ପଞ୍ଚାୟତ ପରେ ହୋଇପାରେ ପୌର ଭୋଟ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇ ରବିବାର ସୁଦ୍ଧା ନାମାଙ୍କନ କାଏମ ତାଲିକା ପ୍ରକାଶ ପାଇସାରିଛି। ସବୁଦଳର ପ୍ରାର୍ଥୀ ତୃଣମୂଳସ୍ତରରୁ ଭୋଟ ହାତେଇବା ଲାଗି ନିଜର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି। ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୌର ଭୋଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ପଞ୍ଚାୟତ ଭୋଟ୍‌ ପରେ ପରେ ପୌର ଭୋଟ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷସୁଦ୍ଧା ଓ୍ବାର୍ଡ ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ, ମେୟର ଏବଂ ପୌରାଧ୍ୟକ୍ଷ ପଦବୀ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସରକାର ପ୍ରଦାନ କରିବେ। ଏପଟେ ବୁଥ୍‌ ଚିହ୍ନଟ ଏବଂ ଓ୍ବାର୍ଡଓ୍ବାରି ଭୋଟର ତାଲିକା ପ୍ରସ୍ତୁତି ଲାଗି ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ଏଭଳି ଚିଠି ପରେ ସହରାଞ୍ଚଳରେ ଭୋଟ ଖୁବ୍‌ଶୀଘ୍ର ହେବା ନେଇ ଆଶା ବଢ଼ିଛି।

ରାଜ୍ୟର ୧୦୭ ପୌର ପରିଷଦ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ହେବ। ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇସାରିଥିବା ବେଳେ ବର୍ତ୍ତମାନ ଆପତ୍ତି ଅଭିଯୋଗର ଶୁଣାଣି ଚାଲିଛି। ୨୦୨୨ ଜାନୁୟାରୀରେ ଚିଫ୍‌ ଇଲେକ୍ଟୋରାଲ ଅଫିସରଙ୍କ ପକ୍ଷରୁ ପ୍ରକାଶିତ ନିର୍ବାଚନମଣ୍ଡଳୀ ଓ୍ବାରି ଭୋଟର ଲିଷ୍ଟରୁ ଓ୍ବାର୍ଡଓ୍ବାରି ଭୋଟର ଲିଷ୍ଟ ତାଲିକା ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାଚନ ପ୍ରସ୍ତୁତି ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri