ଏଆଇ ଓ ଆର୍ଥିକ ସୂଚନା

୧୯୪୪ର ବିବାଦୀୟ ତଥା ପ୍ରଭାବଶାଳୀ ପୁସ୍ତକ ‘ଦାସତ୍ୱର ମାର୍ଗ’ ପାଇଁ ଫ୍ରିଡ୍‌ରିକ ଭନ୍‌ ହାୟକ ବେଶ୍‌ ଜଣାଶୁଣା। କିନ୍ତୁ ଅର୍ଥନୀତିରେ ତାଙ୍କର ସବୁଠୁ ପ୍ରଶଂସନୀୟ କାର୍ଯ୍ୟ ହେଉଛି ଏକ ଛୋଟ ପ୍ରବନ୍ଧ। ତାହାର ନାମ ‘ଦି ୟୁଜ୍‌ ଅଫ୍‌ ନଲେଜ ଇନ୍‌ ସୋସାଇଟି’ ବା ‘ସମାଜରେ ସୂଚନା ବା ତଥ୍ୟର ଉପଯୋଗ’। ପସନ୍ଦ, ପ୍ରାଥମିକତା ଏବଂ ଉପତ୍ାଦକତା ଭଳି ଆର୍ଥିକ ମୌଳିକ ସିଦ୍ଧାନ୍ତ ସମ୍ପର୍କିତ ବିକ୍ଷିପ୍ତ ତଥ୍ୟଗୁଡ଼ିକୁ କିଭଳି ହାସଲକରି ତାହାକୁ ବ୍ୟବହାର କରାଯାଇପାରିବ, ତାହା ଉକ୍ତ ପ୍ରବନ୍ଧରେ ଦର୍ଶାଯାଇଛି। ଉକ୍ତ ପ୍ରବନ୍ଧ ସେଣ୍ଟ୍ରାଲ ପ୍ଲାନିଂ (କେନ୍ଦ୍ରୀୟ କ୍ଷମତା କିମ୍ବା ସରକାର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେବା ପ୍ରକ୍ରିୟା) ସମ୍ପର୍କରେ ଏକ ସଶକ୍ତ ସମୀକ୍ଷା ବିକାଶ କରିଛି। ଏହା ଯୁକ୍ତି ବାଢ଼ିଛି ଯେ, କୌଣସି କେନ୍ଦ୍ରୀକୃତ ପ୍ରାଧିକରଣ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରିପାରୁନାହିଁ। ବିକ୍ଷିପ୍ତ ଭାବେ ଥିବା ଅସମ୍ପୂର୍ଣ୍ଣ ତଥା ଅଲଗା ଅଲଗା ଭାବେ ସମସ୍ତଙ୍କ ପାଖରେ ଥିବା ବିରୋଧାଭାସୀ ସୂଚନାକୁ ବି ବିକାଶ କରିପାରୁନାହିଁ। ଅନେକ ଲକ୍ଷ ଉପତ୍ାଦ ମଧ୍ୟରେ ବ୍ୟକ୍ତିଗତ ପସନ୍ଦ ନ ଜାଣିଲେ ମଧ୍ୟ ଅଧିକାଂଶ ଉପତ୍ାଦକତା ଓ ସୃଜନତାରେ ସେମାନଙ୍କ ଜ୍ଞାନକୁ କେମିତି ବ୍ୟବହାର କରାଯାଇପାରିବ ସେ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକାରୀମାନଙ୍କୁ ବିଫଳ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ମାର୍କେଟ ଅର୍ଥ ବ୍ୟବସ୍ଥାଗୁଡ଼ିକ ଏଭଳି ତଥ୍ୟ ବା ସୂଚନାକୁ ଦକ୍ଷ ଏବଂ ପ୍ରଭାବୀଶୈଳୀରେ ବିକାଶକରି ଏକତ୍ରିତ କରିପାରୁଛି। ପ୍ରାଇସ ସିଗ୍‌ନାଲ ବା ମୂଲ୍ୟ ସଙ୍କେତ ମାର୍କେଟ ସହଭାଗୀଙ୍କ ପସନ୍ଦ ଓ ପ୍ରାଥମିକତା ସମ୍ପର୍କିତ ତଥ୍ୟ ସରଳରେ ପହଞ୍ଚାଇଦିଏ। ଦୃଷ୍ଟାନ୍ତ ଭାବେ ହାୟକ ଦର୍ଶାନ୍ତି ଯେ, ଟିନ୍‌ (ଟିଣ) ଦୁଲର୍ଭ ହୋଇଗଲେ ଏହାର ମୂଲ୍ୟ ବଢ଼େ ଏବଂ ଟିନ୍‌ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତି ଜାଣିବା ଦରକାର ଯେ, ଟିନ୍‌ ଅନ୍ୟତ୍ର ଅଧିକ ଲାଭପ୍ରଦ ରୂପେ ବ୍ୟବହୃତ ହୋଇଛି । ପରିଣାମ ସ୍ବରୂପ ସେମାନେ ଟିନ୍‌ରୁ ଅଧିକରୁ ଅଧିକ ଲାଭ ଉଠାଇବା ନିଶ୍ଚିତ ହୋଇଛି। ହାୟକ ଯୁକ୍ତି ବାଢ଼ନ୍ତି ,ମାର୍କେଟ ବ୍ୟବସ୍ଥା ଏ ବାବଦରେ ନୂଆ, ଭଲ ତଥା ଉପଯୋଗୀ ମୂଲ୍ୟ ସଙ୍କେତ ସନ୍ଧାନ କରି ସୃଷ୍ଟି କରିପାରିବ।
ସେଣ୍ଟ୍ରାଲ ପ୍ଲାନିଂର ତଥ୍ୟ ଆଧାରିତ ସମୀକ୍ଷା ପ୍ରଦାନ ପାଇଁ ହାୟକ ବେଶ୍‌ ଜଣାଶୁଣା। ଅଧିକ ବ୍ୟାପକ ବିକେନ୍ଦ୍ରୀକରଣର ଆହ୍ବାନ ଭାବେ ତାଙ୍କ ଯୁକ୍ତି ଭଲକରି ବୁଝିହୁଏ ଓ ଗ୍ରହଣୀୟ ମଧ୍ୟ। ସେ ଉଲ୍ଲେଖ କରିଛନ୍ତି , ମୁଖ୍ୟତଃ ଏବକାର ପରିବର୍ତ୍ତନ ସହ ଖାପଖୁଆଇ ଚାଲିବା ଦ୍ୱାରା ସମାଜର ଆର୍ଥିକ ସମସ୍ୟା ଦେଖାଯାଉଛି ବୋଲି ଯଦି ଆମେ ସ୍ବୀକାର କରିବା , ତେବେ ଯେଉଁମାନେ ଏହି ପରିସ୍ଥିତି ସହ ଅଭ୍ୟସ୍ତ ସେମାନଙ୍କ ଉପରେ ଆମେ ଅନ୍ତିମ ନିଷ୍ପତ୍ତି ଛାଡ଼ିଦେବା ଉଚିତ। ଶେଷରେ ହାୟକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ବିକେନ୍ଦ୍ରୀକରଣର କିଛି ଢାଞ୍ଚା ବିଶେଷକରି ମାର୍କେଟ ଅର୍ଥ ବ୍ୟବସ୍ଥା ଏବଂ ମୂଲ୍ୟ ବ୍ୟବସ୍ଥା ଦ୍ୱାରା ଆମେ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦରକାର।
ଅନେକ ଦଶନ୍ଧି ଧରି ସମସ୍ତ ପ୍ରକାର ନୀତିନିୟମ ରଦ୍ଦ କରିବା ପାଇଁ ହାୟକଙ୍କ ଯୁକ୍ତି ଏକ ଆଧାର ହୋଇଆସିଛି। ଆର୍ଥିକ କାର୍ଯ୍ୟକଳାପ(ଯଥା ନୂଆ ଉପତ୍ାଦ ରିଲିଜ୍‌ର ସଞ୍ଚାଳନ ପାଇଁ ପଦକ୍ଷେପ) କିମ୍ବା ମୂଲ୍ୟର ଯେ କୌଣସି ନିୟମ ଯଦି ମୂଲ୍ୟ ବ୍ୟବସ୍ଥାର କାର୍ଯ୍ୟକାରିତାରେ ବାଧା ଆଣେ ତେବେ ସେସବୁ ସବୁବେଳେ ପରିବର୍ତ୍ତନଶୀଳ ପୃଥିବୀରେ ଅନୁକୂଳ ଏବଂ ଗ୍ରହଣୀୟ ବିକେନ୍ଦ୍ରୀକୃତ ପ୍ରକ୍ରିୟାକୁ କ୍ଷତି କରିବ। କିନ୍ତୁ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ମୁଖ୍ୟତଃ ଜେନେରେଟିଭ ଏଆଇ ମଡେଲଗୁଡ଼ିକ ପୂର୍ବରୁ ଥିବା ପ୍ରଚୁର ତଥ୍ୟକୁ ଅନେକ ଶହ କୋଟି ମାନଦଣ୍ଡ ମାଧ୍ୟମରେ ଏନ୍‌କୋଡ୍‌ କରୁଛି। ଏହାସହ ସେସବୁର ପ୍ରକ୍ରିୟାକରଣ, ବିକାଶ ଓ ପ୍ରୟୋଗ କରୁଛି। ତେବେ ଏହା ହାୟକଙ୍କ ଯୁକ୍ତି ପ୍ରତି ଦୁଇଟି ଆହ୍ବାନ ସୃଷ୍ଟି କରୁଛି। ପ୍ରଥମରେ, ବ୍ୟାପକ ସ୍ତରରେ ସୂଚନା ସଂଗ୍ରହ, ସଞ୍ଚାଳନ ଓ ଉପସ୍ଥାପନ କରିବାରେ ଏଆଇର ଦକ୍ଷତାକୁ ଦେଖିଲେ ଏବକାର ମାର୍କେଟ ବ୍ୟବସ୍ଥାଠାରୁ ସେଣ୍ଟ୍ରାଲ ପ୍ଲାନିଂକୁ ଅଧିକ ପ୍ରଭାବୀ କରିପାରିବ କି ନାହିଁ ତାହାକୁ ନେଇ ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଆଇ ସୋସିଆଲିଜମ୍‌ ବା ଏଆଇ ସମାଜବାଦ (କିମ୍ବା ସ୍ବଚାଳିତ ବିଳାସମୟ ସାମ୍ୟବାଦ)କୁ ନେଇ କିଛି ଆଶା ରହିଛି। ଶ୍ରେଷ୍ଠ ତଥା ମନେକରାଯାଉଥିବା ପରୋପକାରୀ ଆର୍ଥିକ ଆବଣ୍ଟନଗୁଡ଼ିକ ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ରୀୟ ଯୋଜନାକାରୀଙ୍କୁ ଏଆଇ ପଥ ଦେଖାଇବ। କିନ୍ତୁ ଏଆଇ ସମାଜବାଦ ହେଉଛି ଏକ କୌତୂହଳପ୍ରଦ ଚିନ୍ତନର ପ୍ରୟୋଗ, ଯାହା କେବଳ ହାୟକଙ୍କ ସମୀକ୍ଷାକୁ ସମ୍ୟକ୍‌ ପ୍ରସ୍ତୁତ କରିଦେବ । ଏପରିକି ମାର୍କେଟ ଅର୍ଥ ବ୍ୟବସ୍ଥା ତଥ୍ୟ ସଂଗ୍ରହ ଓ ସମସ୍ତ ଗଣନା କ୍ଷେତ୍ରରେ ଯାହା କରିସାରିଲାଣି ଏଆଇ ଯଦି ତାହାସବୁ କରିବ, ତେବେ ଏକ ସେଣ୍ଟ୍ରାଲ ଅଥରିଟି ହାତରେ କ୍ଷମତାର କେନ୍ଦ୍ରୀକରଣ ଚିନ୍ତାର କାରଣ ହେବ।
୧୯୩୦ ଦଶନ୍ଧିର ପ୍ରାରମ୍ଭରେ ଦୁର୍ଭିକ୍ଷରେ ୫୦ ଲକ୍ଷ ୟୁକ୍ରେନୀୟଙ୍କର ମୃତ୍ୟୁ ଘଟିଥିଲା। ଏହା ଆବଶ୍ୟକ ଆବଣ୍ଟନ ଆକଳନରେ ଷ୍ଟାଲିନ୍‌ଙ୍କ ବିଫଳତା ଯୋଗୁ ହୋଇ ନ ଥିଲା। ଅପରପଟେ ତାଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ଥିଲା ଏବଂ ବିଭିନ୍ନ ଅଞ୍ଚଳରୁ ଯେତେ ପାରେ ସେତେ ସମ୍ଭବ ଶସ୍ୟ ସଂଗ୍ରହ କରିବା ପାଇଁ ଏହାକୁ ଉପଯୋଗ କରିଥିଲେ। ସେଣ୍ଟ୍ରାଲ ପ୍ଲାନିଂ ଉପରେ ହାୟକଙ୍କ ସମୀକ୍ଷାର ପରିବର୍ତ୍ତନ ସହ ଖାପଖୁଆଇବା ଉପରେ ଧ୍ୟାନ ରହିଛି ଏବଂ ସେଥିପାଇଁ ଏହା ଅଧିକରୁ ଅଧିକ ତଥ୍ୟ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛି। ହାୟକ ଉଲ୍ଲେଖ କରିଛନ୍ତି, ସେ ଯେଉଁ ପ୍ରକାର ତଥ୍ୟ ଉପରେ ଧ୍ୟାନ ଦେଇଛନ୍ତି, ତାହା ସେହି ପ୍ରକାର ତଥ୍ୟ, ଯାହା ବାସ୍ତବରେ ପରିସଂଖ୍ୟାନରେ ପ୍ରବେଶ କରିପାରିବ ନାହିଁ। ପରିଣାମ ସ୍ବରୂପ, ସବୁ ଶକ୍ତିଶାଳୀ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ (ଏଲ୍‌ଏଲ୍‌ଏମ୍‌) ବିକ୍ଷିପ୍ତ ତଥ୍ୟର ବାସ୍ତବତା ସହ କାର୍ଯ୍ୟ କରିପାରିଲା ନାହିଁ।
ହାୟକଙ୍କ ମତରେ ଏଆଇର ଏକ ଦ୍ୱିତୀୟ ଓ ଗମ୍ଭୀର ଆହ୍ବାନ ଅଛି। ଚାଟ୍‌ଜିପିଟି -୪ ଭଳି ଜେନେରେଟିଭ ଏଆଇ ଯୁଗରେ ମାର୍କେଟଗୁଡ଼ିକ ତଥ୍ୟର ବିକେନ୍ଦ୍ରୀକୃତ ଉପଯୋଗକୁ ସଞ୍ଚାଳନ କରିବ ବୋଲି ଆମେ ବିଶ୍ୱାସ କରିବା କି? ଆଲ୍‌ଫାବେଟ (ଗୁଗଲ) ଏବଂ ମାଇକ୍ରୋସଫ୍ଟ ନେତୃତ୍ୱରେ ହୋଇଥିବା ଜ୍ଞାନକୌଶଳର ବିକାଶ କେନ୍ଦ୍ରୀକୃତ ତଥ୍ୟ କିମ୍ବା ସୂଚନା ବିଜ୍‌ନେସ୍‌ରେ ଅଧିକ ଉପଯୋଗ ହେଉଛି। ଏହି ଦୁଇ ବୃହତ୍‌ କର୍ପୋରେଟଙ୍କ ସହ ଅନ୍ୟ କମ୍ପାନୀଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏଲ୍‌ଏଲ୍‌ଏମ୍‌ ପାଇଁ ଉଚ୍ଚସ୍ତରର କେନ୍ଦ୍ରୀକରଣ ଆବଶ୍ୟକ ହୋଇପାରେ ଓ ସମାନ ପ୍ରକାର ମଡେଲରୁ ମାନବତାର ଏକ ସିଂହଭାଗ ତଥ୍ୟ ପାଇବା ଭଳି ଏକ ସ୍ଥିତି ପରିକଳ୍ପନା କରିବା ସହଜ ହେବ । ଚାଇନାର କମ୍ୟୁନିଷ୍ଟ ପାର୍ଟି ଯେଭଳି ତଥ୍ୟ ନିୟନ୍ତ୍ରଣ କରିଛି ମାଇକ୍ରୋସଫ୍ଟ ଓ ଗୁଗଲ ସେଭଳି କରୁନାହାନ୍ତି। ବିକେନ୍ଦ୍ରୀକରଣର ଏବେ ସୁଦ୍ଧା ଆବଶ୍ୟକତା ଓ ଆକର୍ଷଣ ଅଛି। କିନ୍ତୁ ଏହାକୁ ନୂଆ ଏଆଇ ଯୁଗରେ ପାଳନ କରିବା ପାଇଁ ଆମକୁ ନିୟମ ମୁତାବକ ସବୁଦିଗରୁ ହାୟକଙ୍କ ଯୁକ୍ତି ଆଡ଼କୁ ନଜର ପକାଇବାକୁ ପଡ଼ିପାରେ।

– ଡାରୋନ୍‌ ଆକେମୋଗ୍ଲୁ
ପ୍ରାଧ୍ୟାପକ, ଅର୍ଥନୀତି ( ଏମ୍‌ଆଇଟି)


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri