କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି ଏହି ମହାନ୍‌ କୃଷିଭିତ୍ତିକ ପର୍ବ। ଏହି ଦିବସର ଗୁରୁତ୍ୱକୁ ଉପଲବ୍ଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମେ ୧୦ ତାରିଖ ଶୁକ୍ରବାର ଆମ ରାଜ୍ୟ ତଥା ଦେଶରେ ଏହି ମହାନ୍‌ କୃଷିଭିତ୍ତିକ ପର୍ବ ‘ଅକ୍ଷୟତୃତୀୟା’ ଉତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଉଛି। ଏହି ଉପଲକ୍ଷେ ସକାଳେ ଭୂମିପୂଜା, ଅଖିମୁଠି ଅନୁକୂଳ, ଭଜନ କୀର୍ତ୍ତନ ସଭା ଓ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି।
ଏହି ପବିତ୍ର ଅକ୍ଷୟତୃତୀୟା ଦିନ କୃଷକମାନଙ୍କର ଧାନକ୍ଷେତରେ ଅଖିମୁଠି ଅନୁକୂଳ ହୁଏ। କୃଷକ ଗୃହିଣୀ ଏକ ବେତ ଟୋକେଇ ଓ ଗଉଣୀକୁ ଗୋବରରେ ଲେପନ କରି ଶୁଦ୍ଧ କରିଥାଏ। ତା’ପରେ ଏହାର ବାହାର ପଟକୁ ଚାଉଳ ବଟା ଆଣ ଓ ଢାଉରେ ଚିତ୍ର ଆଙ୍କେ। ସକାଳୁ କୃଷକ ସ୍ନାନ କରି ନୂଆ ହଳଦିଆ ବସ୍ତ୍ର ପରିଧାନ କରେ। ଏହି ଦିନ କୃଷକ ବିଷ୍ଣୁଙ୍କ ସହସ୍ର ନାମ ସହିତ ବିଷ୍ଣୁ ଚାଳିଶା ଉଚ୍ଚାରଣ କରି ପ୍ରଭୁ ଭଗବାନ୍‌ଙ୍କୁ ସ୍ମରଣ କରେ। ତା’ପରେ ଘରେ ରହିଥିବା ଏକ ଓଳିଆରୁ ଶୁକ୍ଳଧାନ ବାହାର କରି ଟୋକେଇ ଓ ଗଉଣୀରେ ଭର୍ତ୍ତି କରେ। ଟୋକେଇ ଧାନ ଉପରେ ଗଉଣୀକୁ ରଖେ। ନୂଆ ବା ସଫା କପଡ଼ା ଆଣି ଏହି ଟୋକେଇ-ଗଉଣୀ ଉପରେ ଘୋଡ଼େଇ ଦିଏ। ଏଥି ସହିତ ଗୋଟିଏ ଫାଳ (ଲଙ୍ଗଳ ଲୁହା) ଓ ଏକ ସ୍ବର୍ଣ୍ଣ ଅଳଙ୍କାର ଏହି ଟୋକେଇ ମଧ୍ୟରେ ରଖେ। ଧାନ କ୍ଷେତରେ ପୂଜା ପାଇଁ ପାଣି ଢାଳ, ଫୁଲ, ଚନ୍ଦନ, ଗୋଟା ଗୁଆ, ନଡ଼ିଆ, ଭୋଗ, ଦୀପ, କ୍ଷୀର ଇତ୍ୟାଦି ଏକାଠି କରେ। ତା’ପରେ କୃଷକ ଟୋକେଇ ଓ ଗଉଣୀକୁ ମୁଣ୍ଡାଇ କାନ୍ଧରେ କୋଡ଼ି ରଖି କ୍ଷେତକୁ ଶୁଭଯାତ୍ରା କରେ। କୃଷକ ଗୃହିଣୀ ଓ ତା’ର ପିଲାମାନେ ଭୋଗ ଓ ପୂଜା ସାମଗ୍ରୀ ଧରି ପଛରେ ଚାଲନ୍ତି। ଘରୁ ବାହାରିବା ବେଳେ ଶଙ୍ଖ ବାଜେ ଓ ହୁଳହୁଳି ପଡ଼େ। ଗୋଟିଏ କିଆରିରେ ପୁରୁଷାନୁକ୍ରମିକ ଭାବେ ସବୁ ବର୍ଷ ଅଖିମୁଠି ପଡ଼େ। ଏହାକୁ ଅଖିମୁଠି କିଆରି କୁହାଯାଏ। କୃଷକ କିଆରିରେ ପହଞ୍ଚତ୍ ପୂର୍ବକୋଣରେ ବିହନ, ଟୋକେଇ, ଗୌଣୀ, ପୂଜା ଓ ଭୋଗ ସାମଗ୍ରୀ ରଖି ପାଣି ଛିଞ୍ଚେ। ମନରେ ମା’ ଧରିତ୍ରୀଙ୍କୁ ସୁମରଣା କରେ। ପୂର୍ବକୁ ମୁହଁ କରି କୋଡ଼ିରେ ମାଟିହାଣି ଗୁଣ୍ଡ କରେ। ବଳଦେବଙ୍କ ଆୟୁଧ ଲଙ୍ଗଳ ଲୁହା, ସ୍ବର୍ଣ୍ଣ ଅଳଙ୍କାର ଓ ଗୁଆକୁ ମାଟି ଉପରେ ରଖି ଚନ୍ଦନ ସିନ୍ଦୂର ଓ ଫୁଲ ଦିଏ। ନଡ଼ିଆ ଭାଙ୍ଗି ତା’ ପାଣି ଓ କ୍ଷୀର ଢାଳି ମା’ ଧରିତ୍ରୀଙ୍କୁ ଶାନ୍ତ କରାଏ। ତା’ପରେ ବସୁମାତାଙ୍କ ଉଦ୍ଦେଶ୍ୟରେ ଭୋଗ ଦିଏ ଓ ଦୀପ ଜାଳେ। ପରିବାରର ଉପସ୍ଥିତ ଥିବା ସମସ୍ତେ ବସୁମାତାଙ୍କୁ ମୁଣ୍ଡିଆ ମାରନ୍ତି। ଏହାପରେ କୃଷକ ଟୋକେଇରୁ ତିନିମୁଠା ବିହନ ଥର ଥର କରି ଆଣି ସେହି ପୂର୍ବ କୋଣରେ ମାଟି ଗୁଣ୍ଡ ହୋଇଥିବା ସ୍ଥାନରେ ବୁଣେ। ତା’ପରେ ହାତମାରି ଉପର ମାଟିରେ ବିହନକୁ ଘୋଡାଇ ଦିଏ। ସେଠାରେ ପାଣି ଢାଳି ପୁଣି ବସୁମାତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଘରକୁ ଫେରେ। ସେଦିନ କୃଷକ ପରିବାରରେ ଖିରି, ଖେଚୁଡି ରନ୍ଧାଯାଇ ସମସ୍ତେ ଆନନ୍ଦରେ ଖାଆନ୍ତି। ଏହିଦିନ କୃଷକ ଗୃହିଣୀ ବାଡ଼ି, ବଗିଚା ଓ ଅଗଣାରେ ନାନାପ୍ରକାରର ଫଳଗଛ ସହିତ ପନିପରିବା ମଞ୍ଜି ଲଗାଇ ସେଗୁଡିକରୁ ଫଳ ପାଇବା ଆଶାରେ ବସୁମାତାଙ୍କୁ ପ୍ରଣାମ କରେ।
ଏହି ଅକ୍ଷୟତୃତୀୟା ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ କମ୍ବଦନ୍ତୀ ତଥ୍ୟ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହିଦିନ ସ୍ତ୍ରୀଲୋକମାନେ ନିଜ ନିଜର ସନ୍ତାନମାନଙ୍କର ମଙ୍ଗଳ ଓ ପରମାୟୁ ବୃଦ୍ଧି ପାଇଁ ଷଷ୍ଠୀ ଦେବୀଙ୍କୁ ଆବାହନ କରିଥାଆନ୍ତି। ଏହି ପବିତ୍ର ଅକ୍ଷୟତୃତୀୟା ଶୁଭଦିନ ହୋଇଥିବାରୁ ବିବାହ, ବ୍ରତୋତ୍ସବ, ଗୃହପ୍ରତିଷ୍ଠା, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆମ ଲୋକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥାଏ। ଏହି ଦିନ ଯାହା କରାଯାଏ, ତାହା କ୍ଷୟ ନ ହୋଇ ଅକ୍ଷୟପ୍ରାପ୍ତ ହୋଇଥାଏ ବୋଲି ଆମର ବିଶ୍ୱାସ ଅଦ୍ୟାବଧି ରହିଆସିଅଛି। ତେଣୁ ଏହି ପବିତ୍ର ଅକ୍ଷୟତୃତୀୟା ଦିବସ ପାଳନ ଅବସରରେ ମୁଁ ମୋର ଅଗଣିତ କୃଷକ ତଥା ଚାଷୀ ଭାଇ ଓ ଭଉଣୀ, ପ୍ରାଣୀପାଳକ ଏବଂ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରୁଅଛି।
-ଡା. ବୀରକିଶୋର ପରିଡ଼ା, ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ) କଟକ
ମୋ: ୯୪୩୭୬୦୭୩୧୨


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri