କୁଲଡ଼ିହାରେ ପୁଣି ଏକ ଦନ୍ତା ଅସୁସ୍ଥ, ଚିନ୍ତାରେ ବନବିଭାଗ

ନୀଳଗିରି,୨।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଗତ ରବିବାର ଏକ ମାଈ ହାତୀର ମୃତ୍ୟୁ ପରେ ଅନ୍ୟ ଏକ ଦନ୍ତା ଅସୁସ୍ଥ ହେବା ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି। ଦନ୍ତାର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି। ହାତୀକୁ କୁଲଡିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ନିକଟ ଖୁମକୁଟ ପାଖରେ ପ୍ରାଣୀ ଚିକିତ୍ସକ ଡା. ମୁକ୍ତିକାନ୍ତ ସେଠୀଙ୍କ ଦ୍ୱାରା ଚିକିତ୍ସା କରାଯାଉଛି। ଦନ୍ତା ହାତୀର ଅସୁସ୍ଥ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବୁଧବାର ଶିମିଳିପାଳରୁ ଆସିଥିବା (ଡବ୍ଲ୍ୟୁଟିଆଇ) ୱାଇଲ୍ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ତେବେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ୬ଟି ହାତୀର ମୃତ୍ୟୁ ହୋଇସାରିଲାଣି। ଅଭୟାରଣ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ଥିବା ବେଳେ ୧୪ମାସରେ ୬ଟି ହାତୀର ମୃତ୍ୟୁ ଘଟଣା ପରିବେଶବିତ୍‌, ପ୍ରକୃତିପ୍ରେମୀ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ସୂଚନାଥାଉ କି, କୁଲଡ଼ିହା ଅଭୟାରଣ୍ୟରେ ଗତ ୧୪ମାସ ମଧ୍ୟରେ ମୋଟ ୬ଟି ହାତୀର ମୃତ୍ୟୁ ହୋଇଛି। ଜାନୁୟାରୀ ୧୫ରେ କୁଲଡ଼ିହା ଅଭୟାରଣ୍ୟ ଅଧୀନ ମଙ୍ଗଳପୁର ବିଟ୍‌ ହାତୀକୁଲିଆ ସେକ୍ସନ ଅଞ୍ଚଳରୁ ଏକ ମାଈ ହାତୀର ଗଳିତ ମୃତଦେହ ମିଳିଥିଲା। ସେହିପରି ମାର୍ଚ୍ଚ ୨୦ରେ ତେଣ୍ଡା ସଂରକ୍ଷିତ ଜଙ୍ଗଲ ଗୁହାଳିଆ ନିକଟରୁ ଏକ ମାଈ ହାତୀ, ଜୁଲାଇ ୧୮ରେ ନୀଳଗିରି ଉପଖଣ୍ଡ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରୁ ଏକ ଦନ୍ତା, ଜୁଲାଇ ୨୭ରେ ଚେମଚଟା ଜଙ୍ଗଲରୁ ଏକ ହାତୀଛୁଆ, ଡିସେମ୍ବର ୧୦ରେ କୁଲଡ଼ିହା ଅଭୟାରଣ୍ୟ ବାବନ୍ଧ ଫରେଷ୍ଟ ବିଟ୍‌ ଅଧୀନ ସିଆଡ଼ିମାଳ ପଞ୍ଚାୟତ କଦମଶୋଳଠାରେ ଏକ ମାଈ ହାତୀ, ଫେବୃୟାରୀ ୨୭ରେ କୁଲଡ଼ିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ୱର ବିଟ୍‌ ନିକଟ ବଡ଼ମ୍ବା ଠାକୁରାଣୀ ନିକଟ ଜଙ୍ଗଲ ଭିତରେ ଏକ ୪ ବର୍ଷର ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri