Posted inଜାତୀୟ

AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ…

ବେଜିଂ,୨ା୩: ସାମ୍ପ୍ରତିକ ସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିବା ସହ ସମାଜ ପ୍ରତି ଏହାର କ୍ଷତିକାରକ ପ୍ରଭାବକୁ ନେଇ ଅନେକେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ମଧ୍ୟରେ ଚାଇନାର ଏକ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ଏଆଇର ସାମର୍ଥ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ନିଆରା ଉପାୟରେ ବ୍ୟବହାର କରିଛନ୍ତି। ସମ୍ପ୍ରତି ଇନ୍‌ଷ୍ଟାଗ୍ରାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍‌ ନାମକ ଏକ ହ୍ୟାଣ୍ଡେଲରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଚାଇନାର ଏକ ସ୍କୁଲର ପ୍ରଦର୍ଶନୀ ହଲ୍‌ରେ ଛାତ୍ରୀଛାତ୍ରମାନେ ବହୁସଂଖ୍ୟାରେ ବସିଥିବାବେଳେ ସେମାନଙ୍କୁ ତାଙ୍କ ଶିକ୍ଷକ ଏକ ସ୍ଲାଇଡ୍‌ଶୋ ପ୍ରେଜେଣ୍ଟେସନ୍‌ କରି ଦେଖାଉଛନ୍ତି। ଏହି ସ୍ଲାଇଡ୍‌ଶୋ’ରେ ଶିକ୍ଷକ ଜଣକ ଏଆଇକୁ ବ୍ୟବହାର କରି ନିଜ ଛାତ୍ରୀଛାତ୍ରଙ୍କ ସ୍ବପ୍ନର କ୍ୟାରିୟର ସମ୍ପର୍କିତ ଏଆଇ ଜେନେରେଟେଡ୍‌ ଫଟୋକୁ ଗୋଟିଏ ପରେ ଗୋଟିଏ କରି ଦେଖାଇଛନ୍ତି। ପ୍ରତି ସ୍ଲାଇଡ୍‌ ଶୋ’ରେ ନିଜ ମଧ୍ୟରୁ ଜଣଙ୍କର ଭବିଷ୍ୟତର ଫଟୋକୁ ଦେଖି ଛାତ୍ରୀଛାତ୍ରମାନେ ଉତ୍ସାହିତ ହୋଇ ତାଳି ମାରିବା ସହ ଖୁସିରେ ଝୁମି ଉଠୁଛନ୍ତି। ଭବିଷ୍ୟତରେ ନିଜକୁ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ମଡେଲ, ଆଷ୍ଟ୍ରୋନଟ, କ୍ରୀଡ଼ାବିତ ଭାବେ ଫଟୋ ମାଧ୍ୟମରେ ଦେଖି ଛାତ୍ରୀଛାତ୍ରମାନେ ଭାବବିହ୍ବଳ ହୋଇ ପଡ଼ିଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ସମ୍ପ୍ରତି ଏହି ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଏହାକୁ ଏଆଇର ସର୍ବୋତ୍ତମ ବ୍ୟବହାର କହି ଶିକ୍ଷକଙ୍କର ପ୍ରଶଂସା କରିଛନ୍ତି। ଏଆଇର ଏପରି ସକାରାତ୍ମକ ବ୍ୟବହାର ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଉଥିବା କେତେଜଣ ୟୁଜର୍ସ କହିଛନ୍ତି। ସେହିପରି ଜଣେ ୟୁଜର ଲେଖିଛନ୍ତି, ଯାହା ହେଉ ଏଥର ଏଆଇ କୌଣସି ବିଶୃଙ୍ଖଳା ସୃଷ୍ଟି ନ କରି ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରେରଣା ଯୋଗାଇବାରେ ବ୍ୟବହୃତ ହୋଇଛି। ଶିକ୍ଷକଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଆଇ ନିଶ୍ଚିତଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି। ତେବେ ଏହାର ବ୍ୟବହାର ପଛର ଉଦ୍ଦେଶ୍ୟ ଠିକ୍‌ ରହିବା ଆବଶ୍ୟକ। ଆଉ ଜଣେ ଲେଖିଛନ୍ତି, ଯେକୌଣସି ସ୍ବପ୍ନକୁ ହାସଲ କରାଯାଇପାରିବ, ତାହା ଏଆଇ ଜେନେରେଟେଡ୍‌ ଏହି ଫଟୋଗୁଡ଼ିକୁ ଦେଖି ପିଲାମାନେ ପ୍ରେରଣା ପାଇଛନ୍ତି। ଏପରି ଅନୁଭବକୁ ସେମାନେ ଭୁଲି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri