ଘୁମୁସର ବନଖଣ୍ଡକୁ ଜଗିବ ଏଆଇ କ୍ୟାମେରା: କାଠମାଫିଆ, ଶିକାରୀ ହେବେ ସାବାଡ଼

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ବନ୍ୟପ୍ରାଣୀ ଶିକାର ଏବଂ କାଠଚୋରି ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବୈଷୟିକ ଜ୍ଞାନ କୌଶଳର ସହାୟତା ନିଆଯାଉଛି। ତେଣୁ ରାଜ୍ୟର ସମସ୍ତ ଜଙ୍ଗଲରେ ଏଆଇ କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ୱ କ୍ୟାମେରା ଲଗାଯିବ। ଉକ୍ତ କ୍ୟାମେରାଗୁଡିକର ପରିଚାଳନା ପାଇଁ ବିଭିନ୍ନ ଉଚ୍ଚ ସ୍ଥାନରେ ୧୮ଟି ଏଆଇ ଟାୱାର ନିର୍ମାଣ କରାଯିବ। ଏଥିପାଇଁ ଦୁଇ ବନଖଣ୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଗାମୀ ଦିନରେ ଏହା କାର୍ଯ୍ୟକାରୀ ହେବ ବୋଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଛନ୍ତି।

ବିଧାୟକ ପୁଣି କହିଛନ୍ତି, ଏଆଇ କ୍ୟାମେରା ଲାଗିବା ଦ୍ୱାରା ଜଙ୍ଗଲରେ ଅବାଧରେ ବେନିୟମ ଭାବେ ଘୂରି ବୁଲୁଥିବା ଶିକାରୀ ଏବଂ କାଠଚୋରଙ୍କୁ ଧରିବାରେ ସହଜ ହୋଇଯାରିବ। ଏପରିକି ବିପଦରେ ପଡୁଥିବା ବନ୍ୟପ୍ରାଣୀଙ୍କୁ ଚିହ୍ନଟ କରି ସୁରକ୍ଷା ପ୍ରଦାନ କରାଯାଇ ପାରିବ। ଜଙ୍ଗଲରୁ ବେନିୟମ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟକୁ ଧରିବା ସହଜ ହେବ ବୋଲି ବିଧାୟକ କହିଥିଲେ।

ଘୁମୁସର ବନଖଣ୍ଡ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉଲିଙ୍ଗିଆ-ଭାଲିଙ୍ଗିଆ ରାସ୍ତାର ଏକ ଝରଣା ନିକଟରେ ୧୦ଟି କଟେଜ୍‌ ହେବ। ପର୍ଯ୍ୟଟକମାନେ ଏହାର ସୁବିଧା ନେଇପାରିବେ ବୋଲି ବିଧାୟକ ନାୟକ କହିଛନ୍ତି। ଏପରିକି ଭଞ୍ଜନଗର ଜଳଭଣ୍ଡାରରେ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ କଟେଜ୍‌ ତିଆରି କରାଯିବ। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ କରାଯିବ। ବନ ବିହାରରେ ଆଉ ୩ଟି କାଠଘର ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ବନଖଣ୍ଡରେ ହାତୀ ଚଳପ୍ରଚଳ ବଢୁଛି। ତେଣୁ ହାତୀଙ୍କ ସୁରକ୍ଷା ପାଇଁ ଏକ ହସ୍ପିଟାଲ ହେବ। ସେଠାରେ ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲାର ଅସୁସ୍ଥ ହାତୀମାନଙ୍କ ଚିକିତ୍ସା କରାଯିବ। ବେରୁଆବାଡି ନିକଟରେ ଏଥିପାଇଁ ୧୦ ଏକର ଜଙ୍ଗଲ ଜମି ନିଆଯାଇଛି। ତାହାର ମଧ୍ୟ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ କହିଛନ୍ତି। ବିଭିନ୍ନ ସମୟରେ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ଭିତରେ ଖାଦ୍ୟ ବ୍ୟବସ୍ଥା କରାଯିବ। ୧୦ ଏକର ଜଙ୍ଗଲ ଜମିରେ ୩ଟି ସ୍ଥାନରେ ପିଜୁଳି, ଆମ୍ବ, ପଣସ ସମେତ ଅନ୍ୟାନ୍ୟ ଫଳ ଆଦି ଗଛ ଲଗାଯିବ।

ଏପରିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚକରାଘାଟି, ଘାଟିଶୁଲାର ବିକାଶ କରାଯାଉଛି। ଚକରାଘାଟିର ବିକାଶ ପାଇଁ ବର୍ତ୍ତମାନ ୬ କୋଟି ଟଙ୍କା ଆସିଥିବା ବେଳେ ଆଉ କିଛି ଦିନ ପରେ ଆଉ ୬ କୋଟି ଟଙ୍କା ଆସିବ ବୋଲି ବିଧାୟକ କହିଛନ୍ତି।

ଅପରପକ୍ଷେ ଏତେସବୁ ଉନ୍ନୟନ କାର୍ଯ୍ୟ ହେଉଥିବା ଯୋଗୁଁ ବିଧାୟକ ଏବଂ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ବାରମ୍ବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରେ ଜଙ୍ଗଲ ସୁରକ୍ଷାରେ ଏଆଇ କ୍ୟାମେରା ବ୍ୟବହାର ହେବା ପରେ ତାର ସୁଫଳ ମିଳିପାରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଶିମିଳିପାଳ ଏବଂ ରାଉରକେଲା ବନଖଣ୍ଡରେ ପରୀକ୍ଷାମୂଳକ ଭାବେ ଏଆଇ କ୍ୟାମେରା ଲଗାଯାଇଛି। ତାର ଫଳାଫଳ ଭଲ ଆସୁଛି। ତେଣୁ ରାଜ୍ୟର ସମସ୍ତ ୫୧ଟି ବନଖଣ୍ଡରେ ଏଆଇ କ୍ୟାମେରା ଲଗାଇବା ଯୋଜନା ରହିଛି। ଏଥିପାଇଁ ୧୫ ଦିନ ତଳେ ସମସ୍ତ ବନଖଣ୍ଡ ପକ୍ଷରୁ କେତେ କ୍ୟାମେରା ଲାଗିବ ତାହାର ପ୍ରସ୍ତାବ ସରକାରଙ୍କୁ ପଠାଇଛନ୍ତି।

ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ୫ଟି ଟାୱାର ଏବଂ ୫୦ଟି କ୍ୟାମେରା ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏପରି କି ଗାଁକୁ ହାତୀ ଆସିଲେ ଏକ ସାଇରନ୍‌ ବାଜିବା ଭଳି ଏକ ଯନ୍ତ୍ରୀ ଲାଗିବ ବୋଲି ସେ କହିଛିନ୍ତି। ଏହାଦ୍ୱାରା ଲୋକେ ସେଚେତନ ହୋଇପାରିବେ।

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି, ୧୩ଟି ଟାୱାର ଏବଂ ୬୦ଟି କ୍ୟାମେରା ବନଖଣ୍ଡରେ ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। କ୍ୟାମେରା ଲାଗିଲେ ଜଙ୍ଗଲ ପରିଚାଳନା ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri