ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହ କାର୍ଯ୍ୟ କରିବ ଏମ୍ସ

ଭୁବନେଶ୍ୱର, ୯।୨(ବ୍ୟୁରୋ): ଉନ୍ନତ ସ୍ବାସ୍ଥ୍ୟସେବା ପରିଚାଳନା, ରୋଗ ଚିହ୍ନଟ, ନିରାକରଣ ଓ ଚିକିତ୍ସା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ପ୍ରୟୋଗ ପାଇଁ ଭୁବନେଶ୍ୱର ଏମ୍ସ ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବେ କାର୍ଯ୍ୟ କରିବ। ଖୁବ୍‌ଶୀଘ୍ର ଏକ୍ଷେତ୍ରରେ ଗବେଷଣା ଓ ତାଲିମ ପାଇଁ ତାଇୱାନର ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରହିଛି ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଚାଙ୍ଗ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଏଆଇର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହ ସାକ୍ଷାତ୍‌ ପରେ ଡା. ବିଶ୍ବାସ ବୁଧବାର ଏହି ମତ ରଖିଛନ୍ତି। ସେ କହିଛନ୍ତି, ଜରୁରିକାଳୀନ କ୍ଷେତ୍ରରେ ତ୍ୱରିତ ଚିକିତ୍ସା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ(ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍‌) ରୋଗୀଙ୍କୁ ଡାକ୍ତରଖାନାର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରିକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥାଏ। ତେଣୁ ରୋଗର ତ୍ୱରିତ ଚିହ୍ନଟ ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ବଡ଼ ଆବଶ୍ୟକତା।

ସୂଚନାଯୋଗ୍ୟ, ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ସାହୁ ଏମ୍ସର ଅଧ୍ୟାପିକା ଅଧ୍ୟାପକଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ତଥ୍ୟ ରଖିଥିଲେ। ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରିକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ରୋଗ ଚିହ୍ନଟ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍‌, ସିଟି, ସିଟିଏ ଏବଂ ଏମ୍‌ଆରଆଇ ଭଳି ବିଭିନ୍ନ ପ୍ରକାରର ପରୀକ୍ଷା କରିଥାନ୍ତି। ଉକ୍ତ ପରୀକ୍ଷାଗୁଡ଼ିକ ବିଭିନ୍ନ ଫର୍ମାଟରେ ରହିଥାଏ। ତାହାକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଏକ ଅଂଶ। ଇସ୍କେମିକ୍‌ ଷ୍ଟ୍ରୋକ୍‌, ଇଣ୍ଟାକ୍ରାନିଆଲ୍‌ ଷ୍ଟେନୋସିସ୍‌, କଲୋରେକ୍ଟାଲ୍‌ କର୍କଟ ଏବଂ ଫୁସଫୁସ କର୍କଟ ଭଳି ରୋଗୀଙ୍କ ପରୀକ୍ଷା ରିପୋର୍ଟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ଏମ୍ସ ମେଡିକାଲ ଅଧୀକ୍ଷକ ଦିଲୀପ କୁମାର ପରିଡ଼ା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ପୁଣି ବିଫଳ ହେଲା ମନ୍ତ୍ରୀ-ମିଲର୍ସ ଆଲୋଚନା: ଧାନ କିଣା ଅଚଳାବସ୍ଥା ଜାରି, ଚାଷୀ ସହିବେ କ୍ଷତି

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ସଂକଟ ଦୂର ହେବାର ନାଁ ଧରୁନି। ମଙ୍ଗଳବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ...

ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ଏପରି

ଭୁବନେଶ୍ୱର,୬।୧: ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଅର୍ଥାତ ଜାନୁଆରୀ ୬ ତାରିଖରେ...

ରାଜ୍ୟରେ ଆହୁରି କଲବଲ କରିବ ଥଣ୍ଡା: ୩ରୁ ୪ ଦିନ ବଢ଼ିବ ଶୀତ

ଭୁବନେଶ୍ୱର,୬ା୧: ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର

ଭୁବନେଶ୍ୱର,୬।୧: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ...

ଚାଷୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୬।୧: ମଣ୍ଡିରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ...

ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ପୀୟୂଷ: କହିଲେ…

ଭୁବନେଶ୍ୱର,୬।୧: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri