ବାସହରା ବନ୍ୟଜନ୍ତୁ ଜନବସତିମୁହାଁ

କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ ବନ୍ୟଜନ୍ତୁ ଏବେ ବାସହରା ହୋଇ ଜନବସତିମୁହଁା ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ସହରମୁହଁା ହେଉଥିବାରୁ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ତିକ୍ତତା ବଢ଼ିବା ସହ ଅନେକ ସମୟରେ ଧନଜୀବନ ନଷ୍ଟ ହେଉଛି। ଗତ ୨୫ ବର୍ଷ ମଧ୍ୟରେ ଜିଲାରେ ବହୁ ସଂଖ୍ୟାରେ ହାତୀ, ବାଘ, ଭାଲୁ, ହରିଣ, ବାର୍‌ହା, କୁଟୁରା, ବିଲୁଆ, ଶିଆଳ, ହେଟାବାଘ, ଝିଙ୍କ, ଅଜଗର, ମାଙ୍କଡ଼ ସମେତ ଅନ୍ୟାନ ସରୀସୃପ ତଥା ପକ୍ଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ବନ୍ୟଜନ୍ତୁ ଶିକାରୀଙ୍କ ଦ୍ୱାରା ମାଂସ, ଚମଡ଼ା, ହାଡ଼, ଶିଙ୍ଗ ଆଦି ପାଇଁ ଶିକାର ହୋଇଛନ୍ତି। ଅନେକ ରାସ୍ତା ଓ ରେଳ ଦୁର୍ଘଟଣା, ଖାଲଖମାରେ ପଡ଼ି ମୃତାହତ ହୋଇଛନ୍ତି, ଯାହାର ସଠିକ୍‌ ତଥ୍ୟ ବା ସଂଖ୍ୟା କାହା ପାଖରେ ନାହିଁ।
ବିଶେଷ କରି ଅବିଚାରିତ ଭାବେ ଖଣିଖନନ, ବ୍ୟାପକ ଜଙ୍ଗଲ ନଷ୍ଟ, ଜଙ୍ଗଲାଞ୍ଚଳରେ ବସତି, ରାସ୍ତାଘାଟ, ରେଳଲାଇନ ଆଦି ନିର୍ମାଣ ଯୋଗୁ ବନ୍ୟପ୍ରାଣୀଙ୍କ ଯାତାୟାତ ପଥ ସଂକୁଚିତ ହୋଇଯାଉଛି। ବହୁ ସଂଖ୍ୟାରେ ଭାରୀଯାନ ଚଳାଚଳ, କାରଖାନା ନିର୍ମାଣ କାରଣରୁ ଶବ୍ଦ ପ୍ରଦୂଷଣ ମଧ୍ୟ ସେମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଥାଏ। ଏଣୁ ଅନେକ ସମୟରେ ପଥଭ୍ରଷ୍ଟ ହୋଇ ଜନବସତିମୁହଁା ହୋଇ କ୍ଷତି ଘଟାଉଛନ୍ତି। ପ୍ରାକୃତିକ ଜଙ୍ଗଲ ପଦାକରି କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ପରିବେଶ ବିଗୁଡିଛି, ମାତ୍ର ୧୦ ପ୍ରତିଶତ ଗଛ ବଞ୍ଚୁଛି। ଏଣୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଦ୍ୱାରା ଏହାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସହର ଓ ଗାଁମାନଙ୍କରେ ଆଗରୁ କେବେବି ହାତୀ ଏଭଳି ଦଳଗତ ଭାବେ ଦେଖିବାକୁ ମିଳୁ ନ ଥିଲା। କାରଣ ସେମାନେ ଜଙ୍ଗଲରୁ ପଦାକୁ ଆସନ୍ତି ନାହିଁ। ପଡ଼ୋଶୀ ଜିଲା ଓ ଝାଡ଼ଖଣ୍ଡ ରାଜ୍ୟକୁ ନିୟମିତ ହାତୀ ଚଲାପଥରେ ଯାତାୟାତ କରିଥାନ୍ତି। ୨୫ ବର୍ଷ ମଧ୍ୟରେ ଲୋକମାନେ ପ୍ରତ୍ୟେକ ଦିନ ହାତୀପଲଙ୍କୁ ନିକଟରୁ ଦେଖୁଛନ୍ତି। ଏଣୁ ହାତୀ ଓ ମଣିଷ ମୁହଁାମୁହିଁ ହେବା ଫଳରେ ଉଭୟ ମୃତାହତ ହେଉଛନ୍ତି। ଗତ କିଛି ଦିନ ହେଲା ଯେଉଁ ଭଳି ହାତୀଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କୁ ସୁରକ୍ଷା ନ ଦିଆଗଲେ ଧରାରୁ ହାତୀ ଲୋପ ପାଇଯିବେ ବୋଲି ପରିବେଶବିତ୍‌ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି। କେବଳ ହାତୀ ନୁହେଁ, କେନ୍ଦୁଝର ଜିଲା ଜଙ୍ଗଲରେ ବହୁ ସଂଖ୍ୟାରେ ବାଘ ମଧ୍ୟ ଥିଲେ। ଖାଦ୍ୟ ଅଭାବ ଓ ସୁରକ୍ଷା ଅଭାବରୁ ବାଘ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲଙ୍କୁ ବିଚରଣ କରୁଛି। ହଠାତ ବାଘ ଆବିର୍ଭାବ ହେଲେ ଜଙ୍ଗଲ ନଷ୍ଟ କାରଣରୁ ସେମାନଙ୍କ ସୁରକ୍ଷା ପାଇଁ ସମଗ୍ର ବନ ବିଭାଗକୁ ନାକେଦମ ହେବା ସହ ବ୍ୟାପକ ଖର୍ଚ୍ଚ କରିବାକୁ ପଡୁଛି। ଆଗରୁ ଜଙ୍ଗଲ ଓ ପାହାଡ଼ରେ ବନବାସୀମାନେ ରହୁଥିଲେ। ତେବେ ବନ୍ୟପ୍ରାଣୀମାନେ ଖାଦ୍ୟ ତଥା ପାରିଧି ଭଳି ସାଂସ୍କୃତିକ କାର୍ଯ୍ୟ ପାଇଁ ଶିକାର କରିବା ସତ୍ତ୍ୱେ ମଧ୍ୟ ସୁରକ୍ଷିତ ଥିଲେ। କିନ୍ତୁ ସେମାନଙ୍କ ଜନସଂଖ୍ୟା ବୃଦ୍ଧି, ବାହାର ଲୋକଙ୍କ ପ୍ରବେଶ ଓ ଜବରଦଖଲର ଠିକ୍‌ ପରିଚାଳନା ହୋଇ ପାରି ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି। କେନ୍ଦୁଝର ଡିଏଫଓ ଧନ୍‌ରାଜ ଏଚ.ଡି କହିଛନ୍ତି, ଜଙ୍ଗଲର ସୁରକ୍ଷା ପାଇଁ ବନୀକରଣ, ବେଆଇନ ଚାଲାଣ ଉପରେ ଧରପଗଡ଼ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ କଡ଼ାକଡ଼ି ଆଇନ ମଧ୍ୟ ରହିଛି। ଏବେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ସହଭାଗିତାରେ ସେସବୁର ସୁରକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri