ଅନୁଗୋଳରେ ଏଡ୍‌ସ ଅଣାୟତ୍ତ

ଅନୁଗୋଳ ଅଫିସ,୧ା୧୨: ସଚେତନ, ସତର୍କ ଓ ସଂଜମ ଆଚରଣ ଦ୍ୱାରା ହିଁ ଏଡ୍‌ସର ପ୍ରତିରୋଧ କରାଯାଇପାରିବ। ଦୀର୍ଘବର୍ଷ ହେଲା ସରକାର ଏହା ବୁଝାଉଛନ୍ତି। ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ଏନ୍‌ଜିଓ ମାଧ୍ୟମରେ ସଚେତନତା ସୃଷ୍ଟିର ଉଦ୍ୟମ କରିଆସୁଛନ୍ତି। ହେଲେ ଅନୁଗୋଳ ଜିଲାର ଅନେକେଙ୍କ ନିକଟରେ ଏପରି ସଚେତନତାର ବାର୍ତ୍ତା ପହଞ୍ଚିପାରି ନାହିଁ। କାରଣ ଶିଳ୍ପରେ ଭରା ଅନୁଗୋଳ ଜିଲାରେ ଏଡ୍‌ସ ସ୍ଥିତି ଏବେ ବି ଅଣାୟତ୍ତ ଅବସ୍ଥାରେ ରହିଛି। ଗତ କିଛି ବର୍ଷ ପରି ଚଳିତବର୍ଷର ମାତ୍ର ୭ ମାସ ମଧ୍ୟରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଯାଇଛି। ଏହି ଭୂତାଣୁଧାରୀଙ୍କ ମଧ୍ୟରେ ୯ ଜଣ ଗର୍ଭବତୀ ଓ ୨ ଶିଶୁ ରହିବା ଉଦ୍‌ବେଗର ବିଷୟ ହୋଇଛି।
ଜିଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ ୟୁନିଟ୍‌ (ଡାପ୍‌ସୁ) ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୨୦୦୩ ମସିହାରୁ ଅନୁଗୋଳ ଜିଲାରେ ଏଚ୍‌ଆଇଭି ନମୁନା ସଂଗ୍ରହ ହେଉଛି। ସେବେଠାରୁ ଏଯାବତ୍‌ ଜିଲାରେ ମୋଟ୍‌ ୨୩୧୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୨୬ ପୁରୁଷ ରହିଥିବାବେଳେ ୭୨୬ ହେଉଛନ୍ତି ମହିଳା। ସେହିପରି ଏହି ୧୯ ବର୍ଷରେ ୧୬୬ ଶିଶୁ ଓ୨୩୫ ଗର୍ଭବତୀ ଏହି ମରାତ୍ମକ ରୋଗର ଶିକାର ହୋଇଛନ୍ତି। ଜିଲାର ବିଭିନ୍ନ ବ୍ଲକ ଅନୁଯାୟୀ ଦେଖିଲେ ଅନୁଗୋଳ ବ୍ଳକରେ ସର୍ବାଧିକ ୪୩୧ ଜଣ ଏଡ୍‌ସରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଖଣିଖାଦାନ ଭରା ତାଳଚେର ବ୍ଲକରେ ୪୩୬ ଜଣ, ବଅଁରପାଳ ବ୍ଲକରେ ୩୫୪, କିଶୋରନଗର ବ୍ଲକରେ ୧୮୫, ଛେଣ୍ଡିପଦା ବ୍ଳକରେ ୧୮୫, ଆଠମଲ୍ଲିକ ବ୍ଲକରେ ୧୨୦, କଣିହାଁ ବ୍ଲକରେ ୧୧୧ ଓ ପାଲଲହଡ଼ା ବ୍ଲକରୁ ୬୧ ଜଣ ଏଡ୍‌ସ ରୋଗୀ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ବାହାର ଜିଲାରୁ ଆସି ଏଠାରେ ୪୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ କରୋନା ସମୟରେ ଏଚ୍‌ଆଇଭି ସଂଖ୍ୟା ବୃଦ୍ଧିରେ ସାମାନ୍ୟ ରୋକ୍‌ ଲାଗିଥିଲା। ହେଲେ ଏବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ହୋଇଛି। ୨୦୧୭ – ୧୮ରେ ଜିଲାରୁ ୧୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ୨୦୧୮-୧୯ରେ ୧୩୨, ୨୦୧୯-୨୦ରେ ୧୩୨, ୨୦୨୦-୨୧ରେ ୧୨୮, ୨୦୨୧-୨୨ରେ ୧୨୩ ଜଣ ସଂକ୍ରମିତ ବାହାରିଥିବା ବେଳେ ଚଳିତବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିରୁ ଅନୁଗୋଳ ବ୍ଲକରୁ ୧୭ ଜଣ, ବଅଁରପାଳରୁ ୧୦, ତାଳଚେରରୁ ସର୍ବାଧିକ ୨୬ ଓ କିଶୋରନଗରରୁ ୧୦ ଜଣ ରହିଛନ୍ତି। କେବଳ ଅକ୍ଟୋବର ମାସରେ ଜିଲାରୁ ୧୫ ପଜିଟିଭି ଚିହ୍ନଟ ହୋଇଛନ୍ତି ବୋଲି ଡାପସୁ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri