ମାର୍କେଟର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ୩୦ ଶେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ସେନସେକ୍ସ ପ୍ରାୟ ୭୨୧.୧୩ ଅଙ୍କ ଅର୍ଥାତ ୧.୨୦% ବୃଦ୍ଧି ସହ ୬୦,୫୬୬.୪୨ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟ-୫୦ ଶେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ୨୦୭.୮୦ ଅଙ୍କ ଅର୍ଥାତ ୧.୧୭% ବଢି ୧୮,୦୧୪.୬୦ ସ୍ତରରେ ବନ୍ଦ ହୋଇଛି। ବିଶେଷ କରି ଫର୍ମା ସେକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ସେକ୍ଟରର ସୂଚକାଙ୍କ ସବୁଜ ସଂକେତ ଉପରେ ବନ୍ଦ ହୋଇଛି। ଏପରିକି ସରକାରୀ ବ୍ୟାଙ୍କଗୁଡିକର ଶେୟାରରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିଛି। ସେହିଭଳି ପିଏସୟୁ ବ୍ୟାଙ୍କ ଗୁଡିକର ସୂଚକାଙ୍କରେ ପ୍ରାୟ ୭% ବୃଦ୍ଧି ରେକର୍ଡ ହୋଇଛି। ଅପରପକ୍ଷରେ ବିଏସଇର ମିଡକ୍ୟାପ ଇଣ୍ଡେକ୍ସ ୨.୩% ବଢି ବନ୍ଦ ହୋଇଥିବା ବେଳେ ସ୍ମଲକ୍ୟାପ ଇଣ୍ଡେକ୍ସରେ ମଧ୍ୟ ୩% ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଶେୟାର ବଜାରରେ ଏହି ବୃଦ୍ଧି ପରେ ନିବେଶକଙ୍କ ପୁଞ୍ଜି ସୋମବାର ପ୍ରାୟ ୬ (୫.୮୭) ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଏସଇରେ ସୂଚୀବଦ୍ଧ ସବୁ କମ୍ପାନୀର ମୋଟ ବଜାର ପୁଞ୍ଜି ଆଜି ବଢି ୨୭୭.୯୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ପୂର୍ବ କାରବାର ଦିନରେ ଏହା ୨୭୨.୧୨ ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ବିଏସଇରେ ସୂଚୀବଦ୍ଧ କମ୍ପାନୀର ମୋଟ ବଜାର ପୁଞ୍ଜିରେ ୫.୮୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ସେନସେକ୍ସର ୩୦ ଶେୟାର ମଧ୍ୟରୁ ୨୪ ଶେୟାର ଆଜି ବୃଦ୍ଧି ସହ ବନ୍ଦ ହୋଇଛି। ଯେଉଁ ୫ ଶେୟାରରେ ଆଜି ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ସେଥିରେ ଏସବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫିନସର୍ଭ, ଟାଟା ଷ୍ଟିଲ ଏବଂ ଆଇଟିସି ଲିମିଟେଡ୍‌ ସାମିଲ ରହିଛି। ସେହିପରି ସେନସେକ୍ସର ମୋଟ ୬ ଶେୟାର ଆଜି ହ୍ରାସ ସହ ବନ୍ଦ ହୋଇଛି। ନେସ୍‌ଲେ ଇଣ୍ଡିଆରେ ୧.୧୭% ସହ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳୁଛି। ଏହା ସହ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ଏଚ୍‌ସିଏଲ ଟେକ୍‌, ହିନ୍ଦୁସ୍ତାନ ୟୁନିଲିଭର ଏବଂ ସନଫାର୍ମାରେ ମଧ୍ୟ ଆଜି ୦.୪୩ରୁ ୦.୧୦% ସହ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri