ଭାଷା ଅଡୁଆରୁ ବୃଦ୍ଧାଶ୍ରମରେ ମାସେ

ଢେଙ୍କାନାଳ ଅଫିସ, ୫।୯:ଶ୍ରୀକ୍ଷେତ୍ର ପୁରୀରେ ରହୁଥିବା ବନ୍ଧୁ ଘରକୁ ଆସିଥିଲେ ସୁଦୂର ଚେନ୍ନାଇରୁ। ଘରକୁ ଫେରିବା ବେଳେ ହୋଇଗଲା ବଡ଼ ଗଡ଼ବଡ଼। ଭୁଲ୍‌ ଟ୍ରେନ୍‌ରେ ଚଢ଼ିଗଲେ ୬୪ ବର୍ଷୀୟ ସୁବ୍ରମଣ୍ୟମ୍‌। ଟ୍ରେନ୍‌ ଭିତରେ ଏହା ଜଣାପଡ଼ିବା ପରେ କେତେଜଣ ସହଯାତ୍ରୀ ତାଙ୍କୁ ଓହ୍ଲାଇ ଦେଇଥିଲେ ଢେଙ୍କାନାଳ ଷ୍ଟେଶନରେ। ହେଲେ କେବଳ ତାମିଲ ଭାଷା ବୁଝୁଥିବାରୁ ଅଡୁଆ ବଢ଼ିଥିଲା। ପୋଲିସ ସହାୟତାରେ ତାଙ୍କୁ ଥଇଥାନ କରାଯାଇଥିଲା ବରିଷ୍ଠ ନାଗରିକ ଗୃହରେ। ପୋଲିସ, ସ୍ବେଚ୍ଛାସେବୀ ସଂସ୍ଥା ଏବଂ ବଦାନ୍ୟ ବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ପାଖାପାଖି ମାସକ ପରେ ବୃଦ୍ଧ ବାପାଙ୍କୁ ଖୋଜିପାଇଛନ୍ତି ପୁଅ ଆନନ୍ଦନ୍‌। ବାପ-ପୁଅଙ୍କ ମିଳନର ଦୃଶ୍ୟ ବରିଷ୍ଠ ନାଗରିକ ଗୃହରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିବା ବେଳେ ପରିବାର ସହ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ବୃଦ୍ଧ ସୁବ୍ରମଣ୍ୟମ୍‌।
ସମ୍ପୂର୍ଣ୍ଣ ଘଟଣା ଏହିପରି। ପୁରୀରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ସୁବ୍ରମଣ୍ୟମ୍‌ ଗତ ଅଗଷ୍ଟ ୧୨ରେ ଘରକୁ ଫେରିବାକୁ ଷ୍ଟେଶନ ଆସିଥିଲେ। ତେବେ ଭାଷା ଜାଣି ନ ଥିବାରୁ ଭୁଲବଶତଃ ତପସ୍ବିନୀ ଏକ୍ସପ୍ରେସରେ ଚଢ଼ିଯାଇଥିଲେ। ବଗିରେ ବସିଥିବା ଯାତ୍ରୀମାନେ ଏ ସମ୍ପର୍କରେ ଜଣାଇବା ସହ ତାଙ୍କୁ ରାତି ପ୍ରାୟ ୧୧ଟା ୧୫ରେ ଢେଙ୍କାନାଳ ଷ୍ଟେଶନରେ ରେଲ୍‌ଓ୍ବେ ପୋଲିସ ହେପାଜତରେ ଛାଡ଼ିଥିଲେ। ତେବେ ତାମିଲ ଛଡ଼ା ଅନ୍ୟ କୌଣସି ଭାଷା ବୁଝିପାରୁ ନ ଥିବାରୁ ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା। ଅନ୍ୟ ଉପାୟ ନ ଥିବାରୁ ତାଙ୍କୁ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନର ବରିଷ୍ଠ ନାଗରିକ ଗୃହକୁ ପଠାଇ ଦେଇଥିଲା। ସୁବ୍ରମଣ୍ୟମ୍‌ଙ୍କ ଆଧାର କାର୍ଡରୁ ଠିକଣା ଓ ଟେଲିଫୋନ୍‌ ନମ୍ବର ସଂଗ୍ରହ କରାଯାଇ ଚେନ୍ନାଇରେ ସେ ରହୁଥିବା ନିକଟସ୍ଥ ଥାନାକୁ ସୂଚନା ଦିଆଯାଇଥିଲା। ସେଠାକାର ପୋଲିସ ତଦନ୍ତ କରି ପରିବାର ଲୋକଙ୍କୁ ସମସ୍ତ ଘଟଣାବଳୀ ଜଣାଇଥିଲା। ଏହାପରେ ଚେନ୍ନାଇରେ ରହୁଥିବା ପୁଅ ଆନନ୍ଦନ୍‌ଙ୍କ ସହ ସଂସ୍ଥା ପକ୍ଷରୁ ଭିଡିଓ କଲିଂ ଯୋଗେ କଥାବାର୍ତ୍ତା କରାଯାଇଥିଲା। ଆନନ୍ଦନ୍‌ ତାଙ୍କ ସଂସ୍ଥାରେ କାମ କରୁଥିବା ଓଡ଼ିଆ ଯୁବକ ତଥା ଚଣ୍ଡିଖୋଲ ଅଞ୍ଚଳର ପ୍ରଫୁଲ୍ଲ କୁମାର ରାୟଙ୍କୁ ସାଙ୍ଗରେ ଧରି ଢେଙ୍କାନାଳରେ ପହଞ୍ଚତ୍ଥିଲେ। ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ବୃଦ୍ଧଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାୟ ମାସକ ପରେ ବାପାଙ୍କୁ ପାଇ ପୁଅ ଭାବବିହ୍ବଳ ହୋଇଯାଇଥିଲେ ା ଉଭୟେ ପରସ୍ପରକୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ପୁଅ ସହ ଯିବା ପୂର୍ବରୁ ସୁବ୍ରମଣ୍ୟମ୍‌ ତାମିଲ ଭାଷାରେ କୃତଜ୍ଞତା ଜଣାଇଛନ୍ତି। କରିଛନ୍ତି। ସୁବ୍ରମଣ୍ୟମ ବଖାଣିଥିବା ଅନୁଭୂତିକୁ ଭାଷାନ୍ତର କରି ପ୍ରଫୁଲ୍ଲ କୁହନ୍ତି, ତାଙ୍କୁ ଭଲରେ ରଖାଯାଇଥିଲା। କର୍ମଚାରୀମାନେ ସେବା କରୁଥିଲେ। ପୁଅ ସହ ବୃଦ୍ଧ ଜଣକ ଖୁସିରେ ଫେରିଥିବା ମିଶନର ସମ୍ପାଦକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri