ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ତିନି ନୌସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣ ବର୍ତ୍ତମାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀ ଏବଂ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି। ବାଲୁଗାଁ ଥାନାରେ ଏପ୍ରିଲ ୧୯ରେ ଏକ ଏଫଆଇଆର ପଞ୍ଜୀକୃତ ହେବା ପରେ ଏହି ଗିରଫଦାରୀ କରାଯାଇଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଚାକିରୀ ଆଶାୟୀଙ୍କଠାରୁ ନୌସେନାରେ ସ୍ଥାନ ନିଶ୍ଚିତ କରିବାର ମିଛ ଆଶ୍ୱାସନ ଦେଇ ବହୁ ଟଙ୍କା ସଂଗ୍ରହ କରୁଥିଲେ। ଏହି ଠକେଇର ବ୍ୟାପକତା ଏବଂ ଆଉ କେତେ ବ୍ୟକ୍ତି ଏଥିରେ ଜଡ଼ିତ ଅଛନ୍ତି ତାହାର ତଦନ୍ତ ପୋଲିସ କରୁଛି।

“ନଭେମ୍ବର ୨୦୨୪ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥିତ ହୋଇଥିବା ଅଗ୍ନିବୀର ଆଶାୟୀଙ୍କଠାରୁ ପୋଲିସ ଯାଞ୍ଚ, ଶାରୀରିକ ପରୀକ୍ଷା ଏବଂ ଚାକିରୀ ନିଶ୍ଚିତ କରିବାର ପ୍ରତିଶ୍ରୁତି ଦେଇ ସେମାନେ ବିପୁଳ ପରିମାଣର ଟଙ୍କା ହଡ଼ପ କରିଥବା ଖୋର୍ଦ୍ଧା ଏସପି ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି।

“ତଦନ୍ତ ସମୟରେ ପୋଲିସ ଅନେକ ଲେଣଦେଣର ପ୍ରମାଣ ଏବଂ ବ୍ୟାଙ୍କ ଦଲିଲ ଜବତ କରିଛି। ଏପର୍ଯ୍ୟନ୍ତ ଏହି ଠକେଇ ସହ ଜଡ଼ିତ ତିନି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ନୌସେନା ଅଧିକାରୀ ଏବଂ ଉତ୍ତର ପ୍ରଦେଶର ବାସିନ୍ଦା। ଦ୍ୱିତୀୟ ଅଭିଯୁକ୍ତ ବର୍ତ୍ତମାନ ଇଏପି-୫ ପଦବୀରେ ଅଛନ୍ତି ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଇଏନଏସ କେସରୀରେ କାର୍ଯ୍ୟରତ। ତୃତୀୟ ଅଭିଯୁକ୍ତ ଆଇଏନଏସ ଚିଲକାରେ କାର୍ଯ୍ୟରତ ଅଛନ୍ତି,” ଏସପି ନାଥ ସୂଚନା ଦେଇଛନ୍ତି।

ଏସପି ନାଥ ଆହୁରି ପ୍ରକାଶ କରିଛନ୍ତି ଯେ, ଗୋଇନ୍ଦା ସୂଚନା ଅନୁଯାୟୀ, ଏହି ଠକେଇ ରାକେଟରେ ଆଉ ଦୁଇ ବ୍ୟକ୍ତି ଜଡ଼ିତ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ, ପୋଲିସ ଠକେଇ କାର୍ଯ୍ୟକଳାପ ସହ ଜଡ଼ିତ ୧୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଛି। ତଦନ୍ତ ଜାରି ରହିଛି, ସେ ଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri