ଆନ୍ଧ୍ର ଚାଷୀଙ୍କ ଦଖଲରେ ଚାଷ ଜମି

ସୋନପୁର,୩ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ହଜାର ହଜାର ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ ଦଖଲରେ ରହିଛି। ଜିଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଆନ୍ଧ୍ର ଚାଷୀମାନେ ଧାନ ଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକରେ ଧାନ, ମାଛ ଓ କପା ଚାଷ କରୁଛନ୍ତି। ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱରେ ଏବେ ଆନ୍ଧ୍ରପଡ଼ା, ଆନ୍ଧ୍ରାଗେରା ଓ ଆନ୍ଧ୍ର କଲୋନୀ ଭଳି ନଁା ଦେଖିବାକୁ ମିଳୁଛି। ନିଜର ଏକ ସ୍ବତନ୍ତ୍ର ସାହି ବସ୍ତି କରି ସେମାନେ ସ୍ଥାନୀୟ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି। ଆନ୍ଧ୍ର ଚାଷୀ ଏଠାରେ ପ୍ରଭାବ ବିସ୍ତାର କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ଲଗା ଯାଉନାହିଁ।
ସୁବର୍ଣ୍ଣପୁର ଜିଲାରେ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଏଠାରେ ଚିରସ୍ରୋତା ମହାନଦୀ, ତେଲନଦୀ, ଅଙ୍ଗନଦୀ ସମେତ ଅନେକ ଛୋଟବଡ଼ ନଦୀନାଳ ଓ ହରିହରଯୋର ଡ୍ୟାମ୍‌ ଭଳି ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି। ଏହାସତ୍ତ୍ୱେ ସମସ୍ତ ଚାଷଜମିକୁ ଜଳସେଚନର ସୁବିଧା ହୋଇପାରିନି। ଚାଷୀଙ୍କୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡୁଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଅଧିକାଂଶ ଚାଷଜମି ହୀରାକୁଦ କେନାଲ ପାଣି ଦ୍ୱାରା ଖରିଫ ଓ ରବିରେ ଚାଷ ହେଉଛି। ସେହିପରି ହରିହରଯୋର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ଜମି ଜଳସେଚିତ ହେଉଛି। ବିଭିନ୍ନ ଜଳଉତ୍ସରୁ ଖରିଫରେ ୧ଲକ୍ଷ ୨୮ହଜାର ଓ ରବି ଋତୁରେ ୮୮ହଜାର ୪୯୬ ହେକ୍ଟର ଜମିରେ ଚାଷ ହୋଇଥାଏ। ତେବେ ଅନିୟମିତ ବର୍ଷା ଯୋଗୁ ଅଣଜଳସେଚିତ ଜମିରେ ଚାଷ କରୁଥିବା ଚାଷୀ କ୍ଷତି ସହୁଛି। ସେହିପରି ଧାନର ଅଭାବୀ ବିକ୍ରି ତଥା ଉନ୍ନତ ଜ୍ଞାନକୌଶଳର ଅଭାବ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବେ ଚାଷ କରିବାକୁ ଅମଙ୍ଗ ହେଉଛନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରୀ, ପାର୍ବତୀପୁରମ, ସୀତାକୁଲମ ଓ ଇଷ୍ଟ ଗୋଦାବରୀ ଭଳି ଦୂର ସ୍ଥାନରୁ ଲୋକେ ଆସି ଏଠାରେ ଚାଷ ଜମି ସବୁ କିଣୁଛନ୍ତି। ଗରିବ ଓଡ଼ିଆ ଚାଷୀଙ୍କ ଠାରୁ ସେମାନେ ଶାଗମାଛ ଦରରେ ଚାଷ ଜମି କିଣୁଥିବା ଅଭିଯୋଗ ହେଉଛି। ଆନ୍ଧ୍ରପ୍ରଦେଶର ଲୋକେ ଏଠାକୁ ଆସି ପ୍ରଥମେ ଗ୍ରାମବାସୀଙ୍କ ସହିତ ମିଳାମିଶା କରୁଛନ୍ତି। ପରେ ଜମି ଦଲାଲ ତଥା ମଧ୍ୟସ୍ଥିଙ୍କ ଜରିଆରେ କମ୍‌ ଦରରେ ଶତାଧିକ ଏକର ଚାଷଜମି କିଣୁଛନ୍ତି। ଜିଲାର ଅନେକ କ୍ଷୁଦ୍ର ତଥା ମଧ୍ୟମ ଚାଷୀ ସେମାନଙ୍କ ପୈତୃକ ଚାଷ ଜମି ଆନ୍ଧ୍ର ଚାଷୀଙ୍କୁ ବିକ୍ରି କରି ଏବେ ଭୂମିହୀନ ହୋଇ ପଡିଛନ୍ତି। ଦୁଃଖର ବିଷୟ ହେଲା ସେମାନେ ପୁଣି ଆନ୍ଧ୍ର ଚାଷୀଙ୍କ ନିକଟରେ ଦିନମଜୁରିଆ ଭାବେ କାମ କରୁଛନ୍ତି। ଏପରି କି ଅନେକ ଯୁବକ କାମଧନ୍ଦା ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। କିନ୍ତୁ ଆନ୍ଧ୍ର ଚାଷୀ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷରେ ଲାଭାନ୍ବିତ ହେଉଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ଡୁଙ୍ଗୁରିପାଲି ବ୍ଲକର ଭାଟବାହାଲି, କପାସିରା, ଡୁଙ୍ଗୁରିପାଲି, ରାମପୁର, ପଣ୍ଡକିଟାଲ, ସାଲେପାଲି, ବିନିକା ବ୍ଲକର ବାଙ୍କିଘିର୍ଡି, ସିଂଘିଯୁବା, ସାରଙ୍ଗପାଲି, ହୁତୁମା, ବାବୁପାଲି, ଫୁଲମୁଠି, ଉର୍ଲେ, ଘଣ୍ଟାପାଲି, ବାଉଁଶୁଣୀ, ଜୁଲୁଣ୍ଡା, ଅମାମୁଣ୍ଡା ଓ ଟିକାବାଲି ଭଳି ଗ୍ରାମରେ ଆନ୍ଧ୍ରର ଲୋକମାନେ ଚାଷଜମି କିଣି ଗତ ୨୦ରୁ ୨୫ ବର୍ଷ ଧରି ଧାନ ଚାଷ କରୁଛନ୍ତି। ସେହିପରି ତରଭା ବ୍ଲକର କୁମ୍ଭାରମୁଣ୍ଡା, କର୍ଲାମୁହାଣ, ବ୍ରାହ୍ମଣୀ, ବୁରାଡ, ଚାରଭଟା, ବାଲିଖମାର, କମସରା, ସୋନପୁର ବ୍ଲକର ବସଲାଟ, ରେଙ୍ଗାଲି, ମଝିମୁଣ୍ଡା, ଖଇରଟିକିରା, ରୁଗୁଡିପାଲି, ବାଲପୁର ଓ ଟିଟିପାଲି, ବୀରମହାରାଜପୁର ବ୍ଲକର ସୁବଳୟା, ଆନନ୍ଦପୁର, ସାଲଟିକିରା, ମୁର୍ଷୁଣ୍ଡି, କର୍ଡାପାଲି, ବାଗବର, ରଥପୁର, ତେଲିପାଲି, ଟିଠିପାଲି, ପିତାମହୁଲ, ଜଟେସିଙ୍ଗା, କେନ୍‌ଜିରିଆପାଲି, ବହଲପଦର ଓ ଉଫୁଲା ଅଞ୍ଚଳରେ ଆନ୍ଧ୍ରଚାଷୀ ବହୁ ଚାଷ ଜମି ନିଜ ଦଖଲକୁ ନେଇଗଲେଣି। ସେହିପରି ଉଲୁଣ୍ଡା ବ୍ଲକର ପତ୍ରାପାଲି, ମୁଣ୍ଡାମହୁଲ, ବେହେରାମାଲ, ସିଣ୍ଢୋଲ, ଚଢେଇପଙ୍କ, କୁତମେଣ୍ଡା, କୋଟସମଲାଇ, ପଧାନପାଲି, ବିଶିପଡା ଓ ପଞ୍ଚମହଲା ଆଦି ଗାଁରେ ଅଳ୍ପ କିଛି ବର୍ଷ ହେବ ଆନ୍ଧ୍ର ଚାଷୀ ହଜାର ହଜାର ଏକର ଚାଷ ଜମି ଦଖଲ କରି ସାରିଲେଣି। କେତେକ ଗ୍ରାମରେ ସେମାନେ ସରକାରୀ, ଗୋଚର ତଥା ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଞ୍ଚଳର ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ହାତ କରି ସରକାରୀ ଜମି ସବୁ ସେମାନଙ୍କ ଅକ୍ତିଆରରେ ରଖିଛନ୍ତି। ଆନ୍ଧ୍ର ଚାଷୀ ଏଠାରେ ପ୍ରଭାବ ବିସ୍ତାର କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ରୋକ୍‌ ଲଗାଯାଉନାହିଁ। ଫଳରେ ଏହି ଜିଲାରେ ଅନେକ ଚାଷୀ ଭୂମିହୀନ ହେବା ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟ ଲବ କୁମାର ସାହୁ ଅଭିଯୋଗ କରିଛନ୍ତି, ଜିଲାର ଚାଷ ଜମି ଆନ୍ଧ୍ର ଚାଷୀଙ୍କ କବଜାକୁ ଚାଲିଯାଉଛି। ଆନ୍ଧ୍ରର ଲୋକ ଓଡିଆଙ୍କ ଚାଷ ଜମି କିଣୁଛନ୍ତି ନହେଲେ ଲିଜ୍‌ ନେଇ ଚାଷ କରୁଛନ୍ତି। ବୀରମହାରାଜପୁର ବ୍ଲକର କେନଜିରିଆପାଲି, ବାହାଲପଦର ଓ ଦୁର୍ଯୋନତେଲା ଅଞ୍ଚଳରେ ଆନ୍ଧ୍ର ଲୋକେ ଶତାଧିକ ଏକର ଜମିରେ କପା ଚାଷ କରୁଛନ୍ତି। ଏ ନେଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ଦୀର୍ଘ ବର୍ଷ ପୂର୍ବରୁ ଅନ୍ୟ ରାଜ୍ୟର ଲୋକେ ଏଠାରେ ଜମି କିଣି ଚାଷ କରୁଛନ୍ତି। ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ବାହାର ରାଜ୍ୟର ଲୋକଙ୍କୁ ଚାଷ ଜମି ବିକ୍ରି କରୁଛନ୍ତି। କିଣାବିକାରେ ସେମିତି କିଛି କଟକଣା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri