ଅଗ୍ନିପଥ ଯୋଜନା, ନିୟମିତ କ୍ୟାଡର ନିଯୁକ୍ତି ରାଲି ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହେଲା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ, ଏପ୍ରିଲ ୨୨ରେ ପରୀକ୍ଷା

କଟକ,୧୩ା୨ (କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ଆସନ୍ତା ଏପ୍ରିଲ ୨୨ରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି। ଏହି ପଞ୍ଜିକରଣ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲାର ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଭାରତୀୟ ସେନାର ୱେବସାଇଟ୍‌ www.joinindianarmy.nic.in ମାଧ୍ୟମରେ ପ୍ରାର୍ଥୀମାନେ ପଞ୍ଜିକରଣ କରିପାରିବେ। ଆବେଦନକାରୀ ୨୫୦ ଟଙ୍କା ପରୀକ୍ଷା ଦେୟ ଦାଖଲ କରିବେ। ନିର୍ଦ୍ଧାରିତ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହି ଅନ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ହେବ। ଅନଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ସହ ଆବେଦନକାରୀମାନଙ୍କୁ ପରିଚିତ କରାଇବା ପାଇଁ ୱେବସାଇଟ୍‌ରେ ଏକ ଅଭ୍ୟାସ ପରୀକ୍ଷା ଉପଲବ୍‌ଧ ରହିଛି। ପଞ୍ଜିକରଣ ସମ୍ବନ୍ଧିତ କୌଣସି ଅନୁସନ୍ଧାନ ନିମନ୍ତେ ପ୍ରାର୍ଥୀମାନେ କଟକସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri