ବାଲିଅନ୍ତା ଘଟଣାର ସମୀକ୍ଷା ପରେ ମୁହଁ ଖୋଲିଲେ ପୋଲିସ ଡିଜିପି, କହିଲେ…

ଭୁବନେଶ୍ୱର,୧୦।୫: ବାଲିଅନ୍ତା ଏବଂ ବାଲିପାଟଣା ଘଟଣାର ସମୀକ୍ଷା ପରେ ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ ବଡ଼ ବୟାନ ଦେଇଛନ୍ତି। ୩ରୁ ୪ ଦିନ ହେଲା ବାଲିଅନ୍ତା ଘଟଣାକୁ ନେଇ ଲୋକଙ୍କ ମନରେ ଆଶଙ୍କା ସାମ୍ନାକୁ ଆସିଥିଲା। କମିଶନରେଟ ପୋଲିସ କିଭଳି ଲୋକଙ୍କ ଆସ୍ଥାଭାଜନ ହେବ ସେ ନେଇ ଭୁବନେଶ୍ୱର ପୋଲିସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।

ବୈଠକରେ କମିଶନରେଟ ପୋଲିସ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛି। ଏପରି କି ପୋଲିସ ଉପରେ ଲୋକଙ୍କ ପୂରା ଭରସା ରହିଛି। ଅତୀତରେ କମିଶନରେଟ ପୋଲିସ ଭଲ କାମ କରିବାର ନଜିର ସୃଷ୍ଟି କରିଛନ୍ତି। ବାଲିଅନ୍ତା ଘଟଣା ପୋଲିସ ବିଭାଗ ଉପରେ ଧ୍ୟାନ ଦେବାକୁ ବାଧ୍ୟ କରିଛି। ଯଦି କିଛି ତ୍ରୁଟି ଥାଏ ସୁଧାରିବୁ। ଏପରିକି ଦରକାର ହେଲେ ଅପଗ୍ରେଡ କରିବୁ। ଅନ୍ୟପକ୍ଷେ ଲୋକଙ୍କ ସୁରକ୍ଷା ପାଇଁ ସରକାର ପୋଲିସକୁ ସବୁ ଯୋଗାଇ ଦେଇଥିବା ଡିଜିପି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ସୌମ୍ୟ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୪ ଜଣ ପୋଲିସ ଅଧିକାରୀଙ୍କୁ ନିଳମ୍ବିତ କରାଯାଇଛି। ଏଥିରେ ଜଣେ SI, ଜଣେ ASI, ଜଣେ କନେଷ୍ଟବଳ ନିଳମ୍ବିତ ହୋଇଛନ୍ତି। ଏପରିକି ଜଣେ ଓଏପିଏଫ କର୍ମଚାରୀ ମଧ୍ୟ ନିଲମ୍ବତ ହୋଇଛନ୍ତି। ଅନ୍ୟପକ୍ଷେ ୨ଜଣ ହୋମଗାର୍ଡଙ୍କୁ ଚାକିରିରୁ ଅବ୍ୟାହତି ପାଇଁ ନୋଟିସ ଦିଆଯାଇଛି। ଏହି ମାମଲାରେ ବାଲିଅନ୍ତା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ଥାନା ଅଧିକାରୀ ଅନିଲ ପରିଡ଼ାଙ୍କୁ ପୋଲସ ମୁଖ୍ୟାଳୟକୁ ବଦଳି କରାଯାଇ

Share