ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ଝିଅ ରୁଚିକା ଓ ପୁଅ ରୁଦ୍ରଙ୍କ ଶନିବାର ଭୋର ସମୟରେ ମୃତ୍ୟୁ ହୋଇଥିବା ବେଳେ ରାତିରେ ସ୍ତ୍ରୀ ରୁନୁବାଳାଙ୍କ ଜଗତ୍‌ପୁରସ୍ଥିତ ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି। ଗୋବିନ୍ଦ ମଧ୍ୟ ଉକ୍ତ ଚିକିତ୍ସାଳୟରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରବିବାର କଟକ ଖାଦ୍ୟ ଯାଞ୍ଚ ଅଧିକାରୀ ଦିଲୀପ ତରାଇଙ୍କ ସମେତ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ଜନସ୍ବାସ୍ଥ୍ୟ ଅଧିକାରୀ ଶରତ ଚନ୍ଦ୍ର ଖୁଣ୍ଟିଆ, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ରତ୍ନାପ୍ରଭା ଆଚାର୍ଯ୍ୟ, ଆଇସିୟୁ ଡାକ୍ତର ଉଦୟ ରଞ୍ଜନ ଦାଶ ଓ କର୍ମଚାରୀ ନୀଳମଣି ସାହୁ ପ୍ରମୁଖ ବୀରବରପୁର ଗ୍ରାମରେ ପହଞ୍ଚତ୍ ଗୋବିନ୍ଦଙ୍କ ଘରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ପାରିପାର୍ଶ୍ୱିକସ୍ଥିତି ଯାଞ୍ଚ କରିଛନ୍ତି। ଏହି ସମୟରେ ଘଟଣାସ୍ଥଳରେ ବଡ଼ମ୍ବା ଥାନା ଓ ମାଣିଆବନ୍ଧ ଫାଣ୍ଡି ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ ଅପରାହ୍ନରେ କଟକରୁ ରୁନୁବାଳାଙ୍କ ମୃତଦେହ ଗଁାକୁ ଅଣାଯିବା ପରେ ଗ୍ରାମବାସୀଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଝିଅ ଓ ପୁଅଙ୍କ ଜୁଇରୁ ନିଆଁ ଲିଭି ନ ଥିବା ବେଳେ ମା’ର ଜୁଇ ଜଳିବା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ସୂଚନାଥାଉ କି, ଗୋବିନ୍ଦଙ୍କ ପରିବାର ଲୋକେ ଗୁରୁବାର ରାତିରେ ଘରେ ତିଆରି କରିଥିବା ଚାଟ୍‌ ସହ ଆଉ କିଛି ଖାଦ୍ୟ ମଧ୍ୟ ଖାଇଥିଲେ। ଏହା ବିଷାକ୍ତ ହୋଇଯିବା ଯୋଗୁ ପ୍ରଥମେ ପୁଅ, ଝିଅ ଏବଂ ପରେ ମା’ବାପାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏନେଇ ସେମାନେ ପ୍ରଥମେ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ରୁନୁବାଳା ଓ ଗୋବିନ୍ଦ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୨ ପିଲାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଭୟ ପିଲାଙ୍କ ମୃତ୍ୟୁ ପରେ ଗୁରୁତର ଥିବା ମା’ ବାପାଙ୍କୁ ସିଟି ହସ୍ପିଟାଲରୁ ଜଗତ୍‌ପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀରେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri