କୃଷି ଓ କୃଷକର ପର୍ବ ନୂଆଁଖାଇ

କୃଷିଭିତ୍ତିକ ପର୍ବ ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ କାହିଁ କେଉଁ କାଳରୁ ପାଳନ କରାଯାଇ ଆସୁଛି। ନୂଆଁଖାଇରେ ନୂଆଁ ଶସ୍ୟର ପ୍ରଥମ ନୈବେଦ୍ୟକୁ ବିଭୁଙ୍କୁ ଅର୍ପଣ କରିବା ବେଳେ ଏମିତି ଯୁଗଯୁଗ ଧରି ମଣିଷସମାଜ ପାଇଁ ଅନ୍ନର ଅଭାବ ନ ଘଟୁ ବୋଲି କାମନା କରାଯାଏ। ଏଥିସହ ଯେଉଁମାନଙ୍କ ଦୂରଦୃଷ୍ଟିସଂପନ୍ନ କୌଶଳର ଫଳ ସ୍ବରୂପ କୃଷିକାର୍ଯ୍ୟର ପ୍ରୟୋଗ କରି ଶସ୍ୟ ଉତ୍ପାଦନ କରାଯାଇ ପାରୁଛି, ସେହି ପୂର୍ବପୁରୁଷମାନଙ୍କୁ ମଧ୍ୟ ଏ ଅବସରରେ ଯଥାମାନ୍ୟ ସ୍ମରଣ କରାଯାଇଥାଏ।
ନୂଆଁଖାଇ ପାଳନ ଖୁବ୍‌ ନିଆରା। କେଉଁ ଆବାହମାନ କାଳରୁ ଏହି ପର୍ବ ପାଳନ ହୋଇଆସୁଛି ଏହାର ସଠିକ ଐତିହାସିକ ବିବରଣୀ ପ୍ରଦାନ କରିବା ଏଯାଏଁ ସମ୍ଭବ ହୋଇନାହିଁ। ପୂର୍ବରୁ ଏହି ପର୍ବ ପାଳନ କୃଷକ ପରିବାର ମଧ୍ୟରେ ସୀମିତ ରହିଥିଲା। ସମୟ କ୍ରମେ ସମାଜର ସମସ୍ତ ବର୍ଗର ଲୋକ ଏହାକୁ ପାଳନ କରିବାକୁ ଲାଗିଲେ।
ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରୁଥିବାରୁ ନୂଆଁଖାଇ ପାଳନର ତିଥି ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନଭିନ୍ନ ହେଉଥିଲା। ଏପରିକି ରାଜରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମାନୁସାରେ ରାଜ ପୁରୋହିତମାନେ ନୂଆଁଖାଇର ଲଗ୍ନ ବାହାର କରୁଥିଲେ। ଫଳରେ ପ୍ରତିବର୍ଷ ଭାଦ୍ରବ ଶୁକ୍ଳପକ୍ଷର ବିଭିନ୍ନ ତିଥିରେ ଏହା ପାଳିତ ହେଉଥିଲା। ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଦିନରେ ନୂଆଁଖାଇ ପାଳନ ହେଉଥିବାରୁ ଏହା ସାମାଜିକ ସ୍ତରରେ ଏକ ଅସଙ୍ଗତ ସ୍ଥିତି ସୃଷ୍ଟି କରୁଥିଲା। ଫଳରେ ୧୯୯୧ରେ ସର୍ବସମ୍ମତିରେ ଗଣେଶ ଚତୁର୍ଥୀର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ତିଥିରେ ସମସ୍ତଙ୍କ ପାଇଁ ନୂଆଁଖାଇର ତିଥି ସ୍ଥିର କରାଗଲା।
ତେବେ ଭାଦ୍ରବ ମାସରେ ଧାନ ପାଚୁ ନ ଥିବା ସତ୍ତ୍ୱେ ଏହି ମାସରେ ନୂଆଁଖାଇ ଅନୁଷ୍ଠିତ କରାଯିବାର ଏକ ସାମାଜିକ ମହତ୍‌ ଉଦ୍ଦେଶ୍ୟ ନିହିତଥିବା ଜଣାଯାଏ। ନୂଆଁଖାଇ ନ ସରିବା ଯାଏଁ ନୂଆଁଧାନକୁ ବ୍ୟବହାର କରିବା ସଂପୂର୍ଣ୍ଣ ନିଷିଦ୍ଧ ବୋଲି ସାଧାରଣରେ ଗ୍ରହଣ କରାଯାଏ। ଅର୍ଥନୈତିକ ଦୃଷ୍ଟିରୁ ସମାଜରେ ବିଭିନ୍ନ ସ୍ତରର ଲୋକ ବାସ କରୁଥିବାରୁ ପ୍ରାୟ ପରିବାର ପ୍ରତିପୋଷଣ ପାଇଁ ଉତ୍ପାଦିତ ଶସ୍ୟ ଉପରେ ନିର୍ଭର କରୁଥିଲେ। ତେଣୁ ସବୁ ଜମିର ଧାନ ପାଚିବା ଯାଏଁ ଅପେକ୍ଷା କଲା ଭଳି ସମ୍ବଳ ଅନେକ ଲୋକଙ୍କ ନ ଥିବାରୁ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ଭାଦ୍ରବ ଶୁକ୍ଳପକ୍ଷକୁ ନୂଆଁଖାଇର ଉପଯୁକ୍ତ ସମୟ ଭାବେ ଗ୍ରହଣ କରାଯାଇଆସୁଛି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଆଗଭଳି ସହଜରେ ପାଚିଲା ଧାନ ମିଳୁ ନ ଥିଲେ ମଧ୍ୟ ନୂଆଁଖାଇ ତିଥିରେ ନୂଆଁଧାନ ନ ମିଳିବା ଭଳି ସ୍ଥିତି ଏଯାଏଁ ଆସିନାହିଁ।
ସାଧାରଣତଃ ନୂଆଁଖାଇ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ। ନୂଆଁଖାଇର ପୂର୍ବଦିନକୁ ‘ଉପାସ’ ବୋଲି କୁହାଯାଏ। ଏହି ଦିନ ଗାଁର ଝାଙ୍କର (ଦେବୀ ପୂଜକ) ଉପବାସ ରହି ନିର୍ଦ୍ଦିଷ୍ଟ ଲଗ୍ନରେ ଜମିକୁ ଯାଇ ବିଧି ଅନୁସାରେ ଧାନିକେଣ୍ଡାକୁ ପୂଜାପାଠ କରିବା ପରେ କ୍ଷୀର ଢାଳି ଥା’ନ୍ତି। ଏହା ପରେ ମାଟି ଦେବତାକୁ କୃତଜ୍ଞତା ଅର୍ପଣ ପୂର୍ବକ ପାଚିଲା ଧାନକେଣ୍ଡା ସଂଗ୍ରହ କରି ଗାଁକୁ ଆଣିଥା’ନ୍ତି। ନୂଆଁ ଧାନକେଣ୍ଡାକୁ ଗ୍ରାମଦେବୀ ପୀଠରେ ପୂଜାଅର୍ଚ୍ଚନା ପରେ ଗାଁର ସମସ୍ତ ପରିବାରକୁ କିଛିକିଛି ଧାନକେଣ୍ଡା ବଣ୍ଟନ କରିଥା’ନ୍ତି। ଆଗରୁ ନିଜେ ସଂଗ୍ରହ କରିଆଣିଥିବା ନୂଆଁ ଧାନକେଣ୍ଡାରେ ଝାଙ୍କର ଦେଇଥିବା ଧାନକେଣ୍ଡାକୁ ମିଶାଇ ନୂଆଁକୁଣ୍ଡା ପ୍ରସ୍ତୁତ କରାଯାଏ। ଦ୍ବିତୀୟ ଦିବସ ହେଉଛି ନୂଆଁଖାଇ ପର୍ବର ମୁଖ୍ୟ ଦିନ। ଏହି ଦିନ ପାଇଁ ବହୁ ପୂର୍ବରୁ ଘରଦ୍ୱାର ଲିପାପୋଛା କରାଯାଇ ଘରେ ବ୍ୟବହାର ହେଉଥିବା ସମସ୍ତ ଲୁଗାପଟା, ଆସବାବପତ୍ର ଆଦି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସଫା କରାଯାଇଥାଏ। ପରିବାରର ଯିଏ ଯେଉଁଠି ରହୁଥିଲେ ମଧ୍ୟ ନୂଆଁଖାଇ ପାଇଁ ସମସ୍ତେ ଘରକୁ ଫେରି ଆସିଥାନ୍ତି। ଏହିଦିନ ସମସ୍ତେ ନୂଆଁ ଲୁଗା ପରିଧାନ କରିଥା’ନ୍ତି। ପରିବାରର ମୁଖ୍ୟ ମଧ୍ୟ ଶୁଦ୍ଧପୂତ ହୋଇ ଠିକ୍‌ ଲଗ୍ନରେ ଇଷ୍ଟଦେବୀ ଓ ଘରର ପିତୃପୁରୁଷଙ୍କୁ ସ୍ମରଣ କରି କୁରେଇ କିମୱା ମହୁଳ ଆଦି ପତ୍ରରେ ନୂଆଁଧାନରେ ପ୍ରସ୍ତୁତ ନୂଆଁ କୁଣ୍ଡାକୁ ନୈବେଦ୍ୟ ଭାବରେ ଅର୍ପଣ କରିଥାନ୍ତି। ଏହା ପରେ ପୂର୍ବ ଦିଗକୁ ମୁହଁ କରି ଭୂମି ଉପରେ ବସିଥିବା ସମସ୍ତଙ୍କୁ ପରିବାରର ବୟସ୍କା ମହିଳା ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥା’ନ୍ତି। ବନ୍ଦାପନା ପରେ ଘରର ମୁରବିଙ୍କ ଦ୍ୱାରା କ୍ଷୀର, ମହୁ, ଗୁଡ଼ ଆଦିର ମିଶ୍ରଣରେ ପ୍ରସ୍ତୁତ ନୂଆଁଧାନ କୁଣ୍ଡାକୁ ବଣ୍ଟନ କରାଯାଏ। ସମସ୍ତଙ୍କୁ ନୂଆଁ କୁଣ୍ଡା ଦେଇ ସାରିଲା ପରେ ଘରର ମୁରବି ନିଜେ ନୂଆଁ ପ୍ରସାଦ ଧରି ହରିବୋଲ ଡାକ ପକାନ୍ତି।ଏହା ପରେ ଉପସ୍ଥିତ ସମସ୍ତେ ହରିବୋଲ କହି ସାମୂହିକ ନୂଆଁ ଅନ୍ନ ସେବନ କରିଥାନ୍ତି। ନୂଆଁଖିଆ ସରିଲା ପରେ ଆରମ୍ଭ ହୁଏ ଜୁହାର ଭେଟ। ଛୋଟମାନେ ନିଜଠୁ ବଡ଼ ସମସ୍ତଙ୍କୁ ପାଦ ଛୁଇଁ ଜୁହାର କରନ୍ତି। ବଡ଼ମାନେ ଅତି ଆଦରରେ ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ସହ ଆଶୀର୍ବାଦ ଦିଅନ୍ତି। ପାରିବାରିକ ଜୁହାର ଭେଟ ପରେ ସାମୂହିକ ଭୂରି ଭୋଜନ ସଂପନ୍ନ ହୁଏ। ଏହା ପରେ ଅସଲ ଜୁହାର ଭେଟ ହୁଏ ଗାଁ ଦାଣ୍ଡରେ। ମନ୍ଦିର ମଣ୍ଡପ, ଛକମାନଙ୍କରେ ଗାଁ ସାରା ଲୋକ ସମବେତ ହୋଇ ଜୁହାର ଭେଟ ହୋଇଥାନ୍ତି। ଏହି ସମୟରେ ବିଭିନ୍ନ ଖେଳ କୌତୁକ ସହ ଭଜନ, କୀର୍ତ୍ତନ, ଘୁମୁରା, ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସବୁଠାରୁ ବଡ଼ କଥା ହେଲା, ଜୁହାର ଭେଟ ସମୟରେ ପୂର୍ବରୁ ନିଜ ନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ଭେଦଭାବକୁ ସମସ୍ତେ ସଂପୂର୍ଣ୍ଣ ଭୁଲି ଯାଇଥାନ୍ତି।
ନୂଆଁଖାଇର ତୃତୀୟ ଦିବସକୁ ‘ନୂଆଁଖାଇ ବାସି’ କୁହାଯାଏ। ପୂର୍ବଦିନର ବଳକା ବାସିପିଠାକୁ ଏହି ଦିନ ଖାଇବାର ପରମ୍ପରା ରହିଛି। ବାସିଦିନ ମୁଖ୍ୟତଃ ମାଛ, ମାଂସ ଆଦି ଆମିଷ ଭୋଜନକୁ ପ୍ରାଧାନ୍ୟ ଦିଆଯାଏ। ବାସି ଅବସରରେ ସମ୍ପର୍କୀୟ ପରିବାରମାନଙ୍କୁ ଘରକୁ ଡାକି ଆମିଷ ଭୋଜନରେ ଆପ୍ୟାୟିତ କରାଯାଏ। ଏହି ଭେଟ୍‌ଘାଟ କାର୍ଯ୍ୟକ୍ରମ ପ୍ରାୟ ମାସେ ପର୍ଯ୍ୟନ୍ତ ଲାଗି ରହିଥାଏ।

ବୈଷ୍ଣବ ମେହେର
ସିନାପାଲି, ନୂଆପଡ଼ା
ମୋ:୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri