ପୁଣି ଏନ୍‌ଜିଟିରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ପୁଣି ବିବାଦ ଘେରରୁ ଆସିଛି ଜିଲା ପ୍ରଶାସନ। ମାସକ ପୂର୍ବରୁ ଦୁଇଟି ବାଲି ସଇରାତକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରିପୋର୍ଟ ତଲବ କରିଥିବା ବେଳେ ପୁଣି ମହୁପୁରା ବାଲି ସଇରାତରୁ ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ଏନଜିଟିରେ ମାମଲା ରୁଜୁ ହୋଇଛି। ଏ ନେଇ ବଡ଼ସାହି ବ୍ଲକ ଛେଳିଆ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ମାମଲା (ନଂ.୪୦/୨୦୨୨/ଇଜେଡ୍‌) ରୁଜୁ ହୋଇଛି। ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ଅମିତ ସ୍ଥହଲେକାର ଓ ଏକ୍ସପର୍ଟ ମେମ୍ବର ସାଇବଲ ଦାସଗୁପ୍ତାଙ୍କ ଖଣ୍ଡପୀଠରେ ମାମଲାକୁ ନେଇ ୩ଜଣ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ଏକ ୫ଜଣିଆ କମିଟି ଗଠନ କରାଯାଇ ୪ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ମୟୂରଭଞ୍ଜ ଜିଲା ପ୍ରଶାସନକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ା ବଡ଼ସାହି ତହସିଲ ଅଧୀନ ବୁଢ଼ାବଳଙ୍ଗ ନଦୀର ମହୁପୁରା ବାଲି ସଇରାତକୁ ୨୦୧୬ରୁ ୫ବର୍ଷ ପାଇଁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଇଛି। ମହୁପୁରା ସଇରାତରେ ଥିବା ଖାତା ନଂ. ୧୭୫, ପ୍ଲଟନଂ. ୨୫୩ରୁ ୧୩.୭୨ଏକର ସ୍ଥାନରୁ ପ୍ରତିଦିନ ୧୦ସିୟୁଏମ ବାଲି ଉତ୍ତୋଳନ ପାଇଁ ୩୧ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ମିଳିଥିଲା ା ମାତ୍ର ସମୟର ଅବଧି ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏକ ବର୍ଷଧରି ବାଲି ଉତ୍ତୋଳନ କରାଯାଉଥିବାରୁ ନିୟମ ଏହା ବର୍ହିଭୂତ ଅଟେ ବୋଲି ଅଭିଯୋଗରେ ଦର୍ଶାଯାଇଛି ା ଅପରପକ୍ଷରେ ଏହି ସଇରାତରେ ୩୬ହଜାର ୯୨୭ସିୟୁଏମ ବାଲି ଗଚ୍ଛିତ ଥିବା ବେଳେ ତହସିଲଦାର ଓ ମାଇନିଂ ଅଧିକାରୀ ମାତ୍ର ୨ହଜାର ସିୟୁଏମ ବାଲି ଗଚ୍ଛିତ ଥିବା ରେକର୍ଡରେ ଦର୍ଶାଇଥିଲେ। ୧ ମିଟର ଗଭୀର ହିସାବରେ ବର୍ଷକୁ ୨୨ଶହ ସିୟୁଏମ ବାଲି ଉତ୍ତୋଳନ କରିବାକୁ ଥିବା ବେଳେ ପ୍ରତିଦିନ ପ୍ରୋକଲିନ୍‌ ମେଶିନ ମାଧ୍ୟମରେ ନଦୀ ଗର୍ଭରୁ ୧୦ମିଟର ଖୋଳାଯାଇ ବେଆଇନ ଭାବେ ୨୦୪୦ସିୟୁଏମ ବାଲି ଉତ୍ତୋଳନ କରାଯାଇଛି। ଏହି କ୍ରମରେ ବର୍ଷକୁ ୪ଲକ୍ଷ ୨୮ହଜାର ସିୟୁଏମ ବାଲି ଖନନ ହେଉଥିବା ବେଳେ ଯାହାକି ଅନୁମତି ସୀମାର ବହୁ ଗୁଣ ଊର୍ଦ୍ଧ୍ୱରେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହା ଦ୍ୱାରା ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଇଥିବା ଆକଳନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମେ’୨୩ତାରିଖକୁ ଧାର୍ଯ୍ୟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri