Posted inଫୁରସତ

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଏବେ ଭାଲେଣ୍ଟାଇନ୍‌ ସପ୍ତାହ ଜାରି ରହିଛି। ଏହା ପ୍ରେମୀଯୁଗଳଙ୍କୁ ପ୍ରେମର ପରିଭାଷା ସମ୍ପର୍କରେ ଅବଗତ କରାଇଥାଏ। ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ ବୟସର ପୁଅଙ୍କୁ ଜୀବନସାଥୀ ଭାବେ ବସନ୍ଦ କରୁଥିବାର ବହୁ ନଜିର ରହିଛି। ଏଭଳି କେତେକ ଯୋଡ଼ା ହେଉଛନ୍ତି:

ଐଶ୍ୱର୍ଯ୍ୟା -ଅଭିଷେକ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ବୟସର ତାରତମ୍ୟ ରହିଛି। ଅଭିଷେକ ଐଶଙ୍କ ଠାରୁ ବୟସରେ ୩ ବର୍ଷ ସାନ । ୨୦ ଏପ୍ରିଲ ୨୦୦୭ରେ ଏମାନଙ୍କ ବିବାହ ହୋଇଥିଲା।

ପ୍ରିୟଙ୍କା-ନିକ ଜୋନସ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନିକ ଜୋନସ୍‌ଙ୍କୁ୍ଚ ବର୍ଷ ବୟସ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ଡେଟିଂ ଏହା ବିବାହର ରୂପ ନେଇଥିଲା।

ସୋହା-କୁନାଲ: ସୋହା ଅଲ୍ଲୀ ଖାଁ ଓ କୁନାଲ ଖେମୁ ୨୦୧୫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋହାଙ୍କୁ ସେତେବେଳେ ୩୯ ବର୍ଷ ହୋଇଥିବା ବେଳେ କୁନାଲଙ୍କୁ ୩୫ ବର୍ଷ ହୋଇଥିଲା । କୁନାଲ ଓ ସୋହା ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ଲିଭ-ଇନ-ରିଲେସନ୍‌ରେ ରହିଥିଲେ ।

ବିପାଶା-କରଣ: ବଲିଉଡ୍‌ରେ ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ବିପାଶା ବସୁ । ୨୦୧୬ରେ ସେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ଏହି ଯୋଡି ’ଏଲୋନ’ ଫିଲ୍ମରେ ଏକା ସଙ୍ଗେ କାମ କରିଥିଲେ ଓ ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ବଢିଥିଲା । ବିପାଶା କରଣଙ୍କ ଠାରୁ ୩ ବର୍ଷ ବଡ।

ମଲାଇକା-ଅର୍ଜୁନ: ମଲାଇକା ଓ ଅର୍ଜୁନଙ୍କ ମଧ୍ୟରେ ଦୋସ୍ତି ବହୁତ ପୁରୁଣା । ମଲାଇକା ଓ ଅର୍ଜୁନଙ୍କୁ ପ୍ରାୟତଃ ଏକତ୍ର ଦେଖିବାକୁ ମିଳିଥାଏ। ତେବେ ଏ ଦୁଇଜଣଙ୍କ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚା ହେବାର କାରଣ ସେମାନଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟ। ମଲାଇକାଙ୍କ ବୟସ ୪୫ ଟପି ସାରିଥିବା ବେଳେ ଅର୍ଜୁନଙ୍କ ବୟସ ୩୩ ।

ଫାରହା-ଶିରିଶ: କୋରିଓଗ୍ରାଫରରୁ ଫିଲ୍ମ ଅଭିନେତ୍ରୀରୁ ନିର୍ଦ୍ଦେଶକା ପାଲଟିଥିବା ଫାରହା ଖାଁ ଶିରିଶ କୁନ୍ଦରଙ୍କୁ ବିବାହ କରିଛନ୍ତି। । ଶିରିଶ ଫାରହାଙ୍କ ଠାରୁ ୮ବର୍ଷ ସାନ ।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?