ଆଇଲାଲୋ ‘ଦାନା’

ବାତ୍ୟା ଆସୁଛି, ପରିବା କିଣି ପକାଇବା। ଘରେ ଲୁଣ, ଲଙ୍କା, ଖାଇବାତେଲ ସହିତ ଡିଜେଲ ଓ ପେଟ୍ରୋଲ ମଧ୍ୟ କିଣି ଠୁଳ କରିବା। ସେଇଥିପାଇଁ ଧାଡ଼ିରେ ଛିଡ଼ା ହେବାକୁ କଷ୍ଟ ଲାଗିଲେ ମଧ୍ୟ ତାହା କରିବା। ପିଲାଙ୍କୁ ଘର ବାହାରକୁ ଯିବା ପାଇଁ ବାରଣ କରିବା ସହିତ ଠାକୁରଙ୍କୁ ଡାକିବା ବିଜୁଳି ଯେମିତି ସବୁବେଳେ ମିଳିବ। ବେଶି ସମୟ କଟିବ ନାହିଁ। ଚାଳ ଏବଂ ଟିଣ ଘରେ ରହୁଥିବା ପରିବାର ପ୍ରାର୍ଥନା କରିବେ ପବନରେ ଛାତ ଉଡ଼ି ନ ଯାଉ। ପିଲା ଖୁସି ହେଉଥିବେ ସ୍କୁଲ ବନ୍ଦ ହେବ। ପରିବା ଦୋକାନୀଙ୍କ ଉଲ୍ଲାସ ଯେ ଅଧିକ ଦରରେ ବିକି ପ୍ରବଳ ଲାଭ କରିବାର ସୁଯୋଗ ଆଣିଦେଉଛି ‘ଦାନା’। ଅପରପକ୍ଷରେ ବିଦ୍ୟୁତ୍‌ କର୍ମଚାରୀ ମୁଣ୍ଡରେ ହାତଦେଇ ବସିଥିବେ ପୁନର୍ବାର ସବୁ ଲାଇନ୍‌ ଟାଣିବାକୁ ପଡ଼ିପାରେ ଏବଂ ତାହା ଏକ ଧନ୍ୟବାଦ ବିହୀନ କାର୍ଯ୍ୟ, ଯେଉଁଥିରେ ଉତ୍ତ୍ୟକ୍ତ ଜନତା ଗାଳିଗୁଲଜ ଏବଂ ମାଡ଼ ପର୍ଯ୍ୟନ୍ତ ଚାଲିଯାଇ ପାରନ୍ତି। ବାତ୍ୟା ପାଇଁ ଓଡ଼ିଶା ପ୍ରସିଦ୍ଧ। ସେହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ କରିଦିଆଯାଇଛି ବୋଲି ପୂର୍ବରୁ ଶାସନ କରୁଥିବା ରାଜନୈତିକ ଦଳ ଅନେକ ବାହାବା ଏବଂ ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିଥିଲେ। ଏବେ ଓଡ଼ିଶାବାସୀ ଜାଣିଛନ୍ତି ଯେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବା ସତ୍ତ୍ୱେ ଇଲେକ୍‌ଟ୍ରିକ କେବୁଲକୁ ମାଟିତଳେ ନେବାର କୌଣସି ସାମାନ୍ୟତମ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେଇଥିପାଇଁ ବାତ୍ୟା ଆସିଲେ ଟେଲିଭିଜନ ଦେଖିବା ସମ୍ଭବପର ହୁଏ ନାହିଁ। ଏବେ କୌତୂହଳରେ କୁହାଯାଉଛି ବାତ୍ୟା ‘ଦାନା’ ସମ୍ଭବତଃ ଟେଲିଭିଜନ ଷ୍ଟୁଡିଓ ଭିତରେ ଲ୍ୟାଣ୍ଡ୍‌ଫଲ୍‌ ଅର୍ଥାତ୍‌ ସ୍ଥଳଭାଗ ଛୁଇଁଲା ଭଳି ଜଣାପଡୁଛି। ପୂର୍ବରୁ ଯେତେ ବାତ୍ୟା ହୋଇଛି ସେଥିରେ ଆମ ସମସ୍ତଙ୍କୁ ଯଥେଷ୍ଟ ଅନୁଭୂତି ମିଳିସାରିଲାଣି। କ୍ରିକେଟ କମେଟ୍ରି ଦେଲାଭଳି ପ୍ରାୟ ଅଧିକାଂଶ ଓଡ଼ିଆ ବଢ଼ି, ବାତ୍ୟା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରିବାର କ୍ଷମତା ହାସଲ କରିସାରିଲେଣି। ଦିଲ୍ଲୀର ଜଣେ ଭଦ୍ରବ୍ୟକ୍ତି ଟେଲିଫୋନ କରି କହିଲେ ଯେ, ଓଡ଼ିଶାରେ ଅକ୍ଟୋବରରେ ଗୋଟିଏ ବାତ୍ୟା ନିହାତି ‘ବନ୍‌ତା ହୈ’। ସେଭଳି ମନ୍ତବ୍ୟ ଶୁଣି ଯେତିକି ଚିନ୍ତା ଓଡ଼ିଶାବାସୀଙ୍କର ହେଉଛି ବିଶେଷକରି ଉପକୂଳବର୍ତ୍ତୀ ବାସିନ୍ଦାମାନଙ୍କର ଚିନ୍ତା ଜାଗୁଛି। ସେଥିରୁ ଆମ ରାଜ୍ୟ କିଭଳି ତ୍ରାହି ପାଇବ ତାହା ପାଇଁ ଏକ ଦୀର୍ଘମିଆଦୀ ଚିନ୍ତା କରାଯିବା ଦରକାର।
‘ଦାନା’ ଭଳି ପୂର୍ବରୁ ଅନେକ ବାତ୍ୟା ଆସି ପ୍ରବଳ ସମ୍ପତ୍ତି କ୍ଷତି ଏବଂ ଜୀବନହାନି ଘଟାଇ ସାରିଲାଣି। ରାଜ୍ୟ ସରକାର ସବୁବେଳେ ସଂଖ୍ୟାକୁ ଚପାଇ ରଖିବା ପାଇଁ ଚେଷ୍ଟା କରିବା କଥା ସମସ୍ତେ ଜାଣନ୍ତି। ଅନ୍ୟପଟେ ସମଗ୍ର ପୃଥିବୀକୁ ଦେଖିଲେ ଭାରତର ଏହି ଦକ୍ଷିଣ-ପୂର୍ବ ଅଞ୍ଚଳର ସ୍ଥିତି ଅନ୍ୟତମ ବୋଲି ବୁଝାପଡ଼େ। ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଭାରତରେ ମଧ୍ୟ ଅନେକ ଧନୀ ଲୋକ ପରିବେଶକୁ ବିପଦ ଆସୁଛି ବୋଲି ବିଶ୍ୱାସ କରିବାକୁ ପ୍ରସ୍ତୁତ ନାହାନ୍ତି। ୨୦୨୩ ଏବଂ ୨୦୨୪ର ଗ୍ରୀଷ୍ମଋତୁକୁ ଦେଖିଲେ ପୃଥିବୀର ସର୍ବାଧିକ ତାପମାତ୍ରା ଜାମ୍‌ସେଦପୁର, ମିଦିନାପୁର, ବାଲେଶ୍ୱର ଏବଂ ଭୁବନେଶ୍ୱର ଅଞ୍ଚଳରେ ଦେଖାଯାଇଥିଲା। ରାଜନୈତିକ କିମ୍ବା ପ୍ରଶାସନିକ ମାନଚିତ୍ରରେ ଦେଖିବା ପରିବର୍ତ୍ତେ ଯଦି ସମଗ୍ର ପୃଥିବୀକୁ ଦେଖାଯାଏ ତେବେ ଏହିସବୁ ଜନବସତି ବା ସହର ଖୁବ୍‌ ସୀମିତ ଅଞ୍ଚଳରେ ଅଛନ୍ତି। ଏହିଠାରେ ପରିବେଶ ପରିବର୍ତ୍ତନର ନକାରାତ୍ମକ ଦିଗ ସବୁଠାରୁ ଅଧିକ ଏବଂ ବାରମ୍ବାର ଦୃଶ୍ୟମାନ ହେଉଛି। କେବଳ ପ୍ଲାଷ୍ଟିକ୍‌ ବସ୍ତୁକୁ ଗୋଟିଏ ଜାଗାରୁ ଉଠାଇନେଇ ଅନ୍ୟ ଜାଗାରେ ପକାଇବା କିମ୍ବା ଦାମୀ ଗଛକୁ ଆଣି ଅନ୍ୟତ୍ର ଲଗାଇଲେ ପରିବେଶ ସୁରକ୍ଷା ସମ୍ଭବପର ନୁହେଁ। ହେନ୍ତାଳ ବଣ ସୃଷ୍ଟି କରି ସମୁଦ୍ର ପାଖଆଖ ଅଞ୍ଚଳକୁ ବଞ୍ଚାଇବା ସହିତ ଆମ ସମସ୍ତଙ୍କର ଅସୁବିଧାଜନକ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏହାର ଅର୍ଥ ନୁହେଁ ଓଡ଼ିଶାକୁ ବାତ୍ୟା ଆସିବାଟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିହେବ। କିନ୍ତୁ ଇତିହାସକୁ ଦେଖିଲେ ୧୯୯୯ ମହାବାତ୍ୟା ପରଠାରୁ ଯେଉଁଭଳି ଭାବେ ବାରମ୍ବାର ପ୍ରଳୟଙ୍କରୀ ବାତ୍ୟା ଆସୁଛି ସେଭଳି ପରିସ୍ଥିତି ପୂର୍ବରୁ ନ ଥିଲା। ଆଜି ମଧ୍ୟ ଏହି ରାଜ୍ୟରେ ଅନେକ ଲୋକ ଜୀବିତ ଅଛନ୍ତି, ଯେଉଁମାନେ ୧୯୬୦ ଏବଂ ୧୯୭୦ ଦଶନ୍ଧିରୁ ଓଡ଼ିଶାକୁ ଦେଖିଆସିଛନ୍ତି। ସେମାନେ ବଢ଼ି କଥା ଭଲଭାବେ କହିପାରିବେ, କିନ୍ତୁ ଏଭଳି ବାତ୍ୟାର ଉଦାହରଣ ଦେବା ସେହି ପିଢ଼ି ପାଇଁ ସମ୍ଭବପର ହେବ ନାହିଁ। ପୂର୍ବରୁ ଓଡ଼ିଶାବାସୀଙ୍କ ପୂର୍ବ ପିଢ଼ି ଏଭଳି କେଉଁ ଭଲ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁ ବାରମ୍ବାର ବାତ୍ୟା ମାଡ଼ ଖାଉ ନ ଥିଲେ। ଏବେ ଆମେ ପଲ୍ଲେ ଅମଙ୍ଗଳିଆ କିଛି ଗୋଟେ ମିଳିମିଶି ବଡ଼ ଧରଣର ନକାରାତ୍ମକ କାର୍ଯ୍ୟ କରୁଛୁ ଯେଉଁଥିପାଇଁ ଆମ ମାତୃଭୂମି ସବୁବେଳେ ପ୍ରାକୃତିକ କୋପର ଶିକାର ହେଉଛି। ଏହି ବାହ୍ୟ ପରିସ୍ଥିତିକୁ ବଦଳାଇବା ପାଇଁ ହୁଏତ ଆମେ ସମସ୍ତେ ମିଳିମିଶି ରାଜ୍ୟର ମଙ୍ଗଳ ଚିନ୍ତା କଲେ କିଛି ଶୁଭ ପରିବର୍ତ୍ତନ ଆସିବାର ପରିସ୍ଥିତି ସୃଷ୍ଟି ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri