ଧାନ ପରେ ପଇସା ଗଲା, ଚାଷୀ ମୁଣ୍ଡରେ ଚଡ଼କ

କେନ୍ଦୁଝର,୨୩ା୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ୬୮ଜଣ ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଟୋକନ ବ୍ୟବସ୍ଥାରେ ଚାଷୀ ଧାନ ବିକି ରଶିଦ ପାଇଥିଲେ। ଏହା ସତ୍ତ୍ୱେ ଦୀର୍ଘ ୪ମାସ ହେଲା ଏହି ଚାଷୀମାନେ ଧାନ ବାବଦକୁ ୭୨,୧୬ ,୭୯୦ ଟଙ୍କା ପାଇ ନ ଥିବାରୁ ଚିନ୍ତାରେ ରହିଛନ୍ତି। ବିଳମ୍ବରେ ଧାନ ବିକି ବେପାରୀମାନେ ପଇସା ପାଇଥିବା ବେଳେ ସେମାନଙ୍କ ପୂର୍ବରୁ ଧାନ ବିକିଥିବା ଉକ୍ତ ଚାଷୀମାନେ ପଇସା ପାଇ ନ ଥିବାରୁ ନାନା ସନ୍ଦେହ ସୃଷ୍ଟି ହେଉଛି। ଏନେଇ ବିଡିଓଙ୍କଠାରୁ ଆରମ୍ଭ କରି ଜିଲାପାଳ ତଥା ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ହେଁ ଚାଷୀଙ୍କୁ ପଇସା ମିଳୁନାହିଁ। ଧାର କରଜ ଶୁଝି ନ ପାରି ଭୋକ ଉପାସରେ ଚାଷୀମାନେ ରହିଛନ୍ତି। ଚଳିତ ବର୍ଷ କେଉଁଠୁ ପଇସା ଆଣିବେ ଏବଂ ଚାଷ କାର୍ଯ୍ୟ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।
ଗତ ମାର୍ଚ୍ଚ ୨୨ରେ ଲକ୍‌ଡାଉନ ଘୋଷଣା ପାଇଁ ଧାନ କିଣା ବନ୍ଦ କରି ଦିଆଯାଇଥିବାରୁ ବହୁ ଚାଷୀ ଧାନ ବିକି ପାରି ନ ଥିଲେ। ମାର୍ଚ୍ଚ ୨୬ରେ କିପରି ବେପାରୀଙ୍କଠାରୁ ଧାନ କିଣାଯାଇ ପଇସା ଦିଆଗଲା ତାହାର ତଦନ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି। ପ୍ରକାଶ ଯେ, ଗତ ନଭେମ୍ବରରୁ ଖରିଫ ଋତୁ ଧାନ କିଣା ଆରମ୍ଭ ହୋଇଥିଲା। ଏଥିପାଇଁ ଚାଷୀମାନେ ନାମ ପଞ୍ଜୀକରଣ କରିଥିଲେ। ଟୋକନ ପାଇବା ପରେ ଚାଷୀ ଧାନ ନେଇ ଲ୍ୟାମ୍ପ ବା ଧାନ କ୍ରୟ କେନ୍ଦ୍ରରେ ବିକଥିଲେ। ଧାନ କିଣା ବାବଦକୁ ସେମାନଙ୍କୁ ରଶିଦ ମଧ୍ୟ ମିଳିଛି। କିନ୍ତୁ ବ୍ୟାଙ୍କ ଖାତାରେ ଧାନର ମୂଲ୍ୟ ବାବଦକୁ ଅର୍ଥ ଜମା ନ ହେବାରୁ ଚିନ୍ତା ବଢିଥିବା ସ୍ଥାନୀୟ ଲୋକ କହିଛନ୍ତି। ଏପରିକି କେତେକ ସ୍ଥାନୀୟ କ୍ଷମତାଶାଳୀ ନେତା, ଲୋକ ପ୍ରତିନିଧିଙ୍କ ନାମରେ ଟୋକନ ଇସ୍ୟୁ କରାଯାଇ ବହୁ ପରିମାଣରେ କାଗଜପତ୍ରରେ ଧାନ କିଣାବିକା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମିଲରମାନେ ସେମାନଙ୍କ ଟୋକନରେ କମ ଦାମରେ ଚାଷୀଙ୍କଠାରୁ କିଣିଥିବା ଧାନକୁ ବିକି ମାଲାମାଲ ହୋଇଥିବା ବେଳେ କଠିନ ପରିଶ୍ରମ କରି ଧାନଚାଷ କରିଥିବା ଚାଷୀ ଧାନ ବିକି ସେବାବଦକୁ ମୂଲ୍ୟ ନ ପାଇବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବହୁ ଚାଷୀ କହିଛନ୍ତି। ଏଣୁ ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ୍‌ ସେମାନେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ପ୍ରତାପ ଚନ୍ଦ୍ର ମହାନ୍ତ, ଧନେଶ୍ୱର ମହାନ୍ତ, ଚିନ୍ତାମଣୀ ମହାନ୍ତ, ଦିବାକର ମହାନ୍ତ ପ୍ରମୁଖ କହିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ କହିଛନ୍ତି ଯେ, ଲକ୍‌ଡାଉନ୍‌ ପାଇଁ ଧାନ କିଣା ହଠାତ ବନ୍ଦ ହୋଇଯିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତେବେ ସରକାରୀଧ୍‌ସ୍ତରରେ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ। ଧାନ କିଣାରେ କୌଣସି ଅନିୟମିତତା ହୋଇନାହିଁ। ତେବେ ଲକ୍‌ଡାଉନ ପରେ ଧାନ କିଣା ହୋଇନାହିଁ କିମ୍ବା ପଇସା ପଇଠ ମଧ୍ୟ ହୋଇନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri