ଘୁମୁସର ବନଖଣ୍ଡକୁ ଜଗିବ ଏଆଇ କ୍ୟାମେରା: କାଠମାଫିଆ, ଶିକାରୀ ହେବେ ସାବାଡ଼

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ବନ୍ୟପ୍ରାଣୀ ଶିକାର ଏବଂ କାଠଚୋରି ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା ନିଆଯାଉଛି। ତେଣୁ ରାଜ୍ୟର ସମସ୍ତ ଜଙ୍ଗଲରେ ଏଆଇ କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ୱ କ୍ୟାମେରା ଲଗାଯିବ। ଉକ୍ତ କ୍ୟାମେରାଗୁଡିକର ପରିଚାଳନା ପାଇଁ ବିଭିନ୍ନ ଉଚ୍ଚ ସ୍ଥାନରେ ୧୮ଟି ଏଆଇ ଟାୱାର ନିର୍ମାଣ କରାଯିବ। ଏଥିପାଇଁ ଦୁଇ ବନଖଣ୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି।

ବିଧାୟକ ପୁଣି କହିଛନ୍ତି, ଏଆଇ କ୍ୟାମେରା ଲାଗିବା ଦ୍ୱାରା ଜଙ୍ଗଲରେ ଅବାଧରେ ବେନିୟମ ଭାବେ ଘୂରି ବୁଲୁଥିବା ଶିକାରୀ ଏବଂ କାଠଚୋରଙ୍କୁ ଧରିବାରେ ସହଜ ହୋଇଯାରିବ। ଏପରିକି ବିପଦରେ ପଡୁଥିବା ବନ୍ୟପ୍ରାଣୀଙ୍କୁ ଚିହ୍ନଟ କରି ସୁରକ୍ଷା ପ୍ରଦାନ କରାଯାଇ ପାରିବ। ଜଙ୍ଗଲରୁ ବେନିୟମ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟକୁ ଧରିବା ସହଜ ହେବ ବୋଲି ବିଧାୟକ କହିଥିଲେ।

ଘୁମୁସର ବନଖଣ୍ଡ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉଲିଙ୍ଗିଆ-ଭାଲିଙ୍ଗିଆ ରାସ୍ତାର ଏକ ଝରଣା ନିକଟରେ ୧୦ଟି କଟେଜ୍‌ ହେବ। ପର୍ଯ୍ୟଟକମାନେ ଏହାର ସୁବିଧା ନେଇପାରିବେ ବୋଲି ବିଧାୟକ ନାୟକ କହିଛନ୍ତି। ଏପରିକି ଭଞ୍ଜନଗର ଜଳଭଣ୍ଡାରରେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ କଟେଜ୍‌ ତିଆରି କରାଯିବ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ କରାଯିବ। ବନ ବିହାରରେ ଆଉ ୩ଟି କାଠଘର ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ବନଖଣ୍ଡରେ ହାତୀ ଚଳପ୍ରଚଳ ବଢୁଛି। ତେଣୁ ହାତୀଙ୍କ ସୁରକ୍ଷା ପାଇଁ ଏକ ହସ୍ପିଟାଲ ହେବ। ସେଠାରେ ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲାର ଅସୁସ୍ଥ ହାତୀମାନଙ୍କ ଚିକିତ୍ସା କରାଯିବ। ବେରୁଆବାଡି ନିକଟରେ ଏଥିପାଇଁ ୧୦ ଏକର ଜଙ୍ଗଲ ଜମି ନିଆଯାଇଛି। ତାହାର ମଧ୍ୟ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି। ବିଭିନ୍ନ ସମୟରେ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ଭିତରେ ଖାଦ୍ୟ ବ୍ୟବସ୍ଥା କରାଯିବ। ୧୦ ଏକର ଜଙ୍ଗଲ ଜମିରେ ୩ଟି ସ୍ଥାନରେ ପିଜୁଳି, ଆମ୍ବ, ପଣସ ସମେତ ଅନ୍ୟାନ୍ୟ ଫଳ ଆଦି ଗଛ ଲଗାଯିବ।

ଏପରିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚକରାଘାଟି, ଘାଟିଶୁଲାର ବିକାଶ କରାଯାଉଛି। ଚକରାଘାଟିର ବିକାଶ ପାଇଁ ବର୍ତ୍ତମାନ ୬ କୋଟି ଟଙ୍କା ଆସିଥିବା ବେଳେ ଆଉ କିଛି ଦିନ ପରେ ଆଉ ୬ କୋଟି ଟଙ୍କା ଆସିବ ବୋଲି ବିଧାୟକ କହିଛନ୍ତି।

ଅପରପକ୍ଷେ ଏତେସବୁ ଉନ୍ନୟନ କାର୍ଯ୍ୟ ହେଉଥିବା ଯୋଗୁଁ ବିଧାୟକ ଏବଂ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ବାରମ୍ବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରେ ଜଙ୍ଗଲ ସୁରକ୍ଷାରେ ଏଆଇ କ୍ୟାମେରା ବ୍ୟବହାର ହେବା ପରେ ତାର ସୁଫଳ ମିଳିପାରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଶିମିଳିପାଳ ଏବଂ ରାଉରକେଲା ବନଖଣ୍ଡରେ ପରୀକ୍ଷାମୂଳକ ଭାବେ ଏଆଇ କ୍ୟାମେରା ଲଗାଯାଇଛି। ତାର ଫଳାଫଳ ଭଲ ଆସୁଛି। ତେଣୁ ରାଜ୍ୟର ସମସ୍ତ ୫୧ଟି ବନଖଣ୍ଡରେ ଏଆଇ କ୍ୟାମେରା ଲଗାଇବା ଯୋଜନା ରହିଛି। ଏଥିପାଇଁ ୧୫ ଦିନ ତଳେ ସମସ୍ତ ବନଖଣ୍ଡ ପକ୍ଷରୁ କେତେ କ୍ୟାମେରା ଲାଗିବ ତାହାର ପ୍ରସ୍ତାବ ସରକାରଙ୍କୁ ପଠାଇଛନ୍ତି।

ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ୫ଟି ଟାୱାର ଏବଂ ୫୦ଟି କ୍ୟାମେରା ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏପରି କି ଗାଁକୁ ହାତୀ ଆସିଲେ ଏକ ସାଇରନ୍‌ ବାଜିବା ଭଳି ଏକ ଯନ୍ତ୍ରୀ ଲାଗିବ ବୋଲି ସେ କହିଛିନ୍ତି। ଏହାଦ୍ୱାରା ଲୋକେ ସେଚେତନ ହୋଇପାରିବେ।

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି, ୧୩ଟି ଟାୱାର ଏବଂ ୬୦ଟି କ୍ୟାମେରା ବନଖଣ୍ଡରେ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। କ୍ୟାମେରା ଲାଗିଲେ ଜଙ୍ଗଲ ପରିଚାଳନା ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri