Posted inଜାତୀୟ

ପଲିଗ୍ରାଫ୍‌ ପରେ ନାର୍କୋ ଟେଷ୍ଟରେ ମଧ୍ୟ ନିଜ ଅପରାଧ ସ୍ବୀକାର କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ହୋଇଛି। ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ ୧ଘଣ୍ଟା ୫୦ମିନିଟ ଧରି ଚାଲିଥିଲା। ଟେଷ୍ଟ ପରେ ଅଭିଯୁକ୍ତ ଆଫ୍‌ତାବଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏହି ସମୟରେ ଆଫ୍‌ତାବ ପୁଣି ଥରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ନିଜ ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ଆଫ୍‌ତାବ ଟେଷ୍ଟରେ ପଚରାଯାଇଥିବା ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ଇଂରାଜୀରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହିପରି ଆଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଆଫ୍‌ତାବ କିଛି ସମୟ ମଧ୍ୟ ନେଇଥିବା ଜଣାପଡ଼ିଛି। କିନ୍ତୁ ଯେତେବେଳେ ପ୍ରଶ୍ନର ପୁନରାବୃତ୍ତି ହୋଇଥିଲା ସେତେବେଳେ ବି ସେ ଉତ୍ତର ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ବହୁ ଆତ୍ମବିଶ୍ୱାସୀ ଦେଖାଯାଇଥିଲେ। ଅଭିଯୁକ୍ତ ଆଫ୍‌ତାବ ନାର୍କୋ ଟେଷ୍ଟ ସମୟରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ ଶ୍ରଦ୍ଧାଙ୍କ ମୃତଦେହକୁ କାଟିବା ପାଇଁ ସେ କେଉଁ ଅସ୍ତ୍ର ବ୍ୟବହାର କରିଛନ୍ତି ଏବଂ କେଉଁଠି ଫିଙ୍ଗିଛନ୍ତି ତାହ ମଧ୍ୟ ସୂଚନା ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ଚତୁରତା ଦେଖାଇଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପୋଲିସର ସମସ୍ତ କଥା ମାନିବା ସହ ତଦନ୍ତରେ ସହଯୋଗ କରୁଛନ୍ତି। ଏପରିକି ପଲିଗ୍ରାଫ୍‌ ଏବଂ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇଯାଇଥିଲେ। ତାଙ୍କର ଏହି ଭଲ ଆଚରଣ ଉପରେ ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri