ଭାଷା ଅଡୁଆରୁ ବୃଦ୍ଧାଶ୍ରମରେ ମାସେ

ଢେଙ୍କାନାଳ ଅଫିସ, ୫।୯:ଶ୍ରୀକ୍ଷେତ୍ର ପୁରୀରେ ରହୁଥିବା ବନ୍ଧୁ ଘରକୁ ଆସିଥିଲେ ସୁଦୂର ଚେନ୍ନାଇରୁ। ଘରକୁ ଫେରିବା ବେଳେ ହୋଇଗଲା ବଡ଼ ଗଡ଼ବଡ଼। ଭୁଲ୍‌ ଟ୍ରେନ୍‌ରେ ଚଢ଼ିଗଲେ ୬୪ ବର୍ଷୀୟ ସୁବ୍ରମଣ୍ୟମ୍‌। ଟ୍ରେନ୍‌ ଭିତରେ ଏହା ଜଣାପଡ଼ିବା ପରେ କେତେଜଣ ସହଯାତ୍ରୀ ତାଙ୍କୁ ଓହ୍ଲାଇ ଦେଇଥିଲେ ଢେଙ୍କାନାଳ ଷ୍ଟେଶନରେ। ହେଲେ କେବଳ ତାମିଲ ଭାଷା ବୁଝୁଥିବାରୁ ଅଡୁଆ ବଢ଼ିଥିଲା। ପୋଲିସ ସହାୟତାରେ ତାଙ୍କୁ ଥଇଥାନ କରାଯାଇଥିଲା ବରିଷ୍ଠ ନାଗରିକ ଗୃହରେ। ପୋଲିସ, ସ୍ବେଚ୍ଛାସେବୀ ସଂସ୍ଥା ଏବଂ ବଦାନ୍ୟ ବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ପାଖାପାଖି ମାସକ ପରେ ବୃଦ୍ଧ ବାପାଙ୍କୁ ଖୋଜିପାଇଛନ୍ତି ପୁଅ ଆନନ୍ଦନ୍‌। ବାପ-ପୁଅଙ୍କ ମିଳନର ଦୃଶ୍ୟ ବରିଷ୍ଠ ନାଗରିକ ଗୃହରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ସହ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ବୃଦ୍ଧ ସୁବ୍ରମଣ୍ୟମ୍‌।
ସମ୍ପୂର୍ଣ୍ଣ ଘଟଣା ଏହିପରି। ପୁରୀରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ସୁବ୍ରମଣ୍ୟମ୍‌ ଗତ ଅଗଷ୍ଟ ୧୨ରେ ଘରକୁ ଫେରିବାକୁ ଷ୍ଟେଶନ ଆସିଥିଲେ। ତେବେ ଭାଷା ଜାଣି ନ ଥିବାରୁ ଭୁଲବଶତଃ ତପସ୍ବିନୀ ଏକ୍ସପ୍ରେସରେ ଚଢ଼ିଯାଇଥିଲେ। ବଗିରେ ବସିଥିବା ଯାତ୍ରୀମାନେ ଏ ସମ୍ପର୍କରେ ଜଣାଇବା ସହ ତାଙ୍କୁ ରାତି ପ୍ରାୟ ୧୧ଟା ୧୫ରେ ଢେଙ୍କାନାଳ ଷ୍ଟେଶନରେ ରେଲ୍‌ଓ୍ବେ ପୋଲିସ ହେପାଜତରେ ଛାଡ଼ିଥିଲେ। ତେବେ ତାମିଲ ଛଡ଼ା ଅନ୍ୟ କୌଣସି ଭାଷା ବୁଝିପାରୁ ନ ଥିବାରୁ ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା। ଅନ୍ୟ ଉପାୟ ନ ଥିବାରୁ ତାଙ୍କୁ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନର ବରିଷ୍ଠ ନାଗରିକ ଗୃହକୁ ପଠାଇ ଦେଇଥିଲା। ସୁବ୍ରମଣ୍ୟମ୍‌ଙ୍କ ଆଧାର କାର୍ଡରୁ ଠିକଣା ଓ ଟେଲିଫୋନ୍‌ ନମ୍ବର ସଂଗ୍ରହ କରାଯାଇ ଚେନ୍ନାଇରେ ସେ ରହୁଥିବା ନିକଟସ୍ଥ ଥାନାକୁ ସୂଚନା ଦିଆଯାଇଥିଲା। ସେଠାକାର ପୋଲିସ ତଦନ୍ତ କରି ପରିବାର ଲୋକଙ୍କୁ ସମସ୍ତ ଘଟଣାବଳୀ ଜଣାଇଥିଲା। ଏହାପରେ ଚେନ୍ନାଇରେ ରହୁଥିବା ପୁଅ ଆନନ୍ଦନ୍‌ଙ୍କ ସହ ସଂସ୍ଥା ପକ୍ଷରୁ ଭିଡିଓ କଲିଂ ଯୋଗେ କଥାବାର୍ତ୍ତା କରାଯାଇଥିଲା। ଆନନ୍ଦନ୍‌ ତାଙ୍କ ସଂସ୍ଥାରେ କାମ କରୁଥିବା ଓଡ଼ିଆ ଯୁବକ ତଥା ଚଣ୍ଡିଖୋଲ ଅଞ୍ଚଳର ପ୍ରଫୁଲ୍ଲ କୁମାର ରାୟଙ୍କୁ ସାଙ୍ଗରେ ଧରି ଢେଙ୍କାନାଳରେ ପହଞ୍ଚତ୍ଥିଲେ। ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ବୃଦ୍ଧଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାୟ ମାସକ ପରେ ବାପାଙ୍କୁ ପାଇ ପୁଅ ଭାବବିହ୍ବଳ ହୋଇଯାଇଥିଲେ ା ଉଭୟେ ପରସ୍ପରକୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ପୁଅ ସହ ଯିବା ପୂର୍ବରୁ ସୁବ୍ରମଣ୍ୟମ୍‌ ତାମିଲ ଭାଷାରେ କୃତଜ୍ଞତା ଜଣାଇଛନ୍ତି। କରିଛନ୍ତି। ସୁବ୍ରମଣ୍ୟମ ବଖାଣିଥିବା ଅନୁଭୂତିକୁ ଭାଷାନ୍ତର କରି ପ୍ରଫୁଲ୍ଲ କୁହନ୍ତି, ତାଙ୍କୁ ଭଲରେ ରଖାଯାଇଥିଲା। କର୍ମଚାରୀମାନେ ସେବା କରୁଥିଲେ। ପୁଅ ସହ ବୃଦ୍ଧ ଜଣକ ଖୁସିରେ ଫେରିଥିବା ମିଶନର ସମ୍ପାଦକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦଫା ଦାବିରେ ଆଦିବାସୀଙ୍କ ରେଳପଥ ଅବରୋଧ

କଳିଙ୍ଗନଗର,୧୨।୨(ଡି.ଏନ.ଏ.): ସାଙ୍ଗେଲ ଅଭିଯାନ କେନ୍ଦୁଝର ଜୋନାଲ କମିଟି ପକ୍ଷରୁ ଶନିବାର ୫ ଦଫା ଦାବିରେ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନରେ ରେଳପଥ ଅବରୋଧ କରାଯାଇଛି। ମାରାଂବୁରୁ ଅର୍ଥାତ...

ସହାନୁଭୂତିରେ ପୂରୁଛି ପେଟ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ କଣ୍ଡରାପଶି ଗ୍ରାମରେ ରହୁଛନ୍ତି ଦିବ୍ୟାଙ୍ଗ ସରସ୍ବତୀ ମୁଣ୍ଡା। ପିଲା ଦିନରୁ ସେ ପୋଲିଓରେ ଆକ୍ରାନ୍ତ । କାମ ଧନ୍ଦା...

ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ...

ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବା ଦାବି: ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ

ଆନନ୍ଦପୁର,୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସୁଡୁସୁଡିଆ ବାଇପାସ୍‌ ଛକଠାରେ ଶୁକ୍ରବାର ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ ହୋଇଛି। ୨୦ ନଂ.ଜାତୀୟ ରାଜପଥ ଶାଳପଡାଠାରୁ ଖପରାଖାଇ ପର୍ଯ୍ୟନ୍ତ...

୧୩ ୟୁନିଟ୍‌ ରକ୍ତ ସଂଗ୍ରହ

ଆଠମଲ୍ଲିକ,୧୨।୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ୟୁଥ୍‌ ପାୱାର ପକ୍ଷରୁ ରବିବାର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାରେ ରକ୍ତ ଦାନ କରାଯାଇଛି। ଲକ୍‌ ଡାଉନକୁ ନଜରରେ ରଖି ପର୍ଯ୍ୟାୟ...

ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଫେରାର

ହିଞ୍ଜିଳିକାଟୁ,୨୧ା୪(ଡି.ଏନ୍‌.ଏ.):  ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ...

ବାଲିଶୁୁଆଙ୍କ ସଂଖ୍ୟା କମୁଛି

ନୟାଗଡ ଅଫିସ,୫।୨: ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ ବାଲି ଶୁଆ ଭିନ୍ନ । ସାଧାରଣତଃ ଶୁଆମାନେ ଡାଳକୁ ଡାଳ ଉଡି ବୁଲନ୍ତି । ଗଛରେ ବସା...

ବରିଷ୍ଠ ସାହିତ୍ୟିକ, ଗବେଷକଙ୍କ ପରଲୋକରେ ଶୋକ

କେନ୍ଦୁଝର , ୪।୪(ସ୍ବ.ପ୍ର.): ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ (୯୦)ଙ୍କ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ର...

Advertisement
Archives

Model This Week