୯ଶହ ବୀମାଧାରୀଙ୍କ ମଧ୍ୟରେ ୨୧ଜଣ ପରୀକ୍ଷାର୍ଥୀ: ସରିଲା ରିମାଣ୍ଡ, ଜେଲ ଫେରିଲେ କୋଟିପତି ବିରଞ୍ଚି

ଭୁବନେଶ୍ୱର,୭।୮(ବ୍ୟୁରୋ): ବହୁ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନାରାୟଣ ସାହୁଙ୍କ ରିମାଣ୍ଡ ଅବଧି ଶୁକ୍ରବାର ଶେଷ ହୋଇଛି। ଭିଜିଲାନ୍ସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଏହି ମାମଲାରେ ଓଏସ୍‌ଏସ୍‌ସି ନିଯୁକ୍ତି ଲିଙ୍କ୍‌ ରହିଥିବା ନେଇ ଅଭିଯୋଗ ଉଠୁଥିବାବେଳେ ଜେରାବେଳେ ବିପୁଳ ସମ୍ପତ୍ତି ଠୁଳ ପଛରେ ଆଉଏକ ଖିଅ ମିଳିଛି। ତେବେ ଜେରା ସଂକ୍ରାନ୍ତରେ ଭିଜିଲାନ୍ସ ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କହିଛି ଯେ, ଚାକିରି ବ୍ୟତୀତ ବିରଞ୍ଚତ୍ ୨୦୦୯ରୁ ତାଙ୍କ ସ୍ତ୍ରୀଙ୍କ ନାମରେ ଇନ୍‌ସ୍ୟୁରାନ୍ସ ବ୍ୟବସାୟ ଚଲାଉଥିଲେ। ଯେଉଁଥିରେ ସେ ଏପର୍ଯ୍ୟନ୍ତ ୯ଶହ ଜଣଙ୍କୁ ଜୀବନବୀମା କରାଇଛନ୍ତି। ଯେଉଁମାନେ ଜୀବନ ବୀମା କରିଛନ୍ତି ସେମାନେ ଓଏସ୍‌ଏସିସିର ବିଭିନ୍ନ ପରୀକ୍ଷା ଦେଇଥିବା ସନ୍ଦେହ କରାଯାଉଛି। ବିରଞ୍ଚତ୍ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜୀବନ ବୀମା କରାଇଥିବା ଜେରା ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଛି। ବୀମା କରିଥିବା ୯ଶହ ଜଣଙ୍କ ମଧ୍ୟରୁ ୨୧ଜଣ ପରିକ୍ଷାର୍ଥୀ ଥିବା ଜଣାପଡିଛି। ଅନ୍ୟ ବୀମାଧାରୀଙ୍କ ସମ୍ବନ୍ଧରେ ଖୋଳତାଡ କରାଯାଉଛି। ତେବେ ସେ କରିଥିବା ଇନ୍‌ସ୍ୟୁରାନ୍ସ ପଲିସିରେ କେତେ କମିଶନ ପାଇଛନ୍ତି, ଟ୍ୟାକ୍ସ ଦେଉଥିଲେ କି ନାହିଁ ସେନେଇ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର୍‌. ପ୍ରକାଶ ଗଣମାଧ୍ୟକୁ କହିଛନ୍ତି। ସେପଟେ ବେଆଇନ ଅର୍ଥ କରାବାରରେ ଚେର ଖୋଜିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବିରଞ୍ଚତ୍ଙ୍କ ଘରେ ଚଢାଉ ସମୟରେ ୧୧୪ଟି ଆଡ୍‌ମିଟ୍‌ କାର୍ଡ ଭିଜିଲାନ୍ସ ଜବତ କରିଥିଲା। ଜବତ ଆଡ୍‌ମିଟ୍‌ କାର୍ଡ ମଧ୍ୟରୁ ୧୦୭ଜଣ ଚାକିରି ପାଇ ନ ଥିବା ଜଣାପଡିଛି। ତେବେ ବାକି ଆଡ୍‌ମିଟ୍‌ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଭିଜିଲାନ୍ସ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୩୦ରେ ତୃତୀୟଶ୍ରେଣୀ କର୍ମଚାରୀ ବିରଞ୍ଚତ୍ଙ୍କ ଭୁବନେଶ୍ୱର ନୀଳାଦ୍ରିବିହାରସ୍ଥିତ ବାସଭବନ, କଟକରେ ଥିବା ଶ୍ୱଶୁରଘର ସମେତ ୬ ସ୍ଥାନରେ ଭିଜିଲାନ୍ସର ୩ ଟିମ୍‌ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା। ନୀଳାଦ୍ରି ବିହାରସ୍ଥିତ ଦୁଇମହଲା ଘରୁ ଦେଢ କେ.ଜି.ର ସୁନା ଅଳଙ୍କାର, ନଗଦ ୧୨ଲକ୍ଷ ଟଙ୍କା, ୫୬ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା, ଟଙ୍କା କାରବାର ରସିଦ୍‌, ବିଦେଶୀ ଟଙ୍କା, ଛାତ୍ରୀଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡ, କାର୍‌, ବାଇକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଏଥିସହିତ ବିଭିନ୍ନ ସ୍ଥାନରେ ଥିବା ୧୪ଟି ପ୍ଲଟ୍‌, ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘରକୁ ଭିଜିଲାନ୍ସ ଟିମ୍‌ ଠାବ କରିଥିଲା। ସେହିପରି ତାଙ୍କ ସମ୍ପର୍କୀୟଙ୍କ ଘରୁ ମଧ୍ୟ ନଗଦ ୧୩ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଯାଞ୍ଚ ପରେ ବିରଞ୍ଚତ୍ ନିଜ ଆୟତର ୨୬୮% ଅର୍ଥାତ୍‌ ମୋଟ ୩ କୋଟି ୫୧ଲକ୍ଷ ଓ ୫୧ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ପରେ ବିରଞ୍ଚତ୍ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ବାଧ୍ୟତାମୂଳକ ଅବସର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri