ଚାଷ, ପାନୀୟ ଜଳ ପ୍ରଭାବିତ ହେବ

କେନ୍ଦ୍ରାପଡ଼ା ଅଫିସ,୩୧ା୧୨: ଖରାଦିନ ଆରମ୍ଭ ହୋଇନାହିଁ। ହେଲେ କେନ୍ଦ୍ରାପଡ଼ା ସହର ପାଇଁ ପାନୀୟ ଜଳସ୍ତର ଶୁଖିବାକୁ ଆରମ୍ଭ ହେଲାଣି। ପିଏଚ୍‌ଡି ଓ ଜଳସମ୍ପଦ ବିଭାଗ ପକ୍ଷରୁ ସହରର ପାଣି ଯୋଗାଣ ପାଇଁ କଳପଡ଼ା ମୋଟର ହାଉସ ପର୍ଯ୍ୟନ୍ତ ଲୁଣା ନଦୀଗର୍ଭରୁ ନାଳି କରାଯାଇଛି। ଏହି ନାଳିର ଗଭୀରତାକୁ ଲକ୍ଷ୍ୟ କଲେ ଜାନୁୟାରୀ ଶେଷ ସୁଦ୍ଧା ଏହାର ପୁନଃଖନନ ଆବଶ୍ୟକତା ପଡ଼ିବ। ଲୁଣାନଦୀର ଜଳସ୍ତର ହ୍ରାସ ଫଳରେ ପାନୀୟ ଜଳ ସହ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି। ଅପରପକ୍ଷରେ ଜଳସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ, ପଡାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଅଁା, ରାଜଗଡ, ଅଙ୍ଗୁଳାଇ ଆଦି ସ୍ଥାନରେ ଚେକ୍‌ ଡ୍ୟାମ୍‌ କରାଯାଇ ଜଳସେଚନ ବ୍ୟବସ୍ଥା ହୋଇଛି। ତେବେ ଶୀତଋତୁରୁ ନଦୀ ଶଯ୍ୟା ଶୁଖିଲା ପଡ଼ିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି। ଏହାକୁ ଚିରସ୍ରୋତା କରାଯାଇ ପାରିଲେ ମାର୍ଶାଘାଇ, ମହାକାଳପଡ଼ା ବ୍ଲକର ୧୦ ହଜାର ହେକ୍ଟର କ୍ଷେତକୁ ଜଳସେଚିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ୭୩ କି.ମି. ଲୁଣାନଦୀରେ ବ୍ରିଟିଶ ଶାସନରେ ନୌବାଣିଜ୍ୟ ହେଉଥିଲା। ନଦୀର ରକ୍ଷଣାବେକ୍ଷଣର ଅଭାବ ଅଛି। ବେଆଇନ ବାଲି ଓ ମାଟି ଉଠାଣ ସହ ଜବରଦଖଲ ବଢିଛି। କୂଳକ୍ଷୟ ନଦୀପଥକୁ ପରିବର୍ତ୍ତନ କରିଛି। ଏହି ନଦୀ ନୁହେଁ, ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଜଳ ପରିଚାଳନା କ୍ଷେତ ପାଇଁ ଏକ ସମସ୍ୟା ହୋଇଛି। କୃଷି ପାଇଁ ବ୍ୟବହୃତ ୧୫,୮୫୦ ହେକ୍ଟର ଜମିର ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ। ୩୨,୩୫୦ ହେକ୍ଟର ଜମି ଲୁଣାଞ୍ଚଳ ଚିହ୍ନଟ ହୋଇଛି। ୩୪,୯୫୨ ହେକ୍ଟର ଜମିରେ ବନ୍ୟାଜଳ ମାଡିଯାଉଛି। ସେହିପରି ଜିଲାର ୮୪,୯୧୦ ହେକ୍ଟର କ୍ଷେତ ଜମି ମରୁଡିଗ୍ରସ୍ତ ଭାବେ ଘୋଷଣା ହୋଇଛି। ଜିଲାର ୪୮ କି.ମି. ସମୁଦ୍ର ତଟର ୧୫ କି.ମି. ଦୂରରୁ ଏକ କେନାଲ ଖୋଳାଯାଇ ନଦୀ ସଂଯୋଗୀକରଣ ହେଲେ କୃଷିରେ ଜିଲାର ଆର୍ଥିକ ବିକାଶ ସହ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ। ଏ ନେଇ ଜିଲା ପରିଷଦ ବୈଠକରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଅଦ୍ୟାବଧି ସୁଫଳ ମିଳିପାରୁନାହିଁ। ଡେରାବିଶର ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନ କୁହନ୍ତି, ଲୁଣାନଦୀର ଜଳ ଧାନ ଚାଷ ସହ ରବି ଫସଲ ଓ ପନିପରିବା ଉପତ୍ନ୍ନରେ ଲାଗିଥାଏ। ତେବେ କିଛିବର୍ଷ ହେବ ଏହାର ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ନଦୀବନ୍ଧ ଯୋଜନା ଏହାକୁ ପ୍ରଭାବିତ କରୁଛି। ନଦୀ ସଂଯୋଗୀକରଣ ସହ ବ୍ୟାରେଜ ନିର୍ମାଣ ହେଲେ ଜିଲାର ଜଳସେଚନ ବ୍ୟବସ୍ଥା ସୁଧୁରିଯିବ। ତେବେ ଏ ନେଇ ସ୍ଥାନୀୟ ରାଜନେତା ଓ ପ୍ରଶାସକ ମନୋନିବେଶ କରୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ନଦୀପଥର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ବେଆଇନ ବାଲି ଉତ୍ତୋଳନକୁ ଜିଲା ପ୍ରଶାସନ ରୋକୁଥିବା ବେଳେ ବିଭାଗ ପକ୍ଷରୁ ନଦୀବନ୍ଧକୁ ସୁଦୃଢ଼ୀକରଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri