Categories: ଜାତୀୟ

ମହିଳାଙ୍କ ପ୍ରଜନନ ଅଧିକାରରେ ବୟସ ପ୍ରତିବନ୍ଧକ ମାମଲା : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ…

ନୂଆଦିଲ୍ଲୀ,୩୦।୧୦ : ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଆଧାରରେ ପରୀକ୍ଷା କରିବା ପାଇଁ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ୩୫ ବର୍ଷ ବୟସର ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ଆଇନଜୀବୀ ମୀରା କୌର ପଟେଲଙ୍କ ପିଟିସନକୁ ନେଇ ଜଷ୍ଟିସ ଏସ.କେ କୌଲ ଏବଂ ଏଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ଆବେଦନରେ ଗର୍ଭଧାରଣ ପୂର୍ବରୁ ଏବଂ ପ୍ରସବ ପୂର୍ବରୁ ଲିଙ୍ଗ ଚୟନ ନିଷେଧ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ଅଧିନିୟମ, ୧୯୯୪ ର ଧାରା ୪ (୩) (୧) ଅନୁଯାୟୀ ୩୫ ବର୍ଷରୁ କମ ମହିଳାଙ୍କ ପ୍ରଜନନ ଅଧିକାର ଉପରେ ପ୍ରତିବନ୍ଧକ ଦର୍ଶାଯାଇଛି। ଅଧିନିୟମ ଅନୁଯାୟୀ, ଯଦି ଗର୍ଭବତୀ ମହିଳାଙ୍କ ବୟସ ୩୫ ବର୍ଷରୁ ଅଧିକ ନଥିଲେ ପ୍ରସବକାଳୀନ ଡାଇଗ୍ନୋଷ୍ଟିକ ଜ୍ଞାନକୌଶଳ ବ୍ୟବହାର ଅବା କାର୍ଯ୍ୟକ୍ଷମ ହେବ ନାହିଁ ।

ମହିଳାଙ୍କ ପ୍ରଜନନ ଅଧିକାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ କହିଥିଲେ ଯେ ସମସ୍ତ ମହିଳା ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ନିରାପଦ ତଥା ଆଇନଗତ ଗର୍ଭପାତ କରିବାର ଅଧିକାର ପାଇଛନ୍ତି ଏବଂ ବୈବାହିକ ସ୍ଥିତି ଆଧାରରେ ଏକ୍ଷେତ୍ରରେ କୌଣସି ଭେଦଭାବ କରିବା ସାମ୍ବିଧାନିକ ଭାବେ ଅସମ୍ଭବ।

Share