ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା ନେଇ ବନ ବିଭାଗ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ସଫଳ ହେବାରେ ଲାଗିଛି। ଏପରିକି ଶିକାରୀ ଓ କାଠ ବ୍ୟବସାୟୀଙ୍କ ଅନୁପ୍ରବେଶକୁ ରୋକିବାରେ ଏହି କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିରେ ସଫଳତା ବୃଦ୍ଧି ପାଇଲେ ବର୍ଷକ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଏଆଇ କ୍ୟାମେରା ଲଗାଯିବ ବୋଲି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ କହିିଛନ୍ତି।
ବ୍ୟାଘ୍ର ଓ ହସ୍ତୀ ଅଭୟାରଣ୍ୟ ଭାବେ ଶିମିଳିପାଳର ପ୍ରସିଦ୍ଧି ରହିିଛି। ବାଘ ବଂଶ ବୃଦ୍ଧି ଲାଗି ଏହି ଅଭୟାରଣ୍ୟ ପ୍ରକୃଷ୍ଟ ଜଙ୍ଗଲ ବୋଲି ଏନ୍‌ଟିସିଏ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଅଭୟାରଣ୍ୟର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଶିକାରୀ ଓ କାଠ ବ୍ୟବସାୟୀଙ୍କ କବଳରୁ ସୁରକ୍ଷା ଦେବା ନିମନ୍ତେ ଅଭୟାରଣ୍ୟର କୋର୍‌ ଓ ବଫର ଅଞ୍ଚଳରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଛି। ବନାଗ୍ନି ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ମାଧ୍ୟମରେ ଏହି କ୍ୟାମେରା ଲଗାଯାଇଛି। ନିଅଁା ଲାଗିବା ମାତ୍ରେ ଖୁବ୍‌ଶୀଘ୍ର ଏହାର ଫଟୋ ବନ ବିଭାଗର ହସ୍ତଗତ ହେବା ବ୍ୟବସ୍ଥା ରହିଛି। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ଶିକାରୀମାନଙ୍କୁ ଠାବ କରିବା ଓ ଧରିବା ପାଇଁ ଟ୍ରାଇଲଗାର୍ଡ ଓ ପେନ ଟିଲ୍ଟ ଜୁମ୍‌ (ପିଟିଜେଡ୍‌) କ୍ୟାମେରା ଲଗାଯାଇଛି। ପିଟିଜେଡ୍‌ ହେଉଛି ଏକ ରୋବୋଟିକ କ୍ୟାମେରା। ଯାହା ତିନୋଟି ଅକ୍ଷରେ ଗତି କରିବା ସହିତ ତଦାରଖ କରିବାରେ ସହାୟକ ହୋଇଥାଏ। ସେହିପରି ଭିଏଚ୍‌ଏଫ୍‌ ସଂଯୋଗ ରହୁଥିବା ଅଞ୍ଚଳଗୁଡ଼ିକରେ ଚଳପ୍ରଚଳ କରୁଥିବା ଶିକାରୀମାନଙ୍କ ରାସ୍ତାରେ ଖଞ୍ଜାଯାଇଥିବା କ୍ୟାମେରା ଦୁଇ ମିନିଟ୍‌ ମଧ୍ୟରେ ସେମାନଙ୍କ ଫଟୋକୁ ସ୍ବୟଂଚାଳିତ ଭାବେ ବନ ବିଭାଗକୁ ପଠାଉଛି। ଜିପିଏସ୍‌ ସଂଲଗ୍ନ କ୍ୟାମେରା ଫଟୋରେ ଠିକ୍‌ ସ୍ଥାନ ନିରୁପଣ କରି ସୂଚନା ପ୍ରଦାନ କରିବାରେ ଲାଗିଛି। ଏହାକୁ ଦେଖି ଅଧିକାରୀମାନେ ଯଥାଶୀଘ୍ର ପାଟ୍ରୋଲିଂ କରୁଥିବା କର୍ମଚାରୀଙ୍କୁ ସୂଚନା ଦେଇ ଶିକାରୀଙ୍କୁ ଧରିବାରେ ସଫଳ ହେଉଛନ୍ତି। ଉକ୍ତ କ୍ୟାମେରା କେବଳ ବନ୍ୟଜନ୍ତୁ, ଗାଡ଼ିମୋଟର, ବାଇକ୍‌ ଓ ମଣିଷର ଫଟୋକୁ ଉତ୍ତୋଳନ କରୁୁଛି। ଏହା ଦ୍ୱାରା ଅନୁପ୍ରବେଶକାରୀ ଓ ଚୋରାଚାଲାଣକାରୀଙ୍କୁ ଧରିବାରେ ବନ ବିଭାଗ ସଫଳ ହେଉଛି। ବନ୍ୟଜନ୍ତୁଙ୍କ ଦେହାବଶେଷ ଚୋରା ଚାଲାଣ କରାଯାଉଥିବା ସମୟର ଫଟୋ ସଙ୍ଗେ ସଙ୍ଗେ ମିଳିବା ପରେ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରି ମାମଲାକୁ ସୁଦୃଢ଼ କରାଯାଉଛି। ଏହା ଦ୍ୱାରା ଶିକାରୀମାନେ ସହଜରେ ଆଇନ ହାତରୁ ମୁକୁଳିପାରିବେ ନାହିଁ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କହିଛନ୍ତି। ଆଗାମୀ ଦିନରେ ହାତୀ ଶିକାରକୁ ସମ୍ପୂର୍ଣ୍ଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନିଆଯାଇଛି। ଅଭୟାରଣ୍ୟରେ ପୂର୍ବରୁ ୧୦୦ଟି ଏଆଇ କ୍ୟାମେରା ଖଞ୍ଜା ଯାଇଛି। ବର୍ତ୍ତମାନ ୫୦ରୁ ଅଧିକ କ୍ୟାମେରା ଲଗାଯାଉଛି। ବର୍ଷକ ମଧ୍ୟରେ ୧୦୦୦ ଏଆଇ କ୍ୟାମେରା ଲାଗିବ ବୋଲି ବିଭାଗ ସୂଚନା ଦେଇଛି।
ତେବେ ବାଘ ପାଇଁ ଲଗାଯାଇଥିବା କ୍ୟାମେରାଗୁଡ଼ିକରେ ଫଟୋ ଉତ୍ତୋଳନ ସମୟରେ ନାଲି ଲାଇଟ ଜଳୁଥିବାରୁ ତାହା ଶିକାରୀମାନେ ଜାଣିପାରୁଛନ୍ତି। ଅତ୍ୟାଧୁନିକ ଏଆଇ କ୍ୟାମେରା ସମ୍ପର୍କରେ କୌଣସି ଶିକାରୀ କିମ୍ବା ଜଙ୍ଗଲରେ ଚଳପ୍ରଚଳ କରୁଥିବା ଲୋକମାନେ ଅଜ୍ଞାତ ରହିବେ ବୋଲି ପିସିସିଏଫ ନନ୍ଦ ପ୍ରକାଶ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବାରେ ଏଆଇ କ୍ୟାମେରା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଶିକାରରେ ରୋକ ଲାଗିପାରିବ ବୋଲି ବନ ବିଭାଗ ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri