ଶଙ୍ଖ ମୋ ଗର୍ବ ପରେ ଏବେ ବିଜେଡିର ଜୟ ଜଗନ୍ନାଥ

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ବିଜେଡି ନେତାଙ୍କ ମୁହଁରେ ଏବେ ଜୟ ଜଗନ୍ନାଥ ନାରା। ଶଙ୍ଖ ମୋର ଗର୍ବ ପରେ ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ସୋସିଆଲ ମିଡିଆରେ ବିଜେଡି କ୍ୟାମ୍ପେନ୍‌ ଆରମ୍ଭ କରିଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ସୋସିଆଲ ମିଡିଆରେ ଜୟ ଜଗନ୍ନାଥ ଶେୟାର କରିବା ପରେ ଦଳର ସମସ୍ତ ନେତା ସୋସିଆଲ ମିଡିଆରେ ଜୟ ଜଗନ୍ନାଥ କହି ଭିଡିଓ ଶେୟାର କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଶଙ୍ଖ ମୋ ଗର୍ବ ଜରିଆରେ ଦଳର ନେତା ଏହି କ୍ୟାମ୍ପେନ୍‌ ଚଳାଇଥିଲେ। ଏବେ ଜୟ ଜଗନ୍ନାଥର ନାରା ଦଳର ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଭାବପ୍ରବଣତା ବଢ଼ାଇବା ପାଇଁ ବିଜେଡି ଏହି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି।
ଏହି ନାରାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ବିଜେଡି ନାରାକୁ କାଉଣ୍ଟର କରି ଭାଜପା ନେତାମାନେ କହୁଛନ୍ତି, ଆମର ଜୟ ଜଗନ୍ନାଥ ଆଉ ଜୟ ଶ୍ରୀରାମ। ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ଜୟ ଜଗନ୍ନାଥ ଆମର, ଜୟ ଶ୍ରୀରାମ ବି ଆମର।
ଅନ୍ୟପକ୍ଷରେ ବିଜେଡିର ଏହି କ୍ୟାମ୍ପେନ୍‌କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କଟାକ୍ଷ କରିଛନ୍ତି। ସେ କହିଛନ୍ତି, ସେମାନେ କହୁଥିଲେ ଶଙ୍ଖ ମୋ ଗର୍ବ, ମୁଁ କହିଲି ଜଗନ୍ନାଥ ଆମର ଗର୍ବ। ସେମାନେ ମୋ କଥାକୁ ଅନୁକରଣ କରିଛନ୍ତି। ଆଗରୁ ଦେଖିଲେ ନମସ୍କାର କରୁଥିଲେ। କିନ୍ତୁ ଏବେ ଦେଖିଲେ ଆଉ ନମସ୍କାର କରୁନାହାନ୍ତି ବରଂ ଜୟ ଜଗନ୍ନାଥ କହୁଛନ୍ତି। ବିଜେଡି ଦଳର ନେତାମାନେ ସ୍ବର ବଦଳାଉଛନ୍ତି। ଏଥିରୁ ବୁଝିବା ଦରକାର କ’ଣ ଚାଲିଛି। ଦିନକୁ ଦିନ ଭାଜପା-ବିଜେଡି ଏକ ହେଉଛନ୍ତି। ଏଠି ପରସ୍ପର ବିରୋଧରେ ଆକ୍ରମଣ ମୁଦ୍ରାରେ ନଜର ଆସୁଛନ୍ତି। କିନ୍ତୁ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ଦୁଇଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏମାନେ ଏଠି ଗୋଟେ, ଦିଲ୍ଲୀରେ ଆଉ ଗୋଟେ ରୂପରେ ନଜର ଆସୁଛନ୍ତି ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri