ଆଧାରକାର୍ଡ ନ ଥିବାରୁ ପାଠପଢ଼ାରୁ ବଞ୍ଚିତ ଘଟଣା: ଖବର ପ୍ରକାଶ ପରେ ଛାତ୍ରୀଙ୍କ ପରିବାରଙ୍କୁ ଭେଟିଲେ ବିଇଓ, କହିଲେ…

ଗଞ୍ଜାମ, ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମର ଏସ ସୁରେନ୍ଦ୍ର ଦାସଙ୍କ ଝିଅ ମୋନାଲିସା ଦାସଙ୍କ ଆଧାରକାର୍ଡ ନ ଥିବାରୁ ପାଠ ପଢ଼ାରୁ ବଞ୍ଚିତ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ଏନେଇ ବୁଧବାର ବିଇଓ ପ୍ରଶନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗ୍ରାମରେ ପହଞ୍ଚି ସୁରେନ୍ଦ୍ରଙ୍କ ପରିବାରକୁ ଭେଟିବା ସହ ମୋନାଲିସାଙ୍କୁ ସ୍କୁଲରେ ଆଡମିଶନ ପାଇଁ ଡାକିଛନ୍ତି ବୋଲି ବାପା ସୁରେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ବିଡିଓ ଅଚ୍ୟୁତାନନ୍ଦ ଯାନୀ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାଁହାନ୍ତି ତା’ହେଲେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ଅନ୍ୟପଟେ ତହସିଲଦାର ସୁକାନ୍ତ ମିଶ୍ର ମଧ୍ୟ ଖବର ପ୍ରସାରଣ ପରେ କ୍ଷୋଭ ପ୍ରକାଶ କରିବା ସହ ଯାହା ଆବଶ୍ୟକ ସେଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି। ପ୍ରକାଶ ଯୋଗ୍ୟ, ସୁରେନ୍ଦ୍ର ଅତ୍ୟନ୍ତ ଗରିବ ଶ୍ରେଣୀର। ସେ ଘୁଷୁରୀ ପାଳନ କରି ପରିବାର ଚଳାନ୍ତି । ମୋନାଲିସାଙ୍କୁ ଦେଢ଼ ବର୍ଷ ହୋଇଥିବା ବେଳେ ମା’ ଆରପାରିକୁ ଚାଲିଗଲେ। ସେପଟେ ଦୁଃଖକଷ୍ଟରେ ବାପା ସୁରେନ୍ଦ୍ର ପୁଅ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ଜିଦ୍‌ରେ ଅଟଳ। ପୁଅ ସଞ୍ଜୟ ଦାସ ମାଟ୍ରିକରେ ଭଲ ମାର୍କ ରଖି ପାସ କରିବା ପରେ ବର୍ତ୍ତମାନ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି । ଝିଅ ମୋନାଲିସା ଅଷ୍ଟମ ପାସ କରିବା ପରେ ଆଧାରକାର୍ଡ ନ ଥିବାରୁ ତାଙ୍କୁ ଆଡମିଶନ ପାଇଁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ମୋନାଲିସା ଆଧାରକାର୍ଡ ପାଇଁ ଗତ ୧୯/୧୨/ ୨୦୨୧ରେ ଆବେଦନ କରିଥିଲେ । ଚାରିବର୍ଷ ହେବ ବାରମ୍ବାର ବ୍ଲକକୁ ଦୌଡୁଥିଲେ ମଧ୍ୟ ଆଧାରକାର୍ଡ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri