ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!

ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ
ଗତକାଲି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବୟାନ ପରେ ଆଜି ମେଣ୍ଟ ନେଇ ଇସାରା ଦେଇଛନ୍ତି ଅମିତ ଶାହା।

ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ପାଣ୍ଡିଆନ କହିଛନ୍ତି, ରାଜ୍ୟାବସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କେନ୍ଦ୍ରରେ ମୋଦି ଆଉ ଓଡିଶାରେ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି ପାଣ୍ଡିଆନ ।

ତେବେ ପାଣ୍ଡିଆନଙ୍କ ପୂର୍ବରୁ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ଯୋଗଦେଇ ମେଣ୍ଟ ସମ୍ପର୍କରେ କହିଥିଲେ ଅମିତ ଶାହା। ଆଗାମୀ ନିର୍ବାଚନରେ ଭାଜପା ଉଭୟ ଲୋକ ସଭା ଓ ବିଧାନ ସଭାରେ ଭଲ ପ୍ରଦର୍ଶନ କରିବ ବୋଲି ଶାହ କହିଛନ୍ତି । ଶାହଙ୍କ ଅନୁସାରେ, ବର୍ତ୍ତମାନ ସମୟ ହାଡକୋର ରାଜନୀତିର । ଯେଉଁଥିରେ ଫିଲୋଶୋପି ବା ଦର୍ଶନ ନ ଥାଏ ବରଂ ହାରଜିତ୍‌ର ଗଣିତ ରହିଥାଏ । ଦଳର ବିଚାରଧାରା ସହିତ ବୁଝାମଣାର କଥା ରହିଥାଏ। ତେଣୁ ଦଳର ବିଚାରାଧାରା ଓ ବିଜୟ ସମ୍ଭାବନା ଭିତରେ ସମନ୍ବୟ ରଖି ମେଣ୍ଟ ସହଯୋଗୀ ବଛାଯାଇଥାଏ ବୋଲି ଶାହ କହିଛନ୍ତି ।

ଶାହାଙ୍କ ବୟାନ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ସରଗରମ କରିଛି। ସେ କହିଛନ୍ତି, ଏବେ ସେ ମେଣ୍ଟ ନେଇ ଅଧିକ କିଛି କହିପାରିବେନି । କାରଣ ଓଡ଼ିଶାରେ ଭାଜପାର ଅଗାମୀ ରଣନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିବେ । କିନ୍ତୁ ଆଗାମୀ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନ ସଭାରେ ଭାଜପାର ଭଲ ପ୍ରଦର୍ଶନ କରିବ।

ତେବେ ବିଗତ ସବୁ ବୟାନ ପରେ ଆଜି ମେଣ୍ଟ ନେଇ ଖୋଲା ସଙ୍କେତ ଦେଇଛନ୍ତି ଅମିତ ଶାହା। ଆଜି ଅର୍ଥାତ୍‌ ବୁଧବାର ଅମିତ ଶାହ କହିଛନ୍ତି, ‘ମେଣ୍ଟ ହେବ କି ନାହିଁ ତାହା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । କିନ୍ତୁ ଏ ନେଇ ବର୍ତ୍ତମାନ ସୁଦ୍ଧା କେଣସି ଚୂଡାନ୍ତ ଆଲୋଚନା ହୋଇନାହିଁ । କିନ୍ତୁ ଓଡ଼ିଶାରେ ଭାଜପାର ଶକ୍ତି ପୂର୍ବାପେକ୍ଷା ଯଥେଷ୍ଟ ବଢିବ । ଓଡ଼ିଶାର ଜନତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଅଜସ୍ର ଭଲ ପାଇବା ରହିଛି । ଓଡ଼ିଶାରେ ଲୋକ ସଭା ଓ ବିଧାନ ସଭା ସିଟ ଯଥେଷ୍ଟ ବଢିବ । ଏପରିକି ରାଜନୈତିକ ବିଶେଷଜ୍ଞଙ୍କ ସମସ୍ତ ଆକଳନ ବି ଭୁଲ ହୋଇଯିବ ।’

ଓଡ଼ିଶାରେ ଭାଜପା ଏକାକୀ ସରକାର ଗଠନ କରିବ କି ପ୍ରଶ୍ନରେ ଅମିତ ଶାହ କହିଛନ୍ତି, ‘ପ୍ରଥମେ ଏହା ସ୍ପଷ୍ଟ ହୋଇ ଯାଉ କି ଓଡ଼ିଶାରେ ଆମେ ମେଣ୍ଟ କରିବୁ କି ଏକା ଲଢିବୁ । ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଯଦି ମେଣ୍ଟ ନ ହୁଏ ତେବେ ଆମେ ନିହାତି ଭାବେ ସରକାର ଗଠନ କରିବାକୁ ପ୍ରୟାସ କରିବୁ ।’

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri