ଅଧିକ ଚିକିତ୍ସା ପାଇଁ ଏମ୍ସ ଗଲେ ବାଲେଶ୍ୱର ଏମ୍‌ପି

ବାଲେଶ୍ୱର ଅଫିସ,୩।୧: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୋମବାର ସନ୍ଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ତାଙ୍କୁ ଅଧିକ ଚିତ୍କାର ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ସେ ସୁସ୍ଥ ଅଛନ୍ତି। ତାଙ୍କ ସହ ଏକ ୪ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଥଣ୍ଡା, ଜ୍ୱର ଯୋଗେ ଏମ୍‌ପି ଷଡ଼ଙ୍ଗୀ ଅସୁସ୍ଥତା ଅନୁଭବ କରିବାରୁ ବାଲେଶ୍ୱର ଜିଲା ମେଡିକାଲରେ ବିଭିନ୍ନ ଟେଷ୍ଟ କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ନିମୋନିଆ ହୋଇଥିବା ଜଣାପଡିଥିଲା। ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।