ଅପହରଣ ପରେ ଆକ୍ରମଣ କରି ଲୁଟିଲେ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ରାତି ହେଲେ ଖଣ୍ଡଗିରି ଥାନା ଅଞ୍ଚଳରେ ଚାଲୁଛି ନିଶାଡ଼ି ଓ ଲୁଟେରାଙ୍କ ରାଜ୍‌। ଗତ ସପ୍ତାହରେ ଆନ୍ଧ୍ରରୁ ଆଳୁ ନେଇ ଆସିଥିବା ଟ୍ରକ୍‌ ଡ୍ରାଇଭରଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ଗୁରୁବାର ରାତିରେ ଆଉଏକ ବଡ଼ଧରଣର ଘଟଣା ଘଟାଇଛନ୍ତି ଲୁଟେରା। ବନ୍ଧୁକ ଦେଖାଇ ଦୁଇଜଣଙ୍କୁ ଅପହରଣ କରି ନେବା ପରେ କାର୍‌ ଭିତରେ ନାନା ନିର୍ଯାତନା ଦେଇ ଫିଙ୍ଗି ଦେଇଛନ୍ତି। ତେବେ ଲୁଟେରାମାନେ ବନ୍ଧୁକ ହ୍ୟାଣ୍ଡ୍‌ଗ୍ରିପ୍‌ରେ ସେମାନଙ୍କ ମୁଣ୍ଡକୁ ଛେଚି ଦେବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିସହ କାନ, ଗାଲ ଓ ତଣ୍ଟିକୁ କାମୁଡ଼ି ଦେଇଥିବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ରସୁଲଗଡ଼ ଅଞ୍ଚଳରେ ରହୁଥିବା ତରଣୀସେନ୍‌ ଧାରୁଆ ଏକ ଏନ୍‌ଜିଓରେ କାର୍ଯ୍ୟ କରନ୍ତି। ତାଙ୍କର ଜଣେ ସାଙ୍ଗଙ୍କ ମା’ କ୍ୟାନ୍‌ସରରେ ପୀଡିତ ହୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ଆଣିବା ଜରୁରୀ ଥିବାରୁ ସେ ତରଣୀଙ୍କ ସହାୟତା ଲୋଡ଼ିଥିଲେ। ଏଥିପାଇଁ ସେମାନେ ଗୁରୁବାର ରାତିରେ ଏମ୍‌ସ ଯାଇ ବୁଝାବୁଝି କରି ଫେରୁଥିଲେ। ରାତି ପ୍ରାୟ ସାଢେ ୧୨ଟାରେ ଖଣ୍ଡଗିରି ଓଭରବ୍ରିଜ୍‌ ପୂର୍ବରୁ ଜାତୀୟ ରାଜପଥରେ ଅଟକି ରହିଥିବା କ ଧଳା ରଙ୍ଗର ମାରୁତି ସୁଇଫ୍ଟରେ କେତେଜଣ ବ୍ୟକ୍ତି ସେମାନଙ୍କୁ ଭରତପୁର ଯିବାକୁ ରାସ୍ତା ପଚାରିଥିଲେ। ସେମାନେ ବାଇକ ରଖି ରାସ୍ତା ଦେଖାଉଥିବାବେଳେ ହଠାତ ଦୁର୍ବୃତ୍ତମାନେ କାରରୁ ଓହ୍ଲାଇ ଦୁଇଜଣଙ୍କୁ କାବୁ କରିନେଇଥିଲେ। ମୁଣ୍ଡରେ ପିସ୍ତଲ ଲଗାଇ ବାଇକ ଚାବି ଫିଙ୍ଗି କାରରେ ଅପହରଣ କରିନେଇଥିଲେ। କାର ଭିତରେ ଧାରୁଆ ଅସ୍ତ୍ରରେ ତରଣୀ ଓ ସହଯୋଗୀଙ୍କୁ ଆକ୍ରମଣ କରି ପାଖରେ ଥିବା ୩ ହଜାର ଟଙ୍କା, ମୋବଇଲ ଫୋନ୍‌ ଓ ଅନ୍ୟ ସାମଗ୍ରୀ ଛଡ଼ାଇ ନେଇଥିଲେ। ଏଟିଏମ୍‌ ପାସ୍‌ଓ୍ବାର୍ଡ ଓ ମୋବାଇଲ୍‌ ଫୋନ୍‌ ସିକ୍ରେଟ ନମ୍ବର ନ କହିବାରୁ ତରଣୀଙ୍କୁ ନାନା ନିର୍ଯାତନା ଦେଇଥିଲେ। ଶେଷରେ ଦୁଇଜଣଙ୍କୁ ବାରମୁଣ୍ଡା ବସଷ୍ଟାଣ୍ଡ୍‌ ନିକଟରେ କାର୍‌ରୁ ଫୋପାଡି ଫେରାର ହୋଇଯାଇଥିଲେ। ଦୁଇଜଣ ବହୁ କଷ୍ଟରେ କିଛିବାଟ ଚାଲିଚାଲି ଆସିବା ପରେ ବନ୍ଧୁମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ଶୁକ୍ରବାର ସକାଳେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri