ପୁଣି ଅସୁସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଭୁବନେଶ୍ୱର,୮।୩(ବ୍ୟୁରୋ): ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଜି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୭୪ ବର୍ଷୀୟା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ବଡ଼ବିଲ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଯୋଡ଼ା ଟିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଏବେ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୧୭ରେ ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ।