ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୧୯ା୭(ସତ୍ୟଜିତ୍‌ ରାଉତ):ନିଖିଳ ଓଡ଼ିଶା ଠିକାଦାର ମହାସଂଘକୁ ବିଜେଡି ସରକାର ଧୋକା ଦେଇଥିବା ଅଭିଯୋଗ ହୋଇଛି। ଦୀର୍ଘ ୨୫ବର୍ଷ ହେବ ଓଡ଼ିଶାର କାମକୁ ଅନ୍ୟ ରାଜ୍ୟର ଠିକାଦାରମାନଙ୍କୁ ଦେଇ ଓଡ଼ିଶାର ଠିକାଦାରମାନଙ୍କ ସହ ଛଳନା କରାଯାଇଥିବା ଠିକାଦାର ସଂଘ ପକ୍ଷରୁ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏନେଇ ସଂଘ ପକ୍ଷରୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ପୂର୍ବ ବିଜେଡି ସରକାର ଠିକାଦାରଙ୍କ ଦାବିଗୁଡିକୁ ପୂରଣ କରିବାକୁ କମିଟି ଗଢ଼ିଥିବାବେଳେ ଏହି ସଦସ୍ୟମାନେ ଚୁପ ବସିଯାଇଥିଲେ। ତେଣୁ କମିଟି ସଦସ୍ୟ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ବର୍ତ୍ତମାନର ପୂର୍ତ୍ତ ବିଭାଗ ସଚିବ ବୀରବିକ୍ରମ ଯାଦବଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରି ଠିକାଦାର ସଂଘ ଏତଲା ଦେଇଛି। ସଂଘର ସଭାପତି ପ୍ରଭାତ ଦାଶ ଏହି ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଅନୁଯାୟୀ, ୨୦୧୯ରେ ଠିକାଦାର ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ଉକ୍ତ ଆନ୍ଦୋଳନରେ ୧୫ ହଜାର ଠିକାଦାର ସାମିଲ ହୋଇଥିଲେ। ସଂଘର ଦାବି ରହିଛି ଯେ, ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡର ପାଇବାକୁ ଥିବା ମାନଦଣ୍ଡଗୁଡ଼ିକୁ ଉଠାଇ ଦିଆଯାଉ। ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରଗୁଡିକୁ ଲାଇସେନ୍ସ ଭିତ୍ତିରେ ଓଡ଼ିଶାର ଠିକାଦାରମାନଙ୍କୁ ଦିଆଯାଉ। ଓଡ଼ିଶାର ବିଭିନ୍ନ କାମକୁ ଏକାଠି କରି ବଡ଼ ମୂଲ୍ୟର ଟେଣ୍ଡର କରା ନ ଯାଉ। ୫୦ କୋଟି ଯାଏ କୌଣସି ଟେଣ୍ଡରକୁ ଅନ୍ୟ ରାଜ୍ୟର ଠିକାଦାରଙ୍କୁ ଦିଆ ନ ଯାଉ। ପ୍ରତିବର୍ଷ ଟେଣ୍ଡର ମୂଲ୍ୟରେ ପରିବର୍ତ୍ତନ କରାଯାଉ ଆଦି ୧୦ ଦଫା ଦାବି ଉଲ୍ଲେଖ କରାଯାଇଛି। ଏହାପରେ ୨୦୧୯ ଡିସେମ୍ବର ୧୭ରେ ରାଜ୍ୟ ସରକାର ଏକ ୭ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷ ଏବଂ ବୀର ବିକ୍ରମ ଯାଦବ ସଂଯୋଜକ ଦାୟିତ୍ୱରେ ଥିଲେ। ଗୋଟିଏ ମାସକ ମଧ୍ୟରେ ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଦୀର୍ଘ ୫ ବର୍ଷ ଧରି ଠିକାଦାର ସଂଘ ସହ ବିଜେଡି ସରକାର ଛଳନା କରିଥିବା ସଭାପତି ଦାଶ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri