ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୩ : ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ’ସାରରେ ଆତ୍ମନିର୍ଭରଶୀଳତା ପାଇଁ ଆଉ ଏକ ବଡ଼ ସଫଳତା! ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଦର୍ଶନ ଅନୁଯାୟୀ ଏହି ସଫଳତା କୃଷକମାନଙ୍କୁ ବିପୁଳ ଲାଭ ଦେବ। ବର୍ତ୍ତମାନ ଡିଏପି ର ଏକ ବ୍ୟାଗ ବୋତଲ ଆକାରରେ ଉପଲବ୍ଧ ହେବ ।

ୟୁରିଆ ପରେ ଦେଶରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ହେଉଥିବା ସାର। ସୂଚନା ଅନୁଯାୟୀ, ବାର୍ଷିକ ପ୍ରାୟ ୧୦ ରୁ ୧୨.୫ ନିୟୁତ ଟନ ଡିଏପି ବ୍ୟବହୃତ ହୋଇଥାଏ। କିନ୍ତୁ ଡିଏପିର ଉତ୍ପାଦନ ମାତ୍ର ଚାରି ରୁ ପାଞ୍ଚ ନିୟୁତ ଟନ ରହିଛି। ଦେଶ ବାକି ଡିଏପି ଆମଦାନୀ କରିଥାଏ। ଇଫକୋ ଦ୍ୱାରା ପ୍ରସ୍ତୁତ ଡିଏପିକୁ ଫର୍ଟିଲାଇଜର୍‌ କଣ୍ଟ୍ରୋଲ ଅର୍ଡରରେ କେନ୍ଦ୍ର ସରକାର ଅନ୍ତର୍ଭୁକ୍ତ କରିଛନ୍ତି । ଏହା ହେଉଛି ଆଇନ ଯାହା ଦେଶରେ ସାର ବିକ୍ରୟ, ମୂଲ୍ୟ, ବଣ୍ଟନକୁ ନିୟନ୍ତ୍ରଣ କରିଥାଏ। ଫର୍ଟିଲାଇଜର୍‌ କଣ୍ଟ୍ରୋଲ ଅର୍ଡରରେ ସାମିଲ ହୋଇ ଡିଏପିର ବାଣିଜି୍ୟକ କାରବାର ପାଇଁ ଆଇନ ସହଜ ହୋଇଥାଏ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ କୃଷକମାନେ ସବୁଠାରୁ ବଡ ହିତାଧିକାରୀ ହେବାକୁ ଯାଉଛନ୍ତି।

Share