Posted inଜାତୀୟ

AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ…

ବେଜିଂ,୨ା୩: ସାମ୍ପ୍ରତିକ ସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିବା ସହ ସମାଜ ପ୍ରତି ଏହାର କ୍ଷତିକାରକ ପ୍ରଭାବକୁ ନେଇ ଅନେକେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ମଧ୍ୟରେ ଚାଇନାର ଏକ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ଏଆଇର ସାମର୍ଥ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ନିଆରା ଉପାୟରେ ବ୍ୟବହାର କରିଛନ୍ତି। ସମ୍ପ୍ରତି ଇନ୍‌ଷ୍ଟାଗ୍ରାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍‌ ନାମକ ଏକ ହ୍ୟାଣ୍ଡେଲରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଚାଇନାର ଏକ ସ୍କୁଲର ପ୍ରଦର୍ଶନୀ ହଲ୍‌ରେ ଛାତ୍ରୀଛାତ୍ରମାନେ ବହୁସଂଖ୍ୟାରେ ବସିଥିବାବେଳେ ସେମାନଙ୍କୁ ତାଙ୍କ ଶିକ୍ଷକ ଏକ ସ୍ଲାଇଡ୍‌ଶୋ ପ୍ରେଜେଣ୍ଟେସନ୍‌ କରି ଦେଖାଉଛନ୍ତି। ଏହି ସ୍ଲାଇଡ୍‌ଶୋ’ରେ ଶିକ୍ଷକ ଜଣକ ଏଆଇକୁ ବ୍ୟବହାର କରି ନିଜ ଛାତ୍ରୀଛାତ୍ରଙ୍କ ସ୍ବପ୍ନର କ୍ୟାରିୟର ସମ୍ପର୍କିତ ଏଆଇ ଜେନେରେଟେଡ୍‌ ଫଟୋକୁ ଗୋଟିଏ ପରେ ଗୋଟିଏ କରି ଦେଖାଇଛନ୍ତି। ପ୍ରତି ସ୍ଲାଇଡ୍‌ ଶୋ’ରେ ନିଜ ମଧ୍ୟରୁ ଜଣଙ୍କର ଭବିଷ୍ୟତର ଫଟୋକୁ ଦେଖି ଛାତ୍ରୀଛାତ୍ରମାନେ ଉତ୍ସାହିତ ହୋଇ ତାଳି ମାରିବା ସହ ଖୁସିରେ ଝୁମି ଉଠୁଛନ୍ତି। ଭବିଷ୍ୟତରେ ନିଜକୁ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ମଡେଲ, ଆଷ୍ଟ୍ରୋନଟ, କ୍ରୀଡ଼ାବିତ ଭାବେ ଫଟୋ ମାଧ୍ୟମରେ ଦେଖି ଛାତ୍ରୀଛାତ୍ରମାନେ ଭାବବିହ୍ବଳ ହୋଇ ପଡ଼ିଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ସମ୍ପ୍ରତି ଏହି ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଏହାକୁ ଏଆଇର ସର୍ବୋତ୍ତମ ବ୍ୟବହାର କହି ଶିକ୍ଷକଙ୍କର ପ୍ରଶଂସା କରିଛନ୍ତି। ଏଆଇର ଏପରି ସକାରାତ୍ମକ ବ୍ୟବହାର ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଉଥିବା କେତେଜଣ ୟୁଜର୍ସ କହିଛନ୍ତି। ସେହିପରି ଜଣେ ୟୁଜର ଲେଖିଛନ୍ତି, ଯାହା ହେଉ ଏଥର ଏଆଇ କୌଣସି ବିଶୃଙ୍ଖଳା ସୃଷ୍ଟି ନ କରି ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରେରଣା ଯୋଗାଇବାରେ ବ୍ୟବହୃତ ହୋଇଛି। ଶିକ୍ଷକଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଆଇ ନିଶ୍ଚିତଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି। ତେବେ ଏହାର ବ୍ୟବହାର ପଛର ଉଦ୍ଦେଶ୍ୟ ଠିକ୍‌ ରହିବା ଆବଶ୍ୟକ। ଆଉ ଜଣେ ଲେଖିଛନ୍ତି, ଯେକୌଣସି ସ୍ବପ୍ନକୁ ହାସଲ କରାଯାଇପାରିବ, ତାହା ଏଆଇ ଜେନେରେଟେଡ୍‌ ଏହି ଫଟୋଗୁଡ଼ିକୁ ଦେଖି ପିଲାମାନେ ପ୍ରେରଣା ପାଇଛନ୍ତି। ଏପରି ଅନୁଭବକୁ ସେମାନେ ଭୁଲି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri