Posted inଜାତୀୟ

ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ…

ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍‌କର ଲାଗିଛି। ଫଳାଫଳ ଏପରି ରହିଛି କି, ଦଳ ବିରୋଧୀ ଦଳ ହେବାକୁ ସଂଖ୍ୟା ଜୁଟାଇ ପାରିନାହିଁ।

ମଙ୍ଗଳବାର ମୁମ୍ବାଇରେ ଏକ ସଭାରେ ଶିବସେନା (ଉଦ୍ଧବଗୋଷ୍ଠୀ) ଦଳର ମୁଖ୍ୟ ଉଦ୍ଧବ ଠାକରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା କଂଗ୍ରେସ ସହ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇଛି। ଭବିଷ୍ୟତରେ ନିର୍ବାଚନ ହେଲେ ଦଳ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇପାରେ ବୋଲି ସେ ବୈଠକରେ କହିଛନ୍ତି। ଏହି ସମୟରେ ସେ ଦଳର ସଦସ୍ୟମାନଙ୍କୁ ଶିବସେନା (ୟୁବିଟି) ର ହିନ୍ଦୁତ୍ୱବାଦୀ ଭାବବାଦ ଉପରେ ଉଠୁଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରିବାକୁ ଏବଂ ଶିନ୍ଦେ ଦଳର ଦାବିକୁ ବିରୋଧ କରିବାକୁ କହିଥିଲେ।

ଉଦ୍ଧବ ବୈଠକରେ ପୂର୍ବତନ ତଥା ଆଶାୟୀ କର୍ପୋରେଟରମାନଙ୍କୁ ସମ୍ବୋଧିତ କରିଥିଲେ। ଏନେଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ବିଏମସି, ଯାହା ଭାରତର ସବୁଠାରୁ ଧନୀ ସ୍ବାୟତ ସଂସ୍ଥା ଭାବେ ପରିଗଣିତ। ଶିବସେନା ଏହାକୁ ୨୫ ବର୍ଷ ଧରି ନିୟନ୍ତ୍ରଣ କରିଥିଲେ। ବର୍ତ୍ତମାନ ଶିିନ୍ଦେ ଦଳ ମହା ବିକାଶ ଆଗାଡିର ୪୭ଜଣ ପୂର୍ବତନ କର୍ପୋରେଟରଙ୍କୁ ନିଜ ପକ୍ଷକୁ ନେଇଛନ୍ତି। କହିରଖୁଛୁ କି, ମୁମ୍ବାଇରେ ବିଏମସି ନିର୍ବାଚନ ୩ ବର୍ଷ ବିଳମ୍ବରେ ହେବାକୁ ଯାଉଛି, ଯାହା ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ୨୦୨୫ରେ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳାଇଲାମଙ୍କ ଜୀବନପ୍ରତି ବିପଦ, ସୁରକ୍ଷା ବଢାଇଲେ ସରକାର

ନୂଆଦିଲ୍ଲୀ,୧୩।୨: ଗୁରୁବାର ଗୃହ ମନ୍ତ୍ରଣାଳୟ (MHA) ଗୋଇନ୍ଦା ସୂଚନା ପାଇ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଜେଡ୍-ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା...

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ...

Video: ଡ୍ରାଇଭିଂ ବେଳେ ଲାପ୍‌ଟପ୍‌ରେ କାମ କରିଲେ ମହିଳା, ଏପରି ପ୍ରତିକ୍ରିୟା ଦେଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ,୧୩।୨: ପୂର୍ବରୁ ବେଙ୍ଗାଲୁରୁ ଟ୍ରାଫିକରେ ଫସି ରହିଥିବା କର୍ମଜୀବିମାନେ ଅନଲାଇନ୍ ବୈଠକରେ ଯୋଗଦେବାର ଦେଖିଥିବେ। ଏବେ ବେଙ୍ଗାଲୁରୁର ଜଣେ ମହିଳା ସହରର ଟ୍ରାଫିକରେ ଗାଡ଼ି ଚଲାଇବା...

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି...

ମାସକୁ ଏତେଲକ୍ଷ ଦରମା ପାଆନ୍ତି Rahul Gandhi , ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଅଛି ୬ଗୁଣା ଅଧିକ ସମ୍ପତ୍ତି

ନୂଆଦିଲ୍ଲୀ,୧୩।୨: ଏବେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି Rahul Gandhi। ଉତ୍ତରପ୍ରଦେଶର ରାୟବରେଲିର ଏମପି ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ...

ବଦଳିଗଲା FASTag ନିୟମ, ଟୋଲ୍ ପ୍ଲାଜାରେ ରିଜେକ୍ଟ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୩।୨: FASTag ପାଇଁ NPCI ନୂଆ ନିୟମ ଜାରି କରିଛି। ଯାହା ୧୭ ଫେବୃଆରୀ ୨୦୨୫ ରୁ ଲାଗୁ ହେବ। ଏହି ନିୟମ FASTag ବାଲାନ୍ସ...

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ, ଜାଣନ୍ତୁ ଏହି ସମୟରେ କେଉଁମାନେ ଦିଅନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତ ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ “india 1” ପ୍ୟାରିସ...

‘ଯଦି ମୋ’ ପତ୍ନୀ ପାକିସ୍ତାନର ISI ଏଜେଣ୍ଟ, ତେବେ ମୁଁ ଭାରତର RAW ଏଜେଣ୍ଟ…’ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କାହିଁକି ଏଭଳି ଜବାବ ଦେଲେ ଗୌରବ ଗୋଗୋଇ

ନୂଆଦିଲ୍ଲୀ,୧୩।୨:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ବିରୋଧରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ମହିଳାଙ୍କୁ ବିବାହ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri