ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ କୃଷି ବିଭାଗର ଅବହେଳା ଯୋଗୁ ବାଲୁଗଁା ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଛନ୍ତି। ବରଂ ଅଣଚାଷୀ ଉପକୃତ ହେବାରେ ଲାଗିଛନ୍ତି। ଏଭଳିସ୍ଥଳେ କେତେଜଣ ଚାଷୀ ଚାଷ ଛାଡ଼ିଦେଇଥିବାବେଳେ ଅନ୍ୟମାନେ କ୍ଷତି ହେଉଥିବା ସତ୍ତ୍ୱେ ଚାଷ ଛାଡ଼ିପାରୁନାହାନ୍ତି। ଚାଷ ଓ ଚାଷୀଙ୍କୁ ବଞ୍ଚାଇବା ପାଇଁ ବାଲୁଗଁା ଅଞ୍ଚଳର ଚାଷୀ ଏକତ୍ରିିତ ହୋଇ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

୫ କିମି ଦୂରତାରେ ଥାଇ ସେବା ମିଳୁନି
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବାଲୁଗଁାର ଦୂରତା ମାତ୍ର ୫ କିମି। ତେବେ ଏଠାର ଚାଷୀ ସର୍ବଦା ଉପେକ୍ଷିତ ଓ ଅବହେଳିତ। ବାଲୁଗଁା ଓ ଆଖପାଖ ଅଞ୍ଚଳର ଚାଷୀ ସରକାରୀ ବିହନ ପାଉନାହାନ୍ତି। ସାରକୁ ସବୁବେଳେ କଳାବଜାରରୁ ଅଧିକ ଦାମ୍‌ରେ କିଣୁଛନ୍ତି। ଫସଲରେ ରୋଗପୋକ ଦେଖାଦେଲେ କୃଷି ବିଭାଗର ସହଯୋଗ ମିଳୁନି।
– ନିରଞ୍ଜନ ପ୍ରଧାନ, ଚାଷୀ

ବଦଳୁନି ଚାଷୀ, ଚାଷ
ଚାଷୀ ଓ ଚାଷ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଚାଷୀ ଓ ଚାଷର ରୂପ ବଦଳୁନି। କେଉଁ କାରଣରୁ ଚାଷୀ ଓ ଚାଷର ରୂପରେଖ ବଦଳୁନି ତାହାର ସମୀକ୍ଷା ହେବା ଦରକାର। ଆମ ଅଞ୍ଚଳର ଅଣଚାଷୀ ଉପକୃତ ହେଉଥିବାବେଳେ ଚାଷୀ କାହିଁକି ତା’ର ପ୍ରାପ୍ୟ ପାଇପାରୁନି। କୃଷି ବିଭାଗ ଚାଷୀଙ୍କୁ ଅଣଦେଖା କରି ଚାଲିଥିବାରୁ ଅସନ୍ତୋଷ ଓ ଉଦ୍‌ବେଗ ବଢ଼ିଚାଲିଛି। ଧୀରେ ଧୀରେ ଚାଷୀ ଆନ୍ଦୋଳନ ମୁହଁା ହେଉଛନ୍ତି।
– ଭଗବାନ୍‌ ନାୟକ, ଚାଷୀ

ମୁଗ ବିହନ ହେର୍‌ଫେରର ତଦନ୍ତ ହେଉନି
ସରକାର ପ୍ରତି ପଞ୍ଚାୟତକୁ ୫ରୁ ୨୦ କୁଇଣ୍ଟାଲ ମୁଗ ବିହନ ଯୋଗାଇ ଦେଉଛନ୍ତି। ତେବେ ବାଲୁଗଁା ପଞ୍ଚାୟତକୁ ଆସୁଥିବା ଏହି ବିହନ କୁଆଡ଼େ ଯାଉଛି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଆଖପାଖ ପଞ୍ଚାୟତର ଚାଷୀ ମୁଗ ବିହନ ପାଉଥିବାବେଳେ ବାଲୁଗଁା ପଞ୍ଚାୟତର ଚାଷୀ ଏହା ପାଇପାରୁନାହାନ୍ତି। ମୁଗ ବିହନରେ ପ୍ରତିବର୍ଷ ଚାଲିଥିବା ହେର୍‌ଫେରର ତଦନ୍ତ ହେଉନି।
– ମାଟିଆ ଜେନା, ଚାଷୀ

ତାଲିମ, କର୍ମଶାଳା ନାହିଁ
ବିହନ ବିଶୋଧନ ଓ ଚାଷ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ବ୍ୟବସ୍ଥା ଅଛି। ସରକାର ଏଥିପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି। ତେବେ ବାଲୁଗଁା ଅଞ୍ଚଳର ଚାଷୀଙ୍କୁ ତାଲିମ ଦିଆଯାଉନି କି କର୍ମଶାଳାକୁ ଯିବାର ସୁଯୋଗ ମିଳୁନି। ସେହିପରି ବିଭିନ୍ନ ଜିଲାର ଗବେଷଣା କେନ୍ଦ୍ରରେ ଚାଷୀଙ୍କୁ ଶିକ୍ଷାଦେବା ପାଇଁ ବ୍ୟବସ୍ଥା ଅଛି। ଉନ୍ନତ ପ୍ରଣାଳୀରେ ଚାଷ କରିଥିବା ଚାଷୀର କ୍ଷେତ ପରିଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି। ତେବେ କାହିଁକି ବାଲୁଗଁା ଅଞ୍ଚଳର ଚାଷୀ ଏହାର ସୁବିଧା ନେଇପାରିବ ନାହିଁ। ଆମର ପ୍ରଶ୍ନ ଆମ ପାଖରେ ରହିଯାଉଛି। ଉତ୍ତର କେହି ଦେଉନାହାନ୍ତି କି ସମାଧାନର ବ୍ୟବସ୍ଥା କରାଯାଉନି।
– ବ୍ରଜବନ୍ଧୁ ଦଳବେହେରା, ଚାଷୀ

ବାଦାମ ବିହନ କଳାବଜାରରୁ କିଣିଲୁ
ବାଦାମ ବିହନ ପାଇଁ ବାରମ୍ବାର କୃଷି ବିଭାଗକୁ ଚାଷୀମାନେ ଦୌଡ଼ିଲେ। ବିହନ କୃଷି ବିଭାଗ ଦେବ ବୋଲି ପ୍ରତିଶ୍ରୁତି ଦେଲା। ଆଜିକାଲି କହି ମାସେ ଦୌଡ଼ିଲା ପରେ ବିହନ ମିଳିଲା ନାହିଁ। ୫୦ ଟଙ୍କାର ବିହନ କଳାବଜାରରୁ ୧୫୦ ଟଙ୍କାରେ କିଣି ଚାଷ କରାଗଲା। ବିହନ ବୁଣିବା ପରେ କୃଷି ବିଭାଗର ସହଯୋଗ ମିଳିଲା ନାହିଁ କି କେହି କ୍ଷେତ୍ର ପରିଦର୍ଶନ କଲେ ନାହିଁ। ଆମ ଦୁଃଖ କୃଷି ବିଭାଗ ବୁଝୁ ନ ଥିବାରୁ ଚାଷ ପ୍ରତି ଚାଷୀ ବିତସ୍ପୃହ ହେବାରେ ଲାଗିଛନ୍ତି।
– ପ୍ରଫୁଲ୍ଲ ଡାକୁଆ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri