CORONAVIRUS UPDATE: ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା

ଭୁବନେଶ୍ୱର, ୮।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଲୋକାଲ କେସ୍‌ ରହିଛି।
ନୂଆ ୫୨୭ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିରୁ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୨୬, ବରଗଡ଼ ୧, ଭଦ୍ରକ ୨, ବଲାଙ୍ଗୀର ୨୧, କଟକ ୧୭, ଢେଙ୍କାନାଳ ୧, ଗଜପତି ୩, ଜଗତ୍‌ସିଂହପୁର ୪, ଯାଜପୁର ୨୫, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୭, ଖୋର୍ଦ୍ଧା ୫୦, କୋରାପୁଟ ୬, ମାଲକାନଗିରି ୩, ମୟୂରଭଞ୍ଜ ୧୦, ନବରଙ୍ଗପୁର ୩, ନୟାଗଡ଼ ୧୮, ନୂଆପଡ଼ା ୪, ପୁରୀ ୧୬, ରାୟଗଡ଼ା ୧, ସମମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ଼ ୭୮।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୦,୬୨୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬,୭୦୩ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।