ସ୍ମାର୍ଟ ସ୍କୁଲର ସ୍ମାର୍ଟ ରହସ୍ୟ

ଆମ ରାଜ୍ୟରେ ଦୀର୍ଘ ଚବିଶ ବର୍ଷ ନିରଙ୍କୁଶ କ୍ଷମତାରେ ଥିବା ସରକାର କ୍ଷମତାରୁ ହଟିଯିବା ପରେ ଏବେ ଦୁର୍ନୀତିର ଯେଉଁ ପେଡ଼ି ଖୋଲୁଛି ତନ୍ମଧ୍ୟରୁ ସ୍କୁଲ ରୂପାନ୍ତକରଣ ଅନ୍ୟତମ। ଏଥିରେ ହୋଇଥିବା ଦୁର୍ନୀତି ଓ ବାଟମାରଣାର ଅନେକ ତଥ୍ୟଭିତ୍ତିକ ସପ୍ରମାଣ ଖବର ପ୍ରକାଶ ପାଇଥିଲେ ମଧ୍ୟ ସରକାରୀ ନାଲିଆଖିରେ ତାହା ଚପି ଯାଇଥିଲା। କିନ୍ତୁ ଯଦି ସେଇ ରୂପାନ୍ତକରଣ ରାସ୍ତା ଅନୁସନ୍ଧାନ କରାଯାଏ, ତେବେ ଏହା ନିଶ୍ଚିତ ଅନେକ ଶହ କୋଟି ଟଙ୍କାର ଦୁର୍ନୀତି ପଦବାଚ୍ୟ ହେବ ଏହା ନିଃସନ୍ଦେହ। ଏଠାରେ ପ୍ରକାଶଯୋଗ୍ୟ ଯେ, ଦେଶର ଶିକ୍ଷା ପଦ୍ଧତିରେ ନିର୍ଦ୍ଧାରିତ ହାଇସ୍କୁଲ ପାଇଁ ୨୭ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଆବଶ୍ୟକ ବେଳେ ଆମ ରାଜ୍ୟରେ ୪୦ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ଅଛନ୍ତି। ଦକ୍ଷ ଓ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନ ଥିଲେ ଛାତ୍ରୀଛାତ୍ରଙ୍କ ଶିକ୍ଷାରେ ଅପୂରଣୀୟ କ୍ଷତି ହୋଇଥାଏ। ତାହାକୁ ଅଗ୍ରାଧିକାର ଦିଆ ନ ଯାଇ ସ୍କୁଲ ରୂପାନ୍ତକରଣ ପାଇଁ ବ୍ୟବସ୍ଥା ହେଲା। ୨୦୨୦ ମସିହାରେ ସମୁଦାୟ ଚିହ୍ନଟ ହୋଇଥିବା ୮୮୦୦ ସ୍କୁଲରୁ ଫେବୃଆରୀ ୨୦୨୪ ସୁଦ୍ଧା ୪ଟି ପର୍ଯ୍ୟାୟରେ ୮୬୮୧ଟି ପୁରାତନ ଓ ନୂତନ ସରକାରୀ, ବ୍ଲକ ଗ୍ରାଣ୍ଟ, ସରକାରୀ ସ୍ବୀକୃତିପ୍ରାପ୍ତ ଏଂ ଅନୁମତିପ୍ରାପ୍ତ ସ୍କୁଲର ରୂପାନ୍ତକରଣ କରାଯାଇଥିବାର ସରକାରୀ ତଥ୍ୟ ରହିଛି। ଏଥିପାଇଁ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩୭୧୧ କୋଟି ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୦କୋଟି ଟଙ୍କା ଅତିରିକ୍ତ ବ୍ୟୟ ମଞ୍ଜୁର ହୋଇଥିବାର ମଧ୍ୟ ସୂଚନା ରହିଛି। ଏହି ରୂପାନ୍ତକରଣରେ ମଧ୍ୟ ୫-ଟି ବିଷୟକୁ ଗୁରୁତ୍ୱ ଦିଆଯାଇଥିଲା। ତାହା ହେଲା ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଆକର୍ଷଣୀୟ ପରିବେଶ ଏବଂ କ୍ରୀଡ଼ାର ଉନ୍ନତୀକରଣ। ପ୍ରଥମ ପର୍ଯ୍ୟାୟରେ ସ୍କୁଲ ପିଛା ୩୫ ଲକ୍ଷ ଓ ପରେ ୪୫ ଲକ୍ଷ ଏବଂ ଯେଉଁ ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ନଥିଲା, ସେଥିପାଇଁ ୬୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।
ଏହି ଅର୍ଥକୁ ସ୍କୁଲପିଛା ଆବଣ୍ଟନର ଦାୟିତ୍ୱ ସମ୍ପୃକ୍ତ ଜିଲାର ଜିଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଯୁଗ୍ମ ଦାୟିତ୍ୱରେ ରହିଥିଲା। ସେମାନେ ମଞ୍ଜୁର ହୋଇଥିବା ଟଙ୍କା ସମ୍ପୃକ୍ତ ବ୍ଲକକୁ ଦେଉଥିଲେ। ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ବିଭାଗୀୟ ଭିତ୍ତିରେ ଏବଂ ବିଡିଓମାନଙ୍କ ତତ୍ତ୍ୱାବଧାନରେ ଏହି ରୂପାନ୍ତକରଣ କାର୍ଯ୍ୟ ହେଉଥିଲା ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରୁଥିଲେ। ଏହା ସତ୍ୟ ଯେ, ୨୦୧୯ ମସିହା ପୂର୍ବରୁ ରାଜନୈତିକ ଦୂରଭିସନ୍ଧି ରଖି ବ୍ଲକର ପ୍ରତ୍ୟେକ କାର୍ଯ୍ୟ ବିଭାଗୀୟ ଭିତ୍ତିରେ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ କରାଯାଉଛି। ଜଣେ କନିଷ୍ଠ ଯନ୍ତ୍ରୀ ଚାରି ପାଞ୍ଚଟି ପଞ୍ଚାୟତ ଦାୟିତ୍ୱରେ ରହୁଥିବାରୁ ସମସ୍ତ ଉନ୍ନୟନ କାର୍ଯ୍ୟର ଗୁଣବତ୍ତା ତଦାରଖ ତାଙ୍କ ଦ୍ୱାରା ସମ୍ଭବ ନୁହେଁ। କିନ୍ତୁ ଅଲିଖିତ ନିୟମରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସୁପାରିସରେ ଦଳୀୟ କର୍ମୀଙ୍କ ଦ୍ୱାରା କାର୍ଯ୍ୟ କରାଯିବ ଏଂ ଲୋକପ୍ରତିନିଧିଙ୍କର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ମଧ୍ୟ ସିଧା କର୍ତ୍ତୃତ୍ୱ ରହିବ। ସେହି ଉଦ୍ଦେଶ୍ୟରେ ସ୍କୁଲ ରୂପାନ୍ତକରଣ ଦାୟିତ୍ୱ ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟ ଆରମ୍ଭ ପୂର୍ବରୁ କୌଣସି ପ୍ରାକ୍‌ ଆକଳନ କରାଯାଇନଥିଲା ବରଂ ଧୁଆ ମୂଳା ଅଧୁଆ ମୂଳା ସମାନ ନୀତିରେ ଉପରୋକ୍ତମତେ ଅର୍ଥ ବରାଦ କରାଯାଇ ସ୍ବଳ୍ପ ସମୟରେ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା। ଏହି ରୂପାନ୍ତକରଣ ପାଇଁ ଦୁଇଟି ଶ୍ରେଣୀ କକ୍ଷ, ବିଜ୍ଞାନାଗାର ଓ ଇ-ଲାଇବ୍ରେରି ସହ ଇଣ୍ଟରନେଟ୍‌ ସଂଯୋଗ କମ୍ପ୍ୟୁଟର ବ୍ୟବସ୍ଥା, ପରିବେଶ ଉନ୍ନତି ଏବଂ ବିଦ୍ୟାଳୟ କାନ୍ଥରେ ନିର୍ଦ୍ଦିଷ୍ଟ ରଙ୍ଗ ଦେବାକୁ ନିର୍ଦ୍ଦେଶ ଥିଲା। ସ୍ବଳ୍ପ ସମୟର ସୁଯୋଗ ନେଇ କେଉଁଠି ଆଗରୁ ଥିବା କାନ୍ଥରେ କେବଳ ରଙ୍ଗ ମାରିଦିଆଗଲା ତ କେଉଁଠି ନିମ୍ନମାନର ଇଟା ବାଲି ସିମେଣ୍ଟ ଓ ଲୁହା ରଡ଼ ବ୍ୟବହାର ହେଲା। ଅନେକ ସ୍କୁଲର କାର୍ଯ୍ୟ ସରିବା ପୂର୍ବରୁ ଲୋକାର୍ପଣ ଦିନ ନିର୍ଦ୍ଧାରଣ ଯୋଗୁଁ କେବଳ ବାହ୍ୟ ପରିବେଶକୁ ମରାମତି କରାଯାଇ ଫଟୋ ଉଠାଇ ପଠାଇ ଦିଆଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ମାଣ ସମ୍ପର୍କରେ ଥିବା ସରକାରୀ ମାର୍ଗଦର୍ଶିକାକୁ ସମସ୍ତ କାର୍ଯ୍ୟରେ ଉଲ୍ଲଂଘନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ରୂପାନ୍ତକରଣ ସମସ୍ତ ଜିଲାରେ ସମାନ ଭାବରେ ପାଳନ ହୋଇନଥିଲା। କେଉଁଠି କମ୍ପ୍ୟୁଟର ଆଦି କିଣିବାକୁ ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେଉଁଠି ବ୍ଲକ ତରଫରୁ ସମସ୍ତ ଦ୍ରବ୍ୟ କିଣାଯାଇଛି। କିଛି ବର୍ଷ ପୂର୍ବରୁ ଅନେକ ସ୍କୁଲକୁ ରାଜ୍ୟ ଶିକ୍ଷା ଅଭିଯାନ ମାଧ୍ୟମରେ ବେଞ୍ଚ ଡେସ୍କ ଯୋଗାଇ ଦିଆଯାଇଥିଲା। କିନ୍ତୁ ପୁନଶ୍ଚ ସେଇ ସ୍କୁଲକୁ ନୂଆ ବେଞ୍ଚ ଡେସ୍କ ଯୋଗାଣ ଦର୍ଶାଯିବା ହୁଏତ ପୁରୁଣାକୁ ନୂଆରେ ରୂପାନ୍ତର କରାଯାଇଥିବା ଅସମ୍ଭବ ନୁହେଁ। ଆମର ପ୍ରଚଳିତ ବିଧି ବ୍ୟବସ୍ଥାରେ କୌଣସି ଅନୁଷ୍ଠାନର ନିର୍ମାଣ ସହ ଆସବାବପତ୍ରର ବିବରଣୀ ପାଇଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଜମା ତାଲିକା ରଖିବା ବାଧ୍ୟତାମୂଳକ । କିନ୍ତୁ ଏହି କାର୍ଯ୍ୟ ଦ୍ୱୈତ ମାଲିକାନାରେ ହୋଇଥିବାରୁ ଏହାର ସଠିକ୍‌ ତଥ୍ୟ କେବଳ ପୁଙ୍ଖାନୁପୁଙ୍ଖ ତଦନ୍ତରୁ ହିଁ ସ୍ପଷ୍ଟ ହୋଇପାରିବ। ସବୁଠାରୁ ଚମକପ୍ରଦ ତଥ୍ୟ ହେଉଛି, ଯୋଗାଣକାରୀ ବ୍ୟକ୍ତି ବା ସଂସ୍ଥାଙ୍କ ସହ ଦ୍ରବ୍ୟର ଦର ସବୁ ଉପର ସ୍ତରରେ ନିର୍ଦ୍ଧାରିତ ହୋଇଥିଲା, ଯାହାକି ବ୍ଲକ ବା ସ୍କୁଲ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। ଦ୍ରବ୍ୟର ମାନ କିଏ ନିର୍ଦ୍ଧାରଣ କରିଥିଲା, ତାହା ପ୍ରଶ୍ନବାଚୀରେ ରହିଛି।
ସ୍ମାର୍ଟ ସ୍କୁଲର ସ୍ମାର୍ଟ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ସ୍ମାର୍ଟ ଶ୍ରେଣୀରେ ସ୍ଥାପିତ ଏଇ ସ୍ମାର୍ଟ ବୋର୍ଡରେ ପେନ୍‌ ଡ୍ରାଇଭ ଲଗାଇଦେଲେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପାଠ ଛାତ୍ରୀଛାତ୍ରମାନେ ଶୁଣିପାରିବେ। ଶିକ୍ଷକ କେବଳ ଠିଆହୋଇ ତାହାକୁ ନିୟନ୍ତ୍ରଣ କରିବେ। କିନ୍ତୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତରେ ପରୀକ୍ଷାରେ ଓ ଏମ୍‌ଆର ପଦ୍ଧତିରେ ହେଉଥିବା ପରୀକ୍ଷା ପାଇଁ ସେହି ପାଠପଢ଼ା ଛାତ୍ରୀଛାତ୍ରଙ୍କ ଉପଯୋଗୀ ହେଉ ନ ଥିବାରୁ ଏହାକୁ ବ୍ୟବହାର କରାଯାଉନାହିଁ। ଏହି ପାଠ କେଉଁ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ନିର୍ଣ୍ଣୟ ହୋଇଛି ତା’ର ଉତ୍ତର କାହାରି ପାଖରେ ନାହିଁ। କିନ୍ତୁ ଏଥିପାଇଁ ଆବଶ୍ୟକ ପେନ୍‌ ଡ୍ରାଇଭ କେଉଁଠି ବ୍ଲକ କିଣିଛି ଏବଂ ସ୍କୁଲ ତରଫରୁ ଡାଉନ୍‌ ଲୋଡ଼ ହୋଇଛି ତ ନିର୍ଦ୍ଦିଷ୍ଟ କିଛି ଜିଲାରେ ସ୍କୁଲ ପରିଚାଳନା ପାଇଁ ୭୫ ହଜାର ଦିଆଯାଇ ସେଇ ଅର୍ଥରୁ ୬୭ ହଜାର ଟଙ୍କା ନିଆଯାଇ ପେନ୍‌ ଡ୍ରାଇଭ ଯୋଗାଣ ହୋଇଛି। ଏହି ସମସ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ହେଉଥିବାବେଳେ ଯେଉଁ ଅଭିଯୋଗ ଆସୁଥିଲା ବା ଆସିବାର ସମ୍ଭାବନା ଥିଲା ତାହାକୁ ମଧ୍ୟ ସୁଚିନ୍ତିତ ଭାବରେ ପ୍ରଶମିତ କରାଗଲା। ଠିକ୍‌ ନିର୍ବାଚନ ପୂର୍ବରୁ ରାଜ୍ୟର ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର କମିଟି, ଜିଲା ଶିକ୍ଷା ତାଲିମ ପ୍ରତିଷ୍ଠାନ, ଜିଲା ଓ ବ୍ଲକ ଶିକ୍ଷାଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ରାଜ୍ୟସ୍ତରରେ ୧୯,୪୬୭, ଜିଲାସ୍ତରରେ ୪,୬୮୦, ବ୍ଲକ ସ୍ତରରେ ୩୪,୮୫୮, ଉପଖଣ୍ଡ ଓ ନଗରାଞ୍ଚଳରେ ୧୧୮ ଜଣଙ୍କୁ ୧୪ଟି ବିଭାଗ ପାଇଁ ସର୍ବମୋଟ ୧୧୬,୮୪, ୭୯,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ତଥ୍ୟର ସରକାରୀ ସୂଚନା ରହିଥିବାରୁ ଏବଂ ଏହା ଜନସାଧାରଣ ଟିକସ ପଇସାରୁ ବ୍ୟୟ ହୋଇଛି। ପ୍ରକାଶଯୋଗ୍ୟ, ଏହି ପୁରସ୍କାର ସହ କଲେଜଗୁଡ଼ିକର ହୋଇଥିବା ଓ କାର୍ଯ୍ୟକ୍ରମ ପାଇଁ ବ୍ୟୟ ହୋଇଥିବା ଟଙ୍କାର ବାର୍ଷିକ ସୁଧରେ ଅନୂ୍ୟନ ୨୦୦୦ ଶିକ୍ଷକ ପଦବୀ ପୂରଣ ହୋଇପାରିଥାନ୍ତା।

ହରିଶଙ୍କର ମିଶ୍ର
୧୧୩-ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?