ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ରଘୁରାମ ଆର ଆୟର ଶନିବାର ମା’ ରାମଚଣ୍ଡୀ ପୀଠରେ ଜମ୍ବୁ ଦ୍ୱୀପ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତ ବୈଠକ ଯୋଗ ଦେବାକୁ ଆସିଥିଲେ। ବୈଠକ ପରେ ଜିଲାପାଳ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟକୁ ଯାଇ ଦେଖିଥିଲେ। ଏହି ଫେରିଘାଟରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଲାଇଫ ଜ୍ୟାକେଟ୍‌ ବ୍ୟବାହର ହେଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରି ଘାଟବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଡଙ୍ଗା ଇଞ୍ଜିନ ଚାବି ଜବତ କରିଥିଲେ। ଜିଲାପାଳଙ୍କୁ ଦେଖି ଘାଟ ବାହୁଥିବା ନାଉରିଆ ଗଚ୍ଛିତ ଥିବା କେତେକ ଲାଇଫ ଜ୍ୟାକେଟ୍‌କୁ ଡଙ୍ଗାରେ ରଖୁଥିବା ଦେଖିବାକୁ ମିଳିଥିଲା।

ସହିତ ଉପଜିଲାପାଳ ଅରୁଣ କୁମାର ନାୟକ, ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ାଙ୍କ ସମେତ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅପର ପକ୍ଷରେ ରାଜ୍ୟ ସରକାରଙ୍କ ୨୦୦୪ ବୋଟ ରୁଲ୍‌ ଅନୁସାରେ ଫେରିଘାଟ ପରିଚାଳନା ପାଇଁ ଏସ୍‌ଓପି ଗାଇଡ୍‌ ଲାଇନ ରହିଛି। ନିଲାମ ନେବା ପ୍ରମାଣପତ୍ର, ଘାଟ ଚାଳକ ପଞ୍ଜୀକରଣ, ଘାଟ ପରିବହନ ଧାରଣ କ୍ଷମତା ପ୍ରମାଣପତ୍ର, ଜୀବନ ବୀମା, ଲାଇଫ ଜ୍ୟାକେଟ, ପ୍ରାଥମିକ ଔଷଧ କିଟ୍‌, ଘାଟ ମାହାସୁଲ ସୂଚନା ଫଳକ ପ୍ରଭୃତି ମୌଳିକ ଆବଶ୍ୟକତା ରହିଛି। ପ୍ରଶାସନ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ଫେରିଘାଟଠାରେ ୭ ଦିନ ମଧ୍ୟରେ ଶୌଚାଳୟ ନିର୍ମାଣ, ସିସିଟିଭି କ୍ୟାମେରା ସ୍ଥାପନ, ଯାତ୍ରୀ ଲାଇଫ ଜ୍ୟାକେଟ୍‌ ପିନ୍ଧିବା ପାଇଁ ବାଧ୍ୟତାମୂଳକ ନ ହେଲେ ଘାଟ ପାର ବାରଣ, ସୁରକ୍ଷା ବ୍ୟବସ୍ଥା ପାଇଁ ଜଣେ ପୋଲିସ ମୁତୟନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ଲିଖିତ ପତ୍ର ମିଳିବା ପରେ ଇଞ୍ଜିନ ଚାବି ପ୍ରଦାନ କରାଯାଇଛି। ଏହାର ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ବୋଲି ବିଡିଓ ରବି ନାରାୟଣ ଆଚାର୍ଯ୍ୟ କହିଛନ୍ତି ।

ସମ୍ପର୍କରେ ଜିଲାପାଳ ରଘୁରାମ ଆର ଆୟରଙ୍କ ମତାମତ ନେବାରେ ଉକ୍ତ ଫେରି ଘାଟଠାରେ ଲାrajan, ଇଫ ଜ୍ୟାକେଟ ବ୍ୟବାହର ହେଉ ନ ଥିବା ବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ମୌଳିକ ଆବଶ୍ୟକତା ପାଇଁ କୁହାଯାଇଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily