Posted inଫୁରସତ

ବିଶ୍ୱନାଥ ମୁଣ୍ଡିଆରୁ ଆସିଥିଲା ଅରୁଣସ୍ତମ୍ଭ ପାଇଁ ପଥର

ନୀଳଗିରିର ନିଧି ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ନୀଳଗିରିରୁ ପଥର ଆଣିବା ପାଇଁ। ଚାପରେ ଲଦି ସେ ପଥର ପହଞ୍ଚେଇବା ପରେ ଖର୍ଚ୍ଚ ବାବଦକୁ ସେକାଳରେ ଦିଆଯାଇଥିଲା ୧୦୨ ମାଢ଼ ସୁନା। ତେଣୁ ପଥର ପରିମାଣ, ପଥରକଟାଳି ଓ ପଥରବୁହାଳି ଅଧିକ ସଂଖ୍ୟକ ଥିଲେ ନିଶ୍ଚୟ। ନିଧି ପଟ୍ଟନାୟକ ପୂର୍ବରୁ ଚୁକ୍ତି କରିଥିଲେ ପଥର ଆଣି ଗଣ୍ଡରେ ପହଞ୍ଚାଇବେ। ଗଣ୍ଡରୁ ବୁହା ହେବାକୁ ପୁଣି ଖର୍ଚ୍ଚ ହୋଇଥିବ। ପଥର ଯୋଗାଇବା ପାଇଁ ସେ ୩୦୭୭ ମାଢ଼ ସୁନା ଅଗ୍ରିମ ନେଇଥିଲେ। ଏହାକୁ ମିଶାଇଲେ ବାରଥର କୋଣାର୍କକୁ ପଥର ଆସିଥିଲା।
ଅନୁସନ୍ଧାନରୁ ଜଣାପଡୁଛି ଶ୍ରୀମନ୍ଦିରର ସିଂହଦ୍ୱାରରେ ଶୋଭା ପାଉଥିବା ଶ୍ରୀ ଅରୁଣସ୍ତମ୍ଭ ନିର୍ମାଣ ପାଇଁ ବିଶ୍ୱନାଥ ମୁଣ୍ଡିଆରୁ ପଥର ଆସିଥିଲା। ଏବେ ଅରୁଣସ୍ତମ୍ଭ ସିଂହଦ୍ୱାରରେ ଶୋଭାପାଉଛି। ପ୍ରଥମେ ଶ୍ରୀପଦ୍ମକେଶର ମନ୍ଦିର, କୋଣାର୍କଠାରେ ଶ୍ରୀ ଅରୁଣସ୍ତମ୍ଭ ଶୋଭା ପାଉଥିଲେ। ୩୦ ହାତ ଲମ୍ବ ମୁଗୁନି ପଥର ଚାପରେ ଲଦାହୋଇ ଦୟାନଦୀରୁ ମହାନଦୀକୁ ଆସିଥିଲା। ମାତ୍ର ମୁଖ୍ୟ ଚାପଦଳେଇ ସିଧିଆ ଦଳାଇ ଚାପକୁ ନଈସୁଅରେ ସଳଖିବାରେ ବିଫଳ ହୋଇଗଲେ। ଚାପକୁ ସମ୍ଭାଳି ହେଲାନି। ବୁଡ଼ିଗଲା। ନିଜର ଭୁଲ ପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥିଲା। ତିନି ମାଢ଼ ସୁନା ଜରିମାନା ଦେଲେ ଏହି ଘଟଣା ଘଟିବାର ୫ମାସ ପରେ। ପାଇକ ଚଣ୍ଡସିଂହ ଜରିମାନା ଆଦାୟ କରି ମଣତି ଦେଇଥିଲେ ଭଣ୍ଡାରରେ।
ବର୍ତ୍ତମାନ ବିଶ୍ୱନାଥ ମୁଣ୍ଡିଆର କେତେକ ଅଂଶ ଆମେ ଅନୁସନ୍ଧାନ କରିଥିଲୁ। ମୁଗୁନି ପଥର ଥିଲା ବୋଲି ମନ ମାନିଲାନି। ଜଗଦଳପୁର ଆସି ପଚରାପଚାରି କଲୁ। ବୁଢ଼ାମାନେ କହିଲେ, ଏବେ ତ ମୁଣ୍ଡିଆ ଦେଖୁଛନ୍ତି ଆପଣ, ଯେବେ ଜଗଦଳ ପାହାଡ଼ ଭାବରେ ପରିଚିତ ଥିଲା ସେବେ ପାହାଡ଼ ଶ୍ରେଣୀ ଲମ୍ବିଥିଲା। ଐତିହ୍ୟ ଅଛି, ବିଶ୍ୱନାଥ ମୁଣ୍ଡିଆର ପୂର୍ବ ଦିଗକୁ ଚାରୋଟି ପାହାଡ଼ ଶ୍ରେଣୀ ଥିଲା। ବିଶ୍ୱନାଥ ମୁଣ୍ଡିଆ ଉଚ୍ଚର। ଫିରିଙ୍ଗୀ ଶାସନ ବେଳେ ବୋମା ପକାଇ ପଥର ସବୁ ନିଲାମଧାରୀମାନେ ମନଇଚ୍ଛା ବୋହିନେଲେ। ହାଲି ଦେଢ଼ଶହରୁ ଦୁଇଶହ ବର୍ଷ ତଳେ ପଦା ହୋଇଗଲା ବୋଲି ଆମେ ଶୁଣିଛୁ। ଆମେ ତଥ୍ୟ ସଂଗ୍ରହ କରି ଜାଣିଲୁ ତାହା ଜଗଦଳ ପାହାଡ଼ ଶ୍ରେଣୀ ଥିଲା। ବିଶ୍ୱନାଥ ମୁଣ୍ଡିଆ ଜଗଦଳ ପାହାଡ଼ର ଅନ୍ୟତମ ମୁଣ୍ଡିଆ। ବାବା ବିଶ୍ୱନାଥ ବିଜେ କରିଥିବାରୁ ମୁଣ୍ଡିଆକୁ ଲୁଟିନେଇ ଜମିଦାର ବୋଲାଇବା ସମ୍ଭବ ହୋଇନାହିଁ। ଏଠାରୁ କୋଣାର୍କକୁ ପଥର ଆସିଥିଲା ୧୩ଥର। ପୋଥି ବର୍ଣ୍ଣନା ଅନୁଯାୟୀ କେବଳ ପଥର ବାଛିବାକୁ ଯାଇଥିଲେ ୩୪୨ ଜଣ। ସେମାନେ ୭ଟି ଦଳରେ ବିଭକ୍ତ ହୋଇ ୭ଟି ପାହାଡ଼କୁ ଯାଇଥିଲେ। ପ୍ରତି ଦଳରେ ଜଣେ ଦଳପତି ରହୁଥିଲେ। ସେମାନେ ଯାଇଥିଲେ- କେରାଣ୍ଡିମାଳ, ଅରାଗଡ଼, ବିଶ୍ୱନାଥ, ଜଗଦଳ, ତାପଙ୍ଗମାଳ, ବାଣେଶ୍ୱର ଓ ନୀଳଗିରି।
ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚତ୍ବା ପରେ ସେଠାକାର ଗଡ଼ନାୟକ, ଖଣ୍ଡପାଳ ବା ରାଜା ମହାରାଜାମାନେ ସେମାନଙ୍କ ପାଇଁ ଶିବିର ବ୍ୟବସ୍ଥା କରୁଥିଲେ। ରହିବା ଓ ଖାଇବା ବ୍ୟବସ୍ଥା ଆଗ ହେଉଥିଲା। ଖର୍ଚ୍ଚ ଭରଣା ହେଉଥିଲା କୋଣାଦିତ୍ୟ ଭଣ୍ଡାରରୁ। ଉଦାହରଣ ସ୍ବରୂପ କେବଳ କେରାଣ୍ଡିମାଳର ବ୍ୟବସ୍ଥା ଆମେ ଉପସ୍ଥାପନ କରୁଛୁ। ସେଠାରେ ଦାୟିତ୍ୱ ନେଇଥିଲେ ସେଠାକାର ଜମିଦାର ‘କେରାଣ୍ଡିମାଳ ସୁବୁଦ୍ଧି’।
ସୁବୁଦ୍ଧି ଆପଣେ ଶିବିର ପାଇଁ ନେଲେ- ୭୦ ମାଢ଼ ସୁନା
ସୁବୁଦ୍ଧି ଆପଣେ ଖାଦ୍ୟ ବାବଦ ନେଲେ- ୦୪ ଭରଣ ଧାନ ଓ ୧୭ ଗୌଣି
ସୁବୁଦ୍ଧି ଆପଣେ ଲୁଗାପଟା ଅନ୍ୟାନ୍ୟ ବସ୍ତ୍ର ପାଇଁ- ୧୩ ମାଢ଼ ସୁନା
ସୁବୁଦ୍ଧି ଆପଣେ ପଥର ଫଟେଇବା ପାଇଁ ବାରୁଦ ବାବଦ ନେଲେ- ୦୭ ମାଢ଼ ସୁନା
ସୁବୁଦ୍ଧି ଆପଣେ ପଥର ଫଟେଇବାବାଲାଙ୍କ ପାଇଁ ନେଲେ- ୦୭ ମାଢ଼ ସୁନା
ସୁବୁଦ୍ଧି ଆପଣେ ୩୦ ଜଣ ପଥର କଟାଳି ଯୋଗାଇଥିଲେ। ସେ ବାବଦ ନେଲେ- ୧୩ ମାଢ଼ ସୁନା।
ଗୋଟିଏ ପାହାଡ଼ରୁ ପଥର ଆଣିବା ପାଇଁ ଖର୍ଚ୍ଚ ହେଲା ୧୧୦ ମାଢ଼ ସୁନା। ଏ ସବୁ ଗଜପତି ଯୋଗାଇଥିବା ଭଣ୍ଡାରରୁ ଦିଆଯାଇଥିଲା। ଆମେ ଏବେ ଆକଳନ କରିପାରିବା ପ୍ରାୟ (କିଛି କମିଥିବ, ନଇଲେ ବଢ଼ିଥିବ) ହାରାହାରି ସାତୋଟି ପାହାଡ଼ରୁ ପଥର ଆଣିବା ପାଇଁ ସେଇ ଅନୁପାତରେ ଖର୍ଚ୍ଚ ହୋଇଥିବ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?