ପୁଅ ପଛେ ପଛେ ଚାଲିଗଲେ ମା’

ଭୁବନେଶ୍ୱର,୧୭।୪(ବ୍ୟୁରୋ): କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣିଙ୍କ ଶନିବାର ପରଲୋକ ଘଟିଛି। ପୁଅ ଆଖିବୁଜିବାର ୪ ଦିନ ପରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, କ୍ଷେତ୍ରମଣିଙ୍କ ହୃଦଘାତ ସମସ୍ୟା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ତେବେ କୋଭିଡ ନିୟମ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକେ କହିଛନ୍ତି। ସୂଚନା ମୁତାବକ ୪ ଦିନ ତଳେ କଂଗ୍ରେସର ପିପିଲି ପାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ଘଟିଥିଲା। ତାଙ୍କ ମୃତ୍ୟୁ ପାଇଁ ଏବେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଛି।