ଅବଧି ଶେଷ ପରେ ବି ସରୁନି ରାସ୍ତା ନିର୍ମାଣ

ଚଣ୍ଡିଖୋଲ,୯ା୪(ଡି.ଏନ.ଏ.): ମାତ୍ର ୩ ବର୍ଷ ହେବ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତା ନିର୍ମାଣ ଆଳରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ଲୁଟ୍‌ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୈରୀ-ଚଣ୍ଡିଖୋଲ ହାଇଲେଭଲ କେନାଲ ବନ୍ଧ ରାସ୍ତାରେ। ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଓ ବଡ଼ଚଣା ସବ୍‌ଡିଭିଜନରେ ରହିଛି ଏହି ରାସ୍ତା। ରାସ୍ତାରେ ୫୦ରୁ ଊଦ୍ଧର୍‌ବ ଗୁପ୍ତ ଟେଣ୍ଡର କରି ୧.୫ କୋଟିରୁ ଊଦ୍ଧର୍‌ବ ଟଙ୍କା ହରିଲୁଟ ହୋଇଥିବା ଜଣାପଡ଼ିଛି। ହେଲେ ଅବଧି ଶେଷ ହୋଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇ ପାରିନାହିଁ।
ପୂର୍ବରୁ ହାଇଲେଭଲ କେନାଲ ବନ୍ଧ ରାସ୍ତାଟି ଜାରକା ଜଳ ସମ୍ପଦ ବିଭାଗ ଅଧୀନରେ ଥିଲା। ୨୦୧୬ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ନାବାର୍ଡ ସହାୟତାରେ ଏହି ରାସ୍ତା ପିଚୁ କରାଯାଇଥିଲା। ପରେ ଏହାକୁ ଉନ୍ନତମାନର ରାସ୍ତାରେ ପରିଣତ ପାଇଁ ୨୦୧୯ ଡିସେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ କେତେଜଣ ବିଭାଗୀୟ ଅଧିକାରୀ ରାସ୍ତା ନିର୍ମାଣ ବଦଳରେ କିପରି ଲୁଟ କରିହେବ ସେହି ଯୋଜନା ପ୍ରସ୍ତୁତ କରିଥିଲେ। ୫ ଲକ୍ଷ ଟଙ୍କାରୁ କମ୍‌ କରି ଗୁପ୍ତ ଟେଣ୍ଡର ଜରିଆରେ ମରାମତି କାମ ଆଳରେ ଲୁଟିବା ଯୋଜନା କରିଥିଲେ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରଥମେ ୨୦୨୦ ଫେବୃୟାରୀ ୧୫ରେ ୨ ଲକ୍ଷ ୫୪ ହଜାର ୮୫୦ ଟଙ୍କା, ମାର୍ଚ୍ଚ ୬ରେ ୨ ଲକ୍ଷ ୯୨ ହଜାର ୮୮୬ ଟଙ୍କା, ୨ ଲକ୍ଷ ୫୬ ହଜାର ୮୧୩ ଟଙ୍କା, ୧ ଲକ୍ଷ ୯୭ ହଜାର ୪୦ ଟଙ୍କା, ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୭ ତାରିଖରେ ୧ ଲକ୍ଷ ୮୨ ହଜାର ୨୩ ଟଙ୍କା, ୧ ଲକ୍ଷ ୮୫ ହଜାର ୪୪ ଟଙ୍କା, ୨ ଲକ୍ଷ ୫୦ ହଜାର ୫୧୫ ଟଙ୍କାର ଗୁପ୍ତ ଟେଣ୍ଡର ହୋଇଛି। ପୁନର୍ବାର ସେହି ମାର୍ଚ୍ଚ ୧୫ରେ ୨ ଲକ୍ଷ ୫୪ ହଜାର ୮୫୦ ଟଙ୍କା, ଅଗଷ୍ଟ ୧୩ରେ ୩ ଲକ୍ଷ ୫୧ ହଜାର ୨୬୯ ଟଙ୍କା, ୨୦୨୧ ଜାନୁୟାରୀ ୧୩ରେ ୪ ଲକ୍ଷ ୮୮ ହଜାର ୨୮୭ ଟଙ୍କା, ସେହି ମାସ ୨୨ରେ ୪ ଲକ୍ଷ ୭୫ ହଜାର ୩୨୦ ଟଙ୍କା, ୩ ଲକ୍ଷ ୬୦ ହଜାର ୬୦୦ ଟଙ୍କା, ୪ ଲକ୍ଷ ୪୩ ହଜାର ୭୮୫ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।
ସେହି ବର୍ଷ ଫେବୃୟାରୀ ୨ରେ ୪ ଲକ୍ଷ ୧୬ ହଜାର ୬୬ ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୩୭ ହଜାର ୩୮ ଟଙ୍କା, ୩ ଲକ୍ଷ ୯୫ ହଜାର ୪୩୫ ଟଙ୍କା, ପୁନର୍ବାର ସେହିବର୍ଷ ନଭେମ୍ବର ୧ ରେ ୨ ଲକ୍ଷ ୯୧ ହଜାର ୪୩୨ ଟଙ୍କା, ୨୫ ତାରିଖରେ ୧୫ ଲକ୍ଷ ୧୮ ହଜାର ୨୮୨ ଟଙ୍କାର ଟେଣ୍ଡର ହୋଇଛି।
ଏହାପରେ ସମ୍ପୃକ୍ତ ରାସ୍ତାକୁ ୨୦୨୧ ଡିସେମ୍ବରରେ ଦୁଇ ଭାଗ କରି ଟେଣ୍ଡର କରାଗଲା। ବୈରୀଠାରୁ ଖଇରା ପର୍ଯ୍ୟନ୍ତ ୬ କି.ମି. ୬୦୦ ମିଟର ରାସ୍ତା ପାଇଁ ୯ କୋଟି ୯୩ ଲକ୍ଷ ୫୮ ହଜାର ୩୭୬ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହା ୯ ମାସ ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ସୁଦ୍ଧା କାମ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଲା। ଏହାମଧ୍ୟରେ ଅବଧି ଶେଷ ହୋଇଥିଲାବେଳେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଟେଣ୍ଡର ପ୍ରକ୍ରିୟା ପରେ ମଧ୍ୟ ଗୁପ୍ତ ଟେଣ୍ଡର ବନ୍ଦ ହୋଇନାହିଁ।
ତଥ୍ୟ ଅନୁଯାୟୀ, ଟେଣ୍ଡର ପରେ ଡିସେମ୍ବର ୧୫ରେ ୪ ଲକ୍ଷ ୪୦ ହଜାର ୯୩୩ ଟଙ୍କା, ୩ ଲକ୍ଷ ୯୮ ହଜାର ୩୬୨ ଟଙ୍କା, ୨୦୨୨ ଜାନୁୟରୀ ୭ରେ ୪ ଲକ୍ଷ ୪୯ ହଜାର ୯୯୧ ଟଙ୍କା, ୪ ଲକ୍ଷ ୪୨ ହଜାର ୭୮୨ ଟଙ୍କା, ୩ ଲକ୍ଷ ୯୯ ହଜାର ୯୧୩ ଟଙ୍କା, ସେହି ମାସ ୧୦ ତାରିଖରେ ୩ ଲକ୍ଷ ୮ ହଜାର ୯୪୪ ଟଙ୍କା, ମାର୍ଚ୍ଚ ୪ରେ ୪ ଲକ୍ଷ ୨୪ ହଜାର ୨୨୨ ଟଙ୍କା, ୨୧ ତାରିଖରେ ୪ ଲକ୍ଷ ୬୦ ହଜାର ୭୯୬ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି।
ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ରାସ୍ତାରେ ଗୁପ୍ତଟେଣ୍ଡର ଜରିଆରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ହଡ଼ପ କରିଥିବା ଜଣାପଡିଛି। ତୁରନ୍ତ ଏ ସମ୍ପର୍କରେ ତଦନ୍ତ କରି ଯେଉଁମାନେ ଦୁର୍ନୀତିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତା ମରାମତି କାର୍ଯ୍ୟରେ କୌଣସି ଅନିୟମିତତା ହୋଇନାହିଁ। ଏବେ ଯେଉଁ କାର୍ଯ୍ୟ ଚାଲିଛି ଖୁବ୍‌ଶୀଘ୍ର ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri